ଦେଶ ବିଦେଶ

ଏୟାର ଇଣ୍ଡିଆ ବିମାନ ଖାଇବାରେ ମିଳିଲା ଅସରପା, ଓମଲେଟ୍‌ ଖାଇ ୨ବର୍ଷର ଶିଶୁ ଅସୁସ୍ଥ

ନୂଆଦିଲ୍ଲୀ ୩୦।୦୯: ପ୍ରତିଦିନ ହଜାର ହଜାର ଲୋକ ବିମାନରେ ଯାତ୍ରା କରୁଛନ୍ତି । କିନ୍ତୁ ବିଗତ କିଛି ଦିନରେ ବିମାନର ଖାଦ୍ୟମାନକୁ ନେଇ ଆସୁଛି ଅନେକ ଅଭିଯୋଗ । ଏନେଇ ଅନେକ ସମୟରେ ଯାତ୍ରୀମାନେ ଅଭିଯୋଗ କରୁଛନ୍ତି । ଏବେ ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଖାଦ୍ୟରୁ ମିଳିଛି ଅସରପା । ଯାତ୍ରୀ ଜଣକ କହିଛନ୍ତି, ଉଡ଼ାଣ ସମୟରେ ତାଙ୍କୁ ଦିଆଯାଇଥିବା ଓମଲେଟ୍ରୁ ଅସରପା ବାହାରିଛି ।

ଏହାର ଭିଡିଓ ମଧ୍ୟ କରି ସେ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି । ଯାତ୍ରୀ ଜଣକ କହିଛନ୍ତି କି ଏହି ଓମଲେଟ୍କୁ ଅଧା ଖାଇବା ପରେ ଏହି ଅସରପା ବାହାରିଥିଲା । ସବୁଠାରୁ ବଡ କତଥା ହେଉଛି ଏହି ଓମଲେଟ୍କୁ ତାଙ୍କର ୨ ବର୍ଷର ପୁଅ ଖାଇଥିଲା । ଆଉ ତାଙ୍କ ପୁଅ ଫୁଡ ପଏଜନିଂର ଶିକାର ହୋଇଛନ୍ତି ।

ଖବର ଅନୁଯାୟୀ ଦିଲ୍ଲୀରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଏହି ଘଟଣା ଘଟିଛି । ସୁୟେଶ ସାୱନ୍ତ ନାମକ ଜଣେ ଯାତ୍ରୀ କହିଛନ୍ତି ଯେ ସେ ତାଙ୍କର ଦୁଇ ବର୍ଷର ପିଲାଙ୍କ ସହ ବିମାନରେ ଯାତ୍ରା କରୁଥିଲେ । ତାଙ୍କୁ ଖାଇବାକୁ ଏକ ଓମଲେଟ୍ ଦିଆଯାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button