ଓଡିଶା
ଚଳନ୍ତା ବସରେ ଅଗ୍ନିକାଣ୍ଡ, ଯାତ୍ରୀ ସୁରକ୍ଷିତ
ଯାଜପୁର: ଚଳନ୍ତା ବସରେ ଅଗ୍ନିକାଣ୍ଡ। ଛତିଆ ସ୍ଥିତ ୧୬ନଂ ଜାତୀୟ ରାଜପଥ ଭଟିଆ ଛକ ଠାରେ ଦୁର୍ଘଟଣା। ବସଟି ବାଲେଶ୍ବରରୁ କଟକ ଅଭିମୁଖେ ଯାଉଥିବା ସୂଚନା ମିଳିଛି। ବାଇକ୍ ଆରୋହୀ ଜଣେ ପୁରୁଷ ଓ ମହିଳାଙ୍କୁ ବସଟି ଧକ୍କା ଦେଇ ଟାଣି ନେଇଥିଲା ବସଟି ବିଦ୍ୟୁତ ସଟ ସର୍କିଟ ହୋଇ ସଙ୍ଗେ ସଙ୍ଗେ ଜଳିବାରେ ଲାଗିଥିଲ।
ଘଟଣା ସ୍ଥଳରେ ବାଇକ୍ ଆରୋହୀ ମହିଳା ଓ ପୁରୁଷଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ଜାରି ରଖିଛି। ବୈରି ପୁଲିସ ପହଞ୍ଚି ଉତ୍ତେଜନା ପୂର୍ଣ୍ଣ ୧୬ ନଂ ଜାତୀୟ ରାଜପଥକୁ ନିୟନ୍ତ୍ରଣ କରିବା ସହ ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛି।