ମନୋରଞ୍ଜନ

ପୂଜାରେ ମିଳିଲାନି ଦେଖା

୨୦୨୪ ପୂଜା ଅବସରରେ ୪ଟି ଓଡ଼ିଆ ଛବି ରିଲିଜ୍ ହୋଇଥିଲେ ହେଁ ଅନେକ ନାମୀଦାମୀ କଳାକାରଙ୍କୁ ପରଦାରେ ଦେଖିବାକୁ ମିଳିନାହିଁ। ସିଦ୍ଧାନ୍ତ, ଅରିନ୍ଦମ, ବାବୁସାନ୍, ସବ୍ୟସାଚୀ, ବୁଦ୍ଧାଦିତ୍ୟ, ଆକାଶ, ସମ୍ବିତ, ଜ୍ୟୋତି ଓ ଦୀପକ ପ୍ରମୁଖ ଜଣାଶୁଣା ନାୟକ ଦର୍ଶକଙ୍କ ସାମ୍ନାକୁ ଆସିନାହାନ୍ତି। ସେହିପରି ପୂଜାଋତୁରେ ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ଅର୍ଚ୍ଚିତା, ନମ୍ରତା, ପ୍ରିୟା,ଏଲିନା, ଶୀତଲ୍, ସୁପ୍ରିୟା, ଭୂମିକା, ଶିବାନୀ ଓ ସନମୀରା ପ୍ରମୁଖ ନାୟିକାଙ୍କୁ ମିସ୍ କରିଛନ୍ତି ଦର୍ଶକ।

ତେଣେ ଓଲିଉଡ୍ର ଦୁଇ ବରିଷ୍ଠ ଅଭିନେତ୍ରୀ ମହାଶ୍ବେତା ଓ ଅପରାଜିତାଙ୍କୁ ବି କୌଣସି ପୂଜା ଛବିରେ ଦେଖିବାକୁ ମିଳିନାହିଁ।

୨୦୨୪ ପୂଜାରେ ଓଲିଉଡ୍ର କେତେକ କଳାକାର, ନିର୍ଦ୍ଦେଶକ, ସଙ୍ଗୀତକାର ଓ ସଂଳାପକାରଙ୍କ ଅନୁପସ୍ଥିତି ଅନୁଭବ କରିଛନ୍ତି ସିନେପ୍ରେମୀ। ଆସନ୍ତୁ ଜାଣିବା ସେମାନଙ୍କ ସଂପର୍କରେ..

ଏ ବର୍ଷର ପୂଜାରେ ଦର୍ଶକ ସେମାନଙ୍କର କେତେକ ପ୍ରିୟ ନିର୍ଦ୍ଦେଶକଙ୍କ ଫିଲ୍ମ ଦେଖିବାରୁ ବଞ୍ଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ବସନ୍ତ ସାହୁ, ହିମାଂଶୁ ପରିଜା, ସୁଧାଂଶୁ ମୋହନ ସାହୁ, ଅଶୋକ ପତି, ଏସ୍ ଦିଲୀପ ପଣ୍ଡା, ସଞ୍ଜୟ ନାୟକ, ସୁଶାନ୍ତ ମଣି, ରମେଶ ରାଉତ, ପୃଥ୍ବୀରାଜ ପଟ୍ଟନାୟକ, ମୃତ୍ୟୁଞ୍ଜୟ ସାହୁ, ରାଜେନ୍ଦ୍ର ମହାନ୍ତ, ସୁଧାକର ବସନ୍ତ ଓ ଏସ୍ କେ ମୁରଲୀଧରନ୍ ପ୍ରମୁଖ ନିର୍ଦ୍ଦେଶକ। ଏଣେ ମଳୟ ମିଶ୍ର, ବିକାଶ ଦାସ, ପ୍ରେମ୍ ଆନନ୍ଦ, ଅସଦ୍ ନିଜାମ ଓ ଗୌରବ ଆନନ୍ଦ ପ୍ରମୁଖ ସଂଗୀତ ନିର୍ଦ୍ଦେଶକଙ୍କ ଗୀତ ବି କୌଣସି ପୂଜା ଫିଲ୍ମରେ ନାହିଁ।
ସେହିପରି ବିଜୟ ମଲ୍ଲ, ଦିଲୀପ ଚୌଧୁରୀ, ଡକ୍ଟର ରଜନୀରଂଜନ, ଚିନ୍ମୟଦାସ ପଟ୍ଟନାୟକ, ବାପୁ ଗୋସ୍ବାମୀ, ସନ୍ତୋଷ ନାରାୟଣ ଦାଶ, ଯମେଶ ଶୁକ୍ଳା, ପ୍ରିୟବ୍ରତ ପଣ୍ଡା, ଅମିତ ଦାସ, ପ୍ରଣବ ପ୍ରସନ୍ନ ରଥ ଓ କୁମାରଶ୍ରୀ ସାହୁଙ୍କ ଭଳି ଜଣାଶୁଣା ସଂଳାପକାରଙ୍କ ସଂଳାପ ବି ପୂଜା ଛବିରେ ଶୁଣିବାକୁ ମିଳିନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button