ଓଡିଶା

କୋରାପୁଟ କଫିକୁ ସ୍ୱତନ୍ତ୍ର ଜିଆଇ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ

ଭୁବନେଶ୍ୱର – କୋରାପୁଟ କଫିକୁ ସ୍ୱତନ୍ତ୍ର ଜିଆଇ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପର୍ଯ୍ୟଟନ ବିଭାଗର ଉଦ୍ୟମରେ କୋରାପୁଟ କଫି ଓଡ଼ିଶା ଆସୁଥିବା ଦେଶବିଦେଶର ପର୍ଯ୍ୟଟକଙ୍କର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି। କୋରାପୁଟ କଫିର ଲୋକପ୍ରିୟତାକୁ ବ୍ୟାପକ କରିବା ପାଇଁ ପ୍ରୟାସ କରୁଛି ଅନୁସୂଚିତ ଜନଜାତି ଉନ୍ନୟନ ସମବାୟ ନିଗମ। ଜିଆଇ ମାନ୍ୟତା ପାଇଁ ଆବେଦନ ପ୍ରକ୍ରିୟାରେ ସାମିଲ ହେବା ପୂର୍ବରୁ କୋରାପୁଟ କଫିର ସ୍ୱତନ୍ତ୍ରତା ସମ୍ପର୍କିତ ଦସ୍ତାବିଜ୍‍କୁ ଏକାଠି କରାଯାଉଛି। ଦସ୍ତାବିଜ୍‍ରେ କୋରାପୁଟ୍‍ କଫିର ଇତିହାସ, ଗୁଣବତ୍ତା, ପ୍ରକ୍ରିୟାକରଣ ସମ୍ବନ୍ଧୀୟ ତଥ୍ୟ ସାମିଲ ରହିବ ବୋଲି ସୂଚନା ମିଳିଛି।

କଫି ବୋର୍ଡ ଅଫ୍‍ ଇଣ୍ଡିଆକୁ ଆରାକୁ ଭ୍ୟାଲିରେ ଉତ୍ପାଦିତ କଫି ପାଇଁ ୨୦୧୯ ମାର୍ଚ୍ଚ ୧ରେ ଜିଆଇ ଟ୍ୟାଗ୍‍ ମିଳିସାରିଛି। କୋରାପୁଟରେ ଉତ୍ପାଦିତ କଫି ଆନ୍ଧ୍ରପ୍ରଦେଶର ଆରାକୁ କଫି ତାଲିକାରେ ସାମିଲ ହୋଇ ଜିଆଇ ମାନ୍ୟତା ପାଇଛି। ମାତ୍ର ସ୍ୱତନ୍ତ୍ର ଭାବେ କୋରାପୁଟ କଫିକୁ ଜିଆଇ ମାନ୍ୟତା ମିଳିପାରିନାହିଁ। ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ କୋରାପୁଟ କଫିର ଚାହିଦାକୁ ଦେଖି ଜିଆଇ ଟ୍ୟାଗ୍‍ ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଅନୁସୂଚିତ ଜନଜାତି ଉନ୍ନୟନ ସମବାୟ ନିଗମର ପରିଚାଳନା ନିର୍ଦ୍ଦେଶିକା ମାନସୀ ନିମ୍ଭାଲ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button