ଶିକ୍ଷା

୩ ଫୁଟ ର ଏହି ମହିଳା ଆଇ.ପି.ଏସ ଅଫିସର ଯାହାଙ୍କୁ ମୋଦୀ ମଧ୍ୟ କରନ୍ତି ସଲାମ

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଆଇଏସମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ହାଇଟ ୩ ଫୁଟ ଅଟେ କିନ୍ତୁ ତାଙ୍କ କାମ ଦ୍ଵାରା ଆମ ଦେଶ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କୁ ସଲାମ କରିଛନ୍ତି । ଏହି ଆଇଏସ ମହିଳାଙ୍କ ନାମ ଆରତୀ ଡୋଗ୍ରା ଅଟେ । ରାଜସ୍ଥାନରୁ ୮୧ ଜଣ ଆଇଏସଙ୍କ ଟ୍ରାନ୍ସଫର ହୋଇଛି ଯାହାଙ୍କ ମଧ୍ୟରୁ ଆରତୀ ଡୋଗ୍ରା ବହୁତ ଚର୍ଚା ର ବିଷୟ ହୋଇଛନ୍ତି, ତାଙ୍କ କାମ ପୁରା ଭାରତରେ ସମସ୍ତେ ପସନ୍ଦ କରୁଛନ୍ତି ।

Image Courtesy: Google

ବିକାନର ଓ ହୁଣ୍ଡି ଭଳି ଜାଗାରେ ସେ କଲେକ୍ଟର ରହିବା ପରେ ବର୍ତମାନ ସେ ଆଜମର ଭଳି ଶହରରେ କଲେକ୍ଟର ପଦରେ ନିଯୁକ୍ତି ପାଇଛନ୍ତି । ସେ ରାଜସ୍ଥାନ କାଡର ର ୨୦୦୬ ବ୍ୟାଚ ଆଇଏସ ଅଫିସର ଅଟନ୍ତି, ତାଙ୍କ ବାପା ଜଣେ ସେନା ଅଧିକାରୀ ଓ ମାତା ଗୋଟେ ସ୍କୁଲ ପୃନ୍ସିପାଲ ଅଟନ୍ତି । ଆରତୀ ଜନ୍ମ ହବା ପରେ ଡକ୍ଟର ତାଙ୍କ ମାତା ପିତାଙ୍କୁ ଏହି କଥା କହିଥିଲେ ଯେ ଏହି ପିଲା ବିକଳାଙ୍ଗ ଅଟେ କିନ୍ତୁ ତାଙ୍କ ମାତା ପିତା ତାଙ୍କୁ କେବେ ବି ଅଲଗା ବ୍ୟବହାର କରି ନଥିଲେ ।

Image Courtesy: Google

ଆରତୀଙ୍କ କହିବା ଅନୁଯାଇ ତାଙ୍କୁ ସାମାନ୍ଯ ଛୁଆଙ୍କ ସ୍କୁଲରେ ପାଠ ପଢିବା ପାଇଁ ସୁଯୋଗ ଦିଆ ଗଲା ଏହା ଛଡା ତାଙ୍କ ବାପା ସବୁବେଳେ ଏହି କଥା କହୁଥିଲେ ଯେ ପାଠ ପଢା ସହ ନାଚ କୁଦ ସବୁ ଆବଶ୍ୟକ ଅଟେ । ଆଜିକାଲିକା ମା ବାପା ନିଜ ଛୁଆଙ୍କୁ କେବଳ ପାଠ ପାଇଁ ଫୋର୍ସ କରୁଛନ୍ତି ଓ ଖେଳ ବା ନାଚରେ କିଛି ନାହିଁ ବୋଲି କହୁଛନ୍ତି, ଏହା ଛଡା ବହୁତ ଲୋକଙ୍କ ମନରେ ଏହା ହୋଇଥାଏ ଯେ ଝିଅ ଅଧିକ ପାଠ ପାଢୀ କଣ କରିବେ କିନ୍ତୁ ଆରତୀଙ୍କ ମା ବାପା ତାଙ୍କୁ ସବୁ କାମ ପାଇଁ ସାମାନ୍ୟ ବ୍ୟବହାର କଲେ ଯାହା ଦ୍ଵାରା ତାଙ୍କୁ କେବେ ନିଜକୁ ବିକଳାଙ୍ଗ ମନେ ହେଲା ନାହିଁ ।

Image Courtesy: Google

ଆରତୀଙ୍କ ଜନ୍ମ ଡେରା ଦୂନରେ ହୋଇଥିଲା ଓ ସେ ନିଜ ପାଠ ବ୍ରାଇଟ ଲାଣ୍ଡ ସ୍କୁଲରେ ସମାପ୍ତ କରିଥିଲେ । ଏହା ପରେ ଦିଲ୍ଲୀରେ ଗ୍ରାଜୁଏଟ ଏବଂ ପୋସ୍ଟ ଗ୍ରାଜୁଏଟ କଲା ପରେ ଡେରା ଦୂନ ଫେରି ଆସିଥିଲେ ସେ ପ୍ରଥମ ଥରକରେ ୟୁପିଏସି ପରୀକ୍ଷା କ୍ଲିଅର କରିଥିଲେ ଯାହା ଭାରତର ସବୁଠାରୁ କଠିନ ପରୀକ୍ଷା ଅଟେ । ତେବେ ଆରତୀ ନିଜ ବୁଦ୍ଧି ଦ୍ଵାରା ବହୁତ ପ୍ରକାର ପରିବର୍ତନ କରିବାରେ ଲାଗିଛନ୍ତି ଯାହା ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ବହୁତ ଭଲ ଲାଗିଛି ଓ ସେ ମଧ୍ୟ ଆରତୀଙ୍କ ପ୍ରଶଂସା କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button