ଏହି ସେଲ୍ରେ ୧୦ ହଜାର ଟଙ୍କାରୁ କମ୍ ଦରରେ ମିଳୁଛି ୱାସିଂ ମେସିନ୍ – Utkal Mail
ନୂଆଦିଲ୍ଳୀ: ୱାସିଂ ମେସିନ୍ ଆଜିକାଲି ସମସ୍ତଙ୍କ ପାଇଁ ଏକ ଜରୁରୀ ସାମଗ୍ରୀ ପାଲଟି ଯାଇଛି। ଯଦି ଆପଣ ୧୦ ହଜାର ଟଙ୍କାରୁ ବି କମ୍ ଦାମରେ ଏହାକୁ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏଠାରେ ଆମେ ଆପଣଙ୍କ ପଇେଁ ସର୍ବୋତ୍ତମ ବିକଳ୍ପ ନେଇଆସିଛୁ।
ଆମାଜନ ସେଲ୍ରେ ଏବେ ୱାସିଂ ମେସିନ୍କୁ ନେଇ ବମ୍ପର ଅଫର ଚାଲିଛି। ଏହି ୱାସିଂ ମେସିନ୍ ପୋଷାକକୁ ସଫା କରିବା ସହିତ ଶୁଖାଇପାରେ। ତେବେ ଏହି ୱାସିଂ ମେସିନରେ ଏକାଧିକ କାର୍ଯ୍ୟ ଉପଲବ୍ଧ ହେବ।
ଆପଣ ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲରୁ ନୋ କଷ୍ଟ ଇଏମ୍ଆଇରେ ମଧ୍ୟ ଏହା ପାଇପାରିବେ। ଯଦି ଆପଣ ଏସ୍ବିଆଇ କାର୍ଡ ମାଧ୍ୟମରେ କିଣନ୍ତି, ତେବେ ଆପଣ ୧୦% ପର୍ଯ୍ୟନ୍ତ ତତକ୍ଷଣାତ୍ ରିହାତି ମଧ୍ୟ ପାଇପାରିବେ। ପର୍ବପର୍ବାଣିରେ ଶୀଘ୍ର ପୋଷାକ ସଫା କରିବା ପାଇଁ ଆପଣ ଏଠାରେ ଉଲ୍ଲେଖ କରାଯାଇଥିବା ବିକଳ୍ପଗୁଡିକ ମଧ୍ୟ ଦେଖିପାରିବେ।
ଆରମ୍ଭ ହୋଇଗଲାଣି ଆମାଜନ୍ର ‘ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍’। ଏହି ଅବସରରେ ଅନେକ ସାମଗ୍ରୀ ଉପରେ ବିଶେଷ ରିହାତି ଦେଖିବାକୁ ମିଳୁଛି। ସ୍ମାର୍ଟଫୋନ୍ ଓ ଲାପ୍ଟପ୍ରେ ମିଳୁଛି ଖୁବ୍ ଅଧିକ ରିହାତି। ଆଇଫୋନ୍ରୁ ନେଇ ଅନେକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଖୁବ୍ ଭଲ ରିହାତି ମିଳୁଛି। ଏହି ସେଲ୍ରେ ସ୍ମାର୍ଟୱାଚ୍ ବି ଖୁବ୍ ଶସ୍ତାରେ ଉପଲବ୍ଧ ହେଉଛି।
ଆମାଜନ୍ର ଏହି ସେଲ୍ରେ ‘ଆପଲ୍’ର ସବୁ ଜିନିଷକୁ ଖୁବ୍ କମ୍ ଦରରେ କିଣାଯାଇପାରିବ। ‘ମ୍ୟାକ୍ବୁକ୍ ଏୟାର୍ ଏମ୍ ୧’ ସବୁଠାରୁ ଶସ୍ତାରେ କିଣାଯାଇପାରେ। ଏହାର ଦର ୬୨୩୯୯୦ ଟଙ୍କା ହୋଇଥିବା ବେଳେ ଏହାକୁ ଗ୍ରାହକ ଖୁବ୍ ଶସ୍ତାରେ କିଣିପାରିବେ। ଏହାବ୍ୟତୀତ ଅନ୍ୟ ଲାପ୍ଟପ୍ ଉପରେ ବି ଆକର୍ଷଣୀୟ ଅଫର୍ ଦେଖିବାକୁ ମିଳିବ। ବ୍ୟବହାରକାରୀଙ୍କୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ବି ମିଳିପାରେ।