ଓଡିଶା

ଓଡିଶାକୁ ଆସିଲା Biju Patnaikଙ୍କ Dakota ଏଆରକ୍ରାଫ୍ଟ, ବାପା ଙ୍କ ବିମାନ କୁ କିଛି ଏମିତି ସ୍ଵାଗତ କଲେ ପୁଅ Naveen Patnaik

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଆମ ଓଡିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେ ଆମ ରାଜ୍ୟ ତଥା ଦେଶ ବାସୀ ଙ୍କ ପାଇଁ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି । ଯାହାକୁ ନେଇ ସାଧାରଣରେ ଖୁବ ଚର୍ଚ୍ଚା ହେଉଥାଏ । ନବୀନ ପଟ୍ଟନାୟକ ରାଜ୍ୟର ଉନ୍ନତି ପାଇଁ ଅନେକ ଯୋଜନା ମଧ୍ୟ ଲାଗୁ କରିଛନ୍ତି ।

ତେବେ ଗତ କିଛି ସମୟ ହେବ ନବୀନ ପଟ୍ଟନାୟକ ଙ୍କୁ ନେଇ ନେଇ ବଡ ଖବର ଆସିଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ସୂଚନା ଅନୁଯାୟୀ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ରେ ଐତିହାସିକ ଡାକୋଟା ବିମାନ ମଙ୍ଗଳବାର କୋଲକାତା ରୁ ବାହାରୁ ଥିବା 3ଟି ବଡ ଟ୍ରେଲର ଗତ କାଲି ଭୁବନେଶ୍ଵର ବିମାନ ବନଦାର ରେ ପହଞ୍ଚି ଥିଲା ।

ଡାକୋଟା ପହଞ୍ଚିବା ପରେ ଏହାକୁ ସ୍ଵାଗତ କରିବାକୁ ବିମାନ ବନ୍ଦର ରେ ପହଞ୍ଚି ଥିଲେ ଓଡିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ମନ୍ତ୍ରୀ କିଛି ସମୟ ଧରି ଏହି ଐତିହାସିକ ବିମାନ କୁ ଅନୁସନ୍ଧାନ କରିବା ସହ ନିଜ ବାପାଙ୍କ ସ୍ମୃତି ଚରଣ କରିଥିଲେ । ଡାକୋଟା ସହ ଯୋଡି ହୋଇ ରହିଥିବା ଐତିହାସିକ ଘଟଣା ମନେ ପକାଇ ଥିଲେ ନବୀନ ପଟ୍ଟନାୟକ ।

ସେହି ଭଳି ଡାକୋଟା ବିମାନ ଆସିବା ପୂର୍ବରୁ ଏହାକୁ ସ୍ଵାଗତ କରିବା ଲାଗି ବିମାନ ବନଦାର ରେ ଅନ୍ୟ ନେତା ମାନଙ୍କ ମଧ୍ୟ ଭିଡ ପରିଲକ୍ଷିତ ଅଇଥିଲା । ଓଡିଶା ଇତିହାସ ସହ ଜଡିତ ତଥା କଳିଙ୍ଗ ପୁତ୍ର ଇଜୁ ପଟ୍ଟନାୟକ ଙ୍କ ଅତି ପ୍ରିୟ ଡାକୋଟା ବିମାନ କୁ ଓଡିଶା କୁ ଫେରାଇ ଆଣିବାକୁ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଥିଲା । ଯାହା ଆଜି ଫେରି ଆସିଛି ।

ବିମାନ ଟି ଫେରି ଆସିବା ପରେ ନବୀନ ପଟ୍ଟନାୟକ ବେସ ଖୁସି ଥିବାର ନଜର ଆସୁଛନ୍ତି । ସେ ବିଜୁ ପଟ୍ଟନାୟକ ବିଷୟରେ ଅନେକ କଥା କହିଛନ୍ତି ଯାହାକୁ ସାଧାରଣରେ ଚର୍ଚ୍ଚା କରା ଯାଉଛି । ଆଉ ଗଣ ମାଧ୍ୟମରେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button