ଓଡିଶା

ଆସୁଛି ବଡ଼ ବାତ୍ୟା !

ଭୁବନେଶ୍ୱର: ଛୋଟ ନୁହେଁ, ବଡ଼ ବାତ୍ୟା ଆସୁଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ବାତ୍ୟା ସମୁଦ୍ରରୁ ବଳ ଗୋଟାଇବ । ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ଗ୍ଲୋବାଲ ଫୋରକାଷ୍ଟ୍‌ ସିଷ୍ଟମ (ଜିଏଫଏସ୍‌) ମଡେଲ ସମ୍ଭାବ୍ୟ ବାତ୍ୟାକୁ ନେଇ ଏଭଳି ଆକଳନ କରିଛି । କିନ୍ତୁ ଭାରତୀୟ ପାଣିପାଗ ବିଭାଗ ବାତ୍ୟା ସୃଷ୍ଟିକୁ ନେଇ କୌଣସି ପୂର୍ବାନୁମାନ କରିନି ।

ଜିଏଫଏସ୍‌ ମଡେଲ ବୁଧବାର ସାନି ପୂର୍ବାନୁମାନ କରି ଦର୍ଶାଇଛି, ୨୩ ତାରିଖ ବେଳକୁ ବାତ୍ୟା ଅତି ଭୀଷଣ (ଭେରି ସିଭିଅର) ରୂପ ନେଇ ସାରିଥିବ । ସେବେ ଏହା ଓଡ଼ିଶା ଉପକୂଳଠାରୁ କିଛି ଦୂରରେ ଥିବ । ୨୪ ତାରିଖ ବେଳକୁ ଭଦ୍ରକ ଓ ବାଲେଶ୍ୱର ପାଖରେ ଘଷି ହୋଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଯିବ । ବାଲେଶ୍ୱର ପାଖ ଦେଇ ଅତିକ୍ରମ କରିବା ବେଳେ ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ଚାପ ୯୪୪ ମିଲିବାର୍‌ ଥିବ । ଏହି ଚାପ ୯୫୪ ମିଲିବାର୍‌ ଯାଏ ଯାଇପାରେ । ଏହି ଚାପକୁ ହିସାବକୁ ନେଇ ସମ୍ଭାବ୍ୟ ବାତ୍ୟାର ତୀବ୍ରତା ମାପିଲେ ଏହା କାଟାଗୋରୀ-୩ ଅଧୀନରେ ଆସୁଛି । ଏହା ଅତି ଭୀଷଣ ବାତ୍ୟା ରୂପ ନେବ ବୋଲି ଜିଏଫଏସ୍‌ ମଡେଲ ଦର୍ଶାଉଛି ।
ସେହିଭଳି ୟୁରୋପିଆନ ସେଣ୍ଟର ଫର ମିଡିଅମ ରେଞ୍ଜ ୱେଦର ଫୋରକାଷ୍ଟ(ଇସିଏମଡବ୍ଲୁଏଫ୍‌)ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଡେଲ ବା ଏଆଇଏଫଏସ ମଡେଲ ମଧ୍ୟ ବାତ୍ୟାକୁ ନେଇ ପୂର୍ବାନୁମାନ କରିଛି । ବାତ୍ୟା ଓଡ଼ିଶା ଉପକୂଳ ପାଖ ଦେଇ ଅତିକ୍ରମ କରିବ ବୋଲି ଏହା ଦର୍ଶାଇଛି । ୨୪ ତାରିଖ ବେଳକୁ ବାଲେଶ୍ୱର ପାଖ ଦେଇ ଏହା ପାର୍‌ ହେବ । ଅତିକ୍ରମ ସମୟରେ ବାତ୍ୟାର ପ୍ରେସର ୯୭୯ ମିଲି ବାର୍‌ ଥିବ ବୋଲି ଆକଳନ କରିଛି । ଓଡ଼ିଶା ଉପକୂଳରେ ସମ୍ଭାବ୍ୟ ବାତ୍ୟା କାଟାଗୋରୀ-୩ ରହିବ ବୋଲି ଜିଏଫଏସ ମଡେଲ କହୁଥିବାବେଳେ ଏହା କାଟାଗୋରୀ-୪ ରହିବ ବୋଲି ଏଆଇ ମଡେଲ ପୂର୍ବାନୁମାନ କରିଛି । ତେବେ ଦିନ ଯେତିକି ବଢୁଛି ବିଭିନ୍ନ ପାଣିପାଗ ମଡେଲ ନିଜ ଆକଳନକୁ ବଦଳାଉଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button