ରାଜନୀତି

ଏନସିପି ସଭାପତି ପଦ ଛାଡ଼ିଲେ ଶରଦ ପାୱାର

ମୁମ୍ବାଇ: ଶରଦ ପାୱାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ମଙ୍ଗଳବାର ତାଙ୍କ ରାଜନୈତିକ ଜୀବନ ଉପରେ ରଚିତ ଏକ ପୁସ୍ତକର ଉନ୍ମୋଚନ ଅବସରରେ ଏହି ବଡ଼ ଘୋଷଣା କରିଛନ୍ତି ।

ପାଓ୍ବାର କହିଛନ୍ତି, ମୁଁ ଦଳର ସଭାପତି ଭାବେ ଆଉ କାର୍ଯ୍ୟ ନ‌ କରିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ମୁଁ ରାଜନୈତିକ, ସାମାଜିକ ଏବଂ ସାଂସ୍କୃତିକ ସକ୍ରିୟତା ଜାରି ରଖିବି | ଦଳର ବରିଷ୍ଠ ନେତାଙ୍କୁ ନେଇ ଏକ କମିଟି ଏନସିପିର ପରବର୍ତ୍ତୀ ସଭାପତି ଚୟନ କରିବ ।

ଶରଦ ପାୱାରଙ୍କ ସ୍ଥାନରେ ତାଙ୍କ ପୁତୁରା ଅଜିତ ପାୱାର ଏନସିପିର ପରବର୍ତ୍ତୀ ସଭାପତି ହୋଇପାରନ୍ତି ।

ଶରଦ ପାୱାର ଚାରି ଚାରିଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହାଛଡ଼ା ଏହି ୮୨ ବର୍ଷୀୟ ନେତା ଦେଶର ପ୍ରତିରକ୍ଷା ଏବଂ କୃଷି ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି।

କଂଗ୍ରେସରୁ ଅଲଗା ହେବା ପରେ ୧୯୯୯ରେ ପାୱାର ଏନସିପି ଗଠନ କରିଥିଲେ |

ବର୍ତ୍ତମାନ ସେ‌ ମହାବିକାଶ ଅଘାଡି (ଏମଭିଏ) ମେଣ୍ଟର ସଭାପତି ମଧ୍ୟ ଅଛନ୍ତି। ରାଜନୀତି ବ୍ୟତୀତ କ୍ରିକେଟ୍ ପ୍ରଶାସନରେ ମଧ୍ୟ ପାୱାରଙ୍କ ପ୍ରଭାବ ରହିଛି ।

ସେ ୨୦୦୫ ରୁ ୨୦୦୮ ଯାଏଁ ବିସିସିଆଇ ସଭାପତି ରହିଥିଲେ। ଏହାଛଡ଼ା ସେ ୨୦୧୦ ରୁ ୨୦୧୨ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ସଭାପତି ମଧ୍ୟ ଥିଲେ।

ସୂଚନା ଅନୁଯାୟୀ ଏନସିପି କର୍ମୀମାନେ ସଭାପତି ପଦରୁ ଇସ୍ତଫା ପ୍ରତ୍ୟାହାର କରିବାକୁ ପାଓ୍ବାରଙ୍କୁ ଅନୁରୋଧ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button