ରାଜନୀତି

ପାଣ୍ଡିଆନଙ୍କ ବିରୋଧରେ କହିଲେ ଦଳରୁ ବିଦା ହେବେ

ଭୁବନେଶ୍ୱର : ଖୁବଶୀଘ୍ର ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କେତେକ ନେତାଙ୍କୁ ଦଳରୁ ବିଦା କରିବେ । ଯେଉଁମାନେ ପାଣ୍ଡିଆନଙ୍କ ବିରୋଧରେ କହିବେ ସେମାନଙ୍କୁ ଦଳରୁ ତଡ଼ିବାକୁ ଯୋଜନା କରାଯାଉଛି । ନବୀନ ଏନେଇ ନେତାଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି । ବିଜେଡ଼ି ନେତାଙ୍କ ଭକ୍ତି ପୁରୁଣାକାଳିଆ ବୋହୂଙ୍କ ଠାରୁ ବି ବଳିଯିବ ।

ଭକ୍ତିରେ ପାଦଧୁଆ ପାଣି ବି ପିଇଦିଅନ୍ତି । କ୍ଷମତା ପାଇଁ କାଉକୁ ଧଳା ବୋଲି କହିବାକୁ ପଛାନ୍ତିନାହିଁ । କେତେବେଳେ କେଉଁ ନେତା ଚାକର ହେବାକୁ ରେଡ୍ଡୀ ବୋଲି କହେତ ଆଉ କିଏ କ୍ରୀତଦାସ ହେବାକୁ ବି ପ୍ରସ୍ତୁତ ଥାଆନ୍ତି । ଆକାଶରୁ ତୋଳି ଆଣି ଏକଥା କେହି କହୁନାହାନ୍ତି, ବିଜେଡ଼ି ନେତାଙ୍କ ଆଚରଣ ଓ ଉଚ୍ଚାରଣକୁ ଲକ୍ଷ୍ୟ କରି ଅନେକ ଏଭଳି ମନ୍ତବ୍ୟ ଦିଅନ୍ତି । ଏହାର ଗଦାଗଦା ନଜିର ବି ରହିଛି ।

ଓଡ଼ିଶା ରାଜନୀତିକୁ ଅନୁଶୀଳନ କରୁଥିବା ସମସ୍ତେ ଜାଣନ୍ତି, ନବୀନ ବାବୁ ଆତ୍ମନିର୍ଭରଶୀଳ ନା ନିର୍ଭରଶୀଳ । ହଁ, ଏକଥା ସତ ନବୀନବାବୁଙ୍କ ଲୋକପ୍ରିୟତା ସହ ରାଜ୍ୟର କୌଣସି ନେତା ସମକକ୍ଷ ନୁହଁନ୍ତି । କିନ୍ତୁ ବିଜେଡି ସଂଗଠନର ଭଲଭେଲ କଥା ସେ ସ୍ୱୟଂସମ୍ପୂର୍ଣ୍ଣ ଭାବେ ବୁଝନ୍ତି ନାହିଁ । ପ୍ରଥମେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଓ ଦେବାଶିଷ ନାୟକଙ୍କ ଭଳି ନେତାମାନେ ଏହି ଦାୟିତ୍ୱ ମୁଣ୍ଡାଇଥିଲେ । କିନ୍ତୁ ନବୀନଙ୍କ ପସନ୍ଦ ନଆସିବାରୁ ବିଜୟ ଓ ଦିଲ୍ଲୀପଙ୍କୁ ଦଳରୁ ବିଦା କରିଦିଆଗଲା । କାଳେ ତାଙ୍କ ରାସ୍ତାରେ ଭବିଷ୍ୟତରେ କିଏ କଣ୍ଟା ହେବ ସେସବୁକୁ ଅନୁଶୀଳନ କରି ନବୀନ ଏଭଳି ନିଷ୍ପତ୍ତି ନେଇଥିଲେ । ପରେ ପ୍ୟାରୀମୋହନ ମହାପାତ୍ର ବିଜେଡ଼ିର ଦଳୀୟ ସଂଗଠନ, ସରକାରୀ କଳ, ପ୍ରଶାସନ ଆଦି ସବୁକଥା ବୁଝିଲେ । ପ୍ୟାରୀଙ୍କ ସହିଦନଗର ଘର ପାଲଟି ଯାଇଥିଲା ନବୀନ ନିବାସର ବ୍ରାଞ୍ଚ ଅଫିସ୍‌ । ନବୀନ ନିବାସରେ ନିହାତି ଆବଶ୍ୟକ ପଡ଼ିଲେ ନବୀନ ନେତାଙ୍କ ସହ କଥା ହେଉଥିଲେ । ନଚେତ୍‌ ସକାଳୁ ସଂଜ ପର୍ଯ୍ୟନ୍ତ ବିଧାୟକ, ମନ୍ତ୍ରୀ ଓ ଅଫିସରଙ୍କ ଭିଡ଼ ପ୍ୟାରୀଙ୍କ ଘରେ ଦେଖିବାକୁ ମିଳୁଥିଲା । ପ୍ୟାରୀ ଥିଲେ ଦଳର ନମ୍ବର ଟୁ । ପ୍ରଥମେ ପରୋକ୍ଷ ରାଜନୀତିରେ ଥିବା ପ୍ୟାରୀ ପରେ ପ୍ରତ୍ୟକ୍ଷ ରାଜନୀତିକୁ ପ୍ରବେଶ କରି ରାଜ୍ୟସଭା ସାଂସଦ ହେଲେ । ନବୀନଙ୍କ ଠାରୁ ଡେଙ୍ଗା ହେବା ପାଇଁ ସେ ଉଦ୍ୟମ ଆରମ୍ଭ କରିବା ପରେ ବିବାଦ ବଢ଼ିଥିଲା । ଶେଷରେ ମେ’ ୨୯ର ମଧ୍ୟରାତ୍ର ଷଡ଼ଯନ୍ତ୍ର କଥା ଉଠିଲା ଓ ପ୍ୟାରୀବାବୁ ଦଳରୁ ବିଦା ହେଲେ

Related Articles

Leave a Reply

Your email address will not be published. Required fields are marked *

Back to top button