କାକଟପୁର ମା ମଙ୍ଗଳାଙ୍କର ଏ କି ଅଦଭୂତ ଦ୍ରୁଶ୍ଯ, ମା’ ପ୍ରତିମା ରୁ ବାହାରୁଛି ଗମଗମ ଝାଳ ଯିଏ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇ ରହିଯିବ
ବନ୍ଧୁଗଣ କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କର ଅନେକ କିମ୍ବଦନ୍ତୀ ଅଛି । ପାଷାଣ ରୂପରେ ପୂଜା ପାଉଥିବା ମାଙ୍କର ଦର୍ଶନ ପାଇଁ ଏବଂ ଲୋକ ମାନେ ନିଜର ମାନସିକ ପୂରଣ ପାଇଁ ମା ମଙ୍ଗଳାଙ୍କର ଦର୍ଶନ କରିବା ପାଇଁ କାହିଁ କେତେ ଦୂର ରୁ ରାଜ୍ୟ ବାହାରୁ ଆସିଥାନ୍ତି ଭକ୍ତ ଗଣ ।
ସେହି ମା ଙ୍କ ମନ୍ଦିର ରୁ ଆସିଛି ଆଶ୍ଚର୍ଯ୍ୟ ଓ ଅଲୌକିକ ଦ୍ରୁଶ୍ଯ । ମାଙ୍କର ପ୍ରିୟତ ପର୍ବ ବିଶେଷ କରି ଝାମୁ ଯାତ୍ରାରେ ଭକ୍ତଙ୍କର ଭିଡ ଦେଖିବାକୁ ମିଳିଥାଏ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଅସହାୟ ଗରମ ଅନୁଭୂତ ହୁଏ । ଆଉ ଏତିକି ବେଳେ ମାଙ୍କର ପାଷାଣ ପ୍ରତିମାରୁ ବିନ୍ଦୁ ବିନ୍ଦୁ ଝାଳ ବୋହୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ପୂଜକ ଓ ଶ୍ରଦ୍ଧାଳୁ ।
ତେଣୁ ପ୍ରତି ଦିନ ନିଜ ପୁଅକୁ ଦେଖିବାକୁ ମା ପୁରୀ ଯାଇଥାନ୍ତି । ଆଉ ଶ୍ରୀ ମନ୍ଦିର ରୁ ଫେରିବା ପରେ କାକଟପୁର ବିଶ୍ରାମ ଶିଳା ରେ ଥକା ମେଣ୍ଟାଇ ଥାନ୍ତି । ତେଣୁ ବିଶ୍ରାମ ଶିଳା ବସିବା ସ୍ଥାନରେ ଦିନକୁ ଦିନ ଗଭୀର ହୋଇ ଯାଉଛି ବୋଲି ଦେଖିବାକୁ ମିଳିଛି ।
ଏପଟେ ମା ମଙ୍ଗଳାଙ୍କ ପ୍ରତିମା ରୁ ଝାଳ ବାହାରୁଥିବା ଖବର କୁ ନେଇ ବୈଜ୍ଞାନିକ କାରଣ ରହିଛି ବୋଲି ସ୍ଥାନୀୟ ଶିକ୍ଷକ କହିଛନ୍ତି । ପଦାର୍ଥ ଓ ଜଳବାୟୁ କୁ ନେଇ ଏହାର ସମ୍ପର୍କ ରହିଛି ବୋଲି ମତ ପ୍ରକାଶ କରିଛନ୍ତି ବିଜ୍ଞାନୀ ଶିକ୍ଷକ । ଗୋଟେ ପଟେ ବିଶ୍ଵାସ ତ ଅନ୍ୟ ପଟେ ବିଜ୍ଞାନ ।
ଶ୍ରଦ୍ଧାଳୁ ଙ୍କ ମନରେ ଥିବା କାକଟପୁର ମା ମଙ୍ଗଳାଙ୍କର ଅନେକ ମହିମା ରହିଛି ବୋଲି ବିଶ୍ଵାସ ରହିଛି । କିନ୍ତୁ ଏବେ ମା ଙ୍କ ପ୍ରତିମା ରୁ ଝାଳ ବାହାରୁଥିବା ଖବର ଏବେ ବିଜ୍ଞାନ ଓ ବିଶ୍ଵାସ ମଝିରେ ଛିଡା ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।