ଓଡିଶା

ଧିରେଧିରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଶ୍ରୀଅଙ୍ଗରେ ଲାଗି ହେବ ଓଷ

ସ୍ନାନପୂର୍ଣ୍ନିମାରେ ଅତ୍ୟଧିକ ସ୍ନାନ କରି ଏବେ ଅଣସର ଘରେ ଜ୍ୱରରେ ପୀଡିତ ଚତୁର୍ଦ୍ଧାବିଗ୍ରହ। ଏଥିପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଦଇତାପତି ସେବାୟତ ମାନେ ଜାରି ରଖିଛନ୍ତି ଗୁପ୍ତ ଚିକିତ୍ସା। ସମ୍ପୂର୍ଣ୍ଣ ଆୟୁର୍ବେଦ ପ୍ରଣାଳୀରେ ମହାପ୍ରଭୁଙ୍କ ଚିକିତ୍ସା ଜାରି ରହିଛି। ଗତକାଲି ଚତୁର୍ଦ୍ଧାବିଗ୍ରହଙ୍କ ଶରୀରରେ ଫୁଲୁରୀ ତେଲ ଲାଗିପରେ ଆଜିଠାରୁ ନବମୀ ତିଥି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଠାରେ ଅସ୍ବ ଲାଗି ହେବାର ଵିଧି ରହିଛି |

108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ  ଜ୍ୱରରେ ପୀଡିତ ଜଗତରନାଥ ପ୍ରଭୂ ଜଗନ୍ନାଥ। ଶ୍ରୀଜୀଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଜାରି ରହିଛି । ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି ଫୁଲୁରୀ ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଆଜିଠୁ ବିଭିନ୍ନ ଔଷଧୀୟ ଉପଚାର ଲାଗୁ କରାଯିବ। ଆଜି ମଧ୍ୟାହ୍ନ ଧୂପ ପରେ  ସୁଦ୍ଧଶୁଆର ମାନେ ପ୍ରସ୍ତୁତ କରିଥିବା ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଅଙ୍ଗରେ ଲଗାଇବେ।  ତିନିଦିନ ଧରି ମହାପ୍ରଭୁଙ୍କୁ ଅସ୍ବ ଲାଗି କରାଯିବ  । ଫଳରେ କିଛି ମାତ୍ରାରେ ଶ୍ରୀଜୀଉ ଜ୍ୱରରୁ ଉପଶମ ପାଇବେ। ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦକୁ ପ୍ରଦାନ କରାଯିବା ପରେ ଏକାଦଶୀ ତିଥିରେ ଦଶମୂଳ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଉପଶମ ହେବାର ପରମ୍ପରା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button