ଦେଶ ବିଦେଶ

ଘଣ୍ଟାକୁ ନେଇ ଶରଦ-ଅଜିତ ପୁଣି ମୁହାଁମୁହିଁ

ମହାରାଷ୍ଟ୍ର ବିଧାନସଭାରେ ଘଣ୍ଟା ଚିହ୍ନ ବ୍ୟବହାର କରିପାରିବେ ଅଜିତ ପାଓ୍ୱାର। କିନ୍ତୁ ଘୋଷଣା କରିବେ ଯେ, ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି। ଏଭଳି ସର୍ତ୍ତରେ ଏନସିପିର ଅଜିତ ପାଓ୍ୱାର ଗୋଷ୍ଠୀକୁ ସବୁଜସଙ୍କେତ ଦେଇଛନ୍ତି ସୁପ୍ରିମକୋର୍ଟ। ଆଉ ଫ୍ରେସ୍ ନିର୍ବାଚନୀ ଚିହ୍ନ ପାଇବାକୁ ଆବେଦନ କର ବୋଲି ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ। ମାର୍ଚ୍ଚ ୧୯ ଓ ଏପ୍ରିଲ ୪ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ କୋର୍ଟ ନିର୍ଦେଶ ଦେଇଥିଲେ, କ୍ୟାମ୍ପେନ ବେଳେ ସମସ୍ତ ପ୍ରଚାର ମ୍ୟାଟେରିଆଲରେ ଘଣ୍ଟା ଚିହ୍ନ ବ୍ୟବହାର କରିହେବ। କିନ୍ତୁ ଏହା କୋର୍ଟରେ ବିଚାରାଧୀନ ଅଛି ବୋଲି ଦର୍ଶାଇବାକୁ ପଡ଼ିବ। ଅତୀତର ଏହି ନିର୍ଦେଶାନାମାକୁ ଅଜିତ ପାଓ୍ୱାର ଗୋଷ୍ଠୀ ଏକ ସତ୍ୟପାଠ ଜରିଆରେ ଅଣ୍ଡରଟେକିଂ ଦେବାକୁ ଆଜି ନିର୍ଦେଶ ଦେଇଛନ୍ତି ଅଦାଲତ। ଅଜିତ ପାଓ୍ୱାର ଗୋଷ୍ଠୀ କୋର୍ଟଙ୍କ ସର୍ତ୍ତର ଉଲ୍ଲଂଘନ କରୁଛି କହି ଶରଦ ପାଓ୍ୱାରଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। ଯଦି କୋର୍ଟ ନିର୍ଦେଶକୁ ଉଲ୍ଲଂଘନ କରାଯିବ, ତେବେ କୋର୍ଟ ନିଜ ଆଡ଼ୁ ଅଦାଲତ ଅବମାନନା ନୋଟିସ୍ ଜାରି କରିବେ ବୋଲି ମୌଖିକ ଭାବେ ଚେତାଇ ଦେଇଛନ୍ତି ଅଜିତ ପାଓ୍ୱାର ଗୋଷ୍ଠୀକୁ। ପରବର୍ତ୍ତୀ ଶୁଣାଣୀ ନଭେମ୍ୱର ୬ରେ ହେବ। ଜଷ୍ଟିସ ସୂର୍ଯ୍ୟକାନ୍ତ, ଦୀପଙ୍କର ଦତ୍ତ ଓ ଉଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଏହି ଶୁଣାଣୀ କରୁଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଘଣ୍ଟା ଚିହ୍ନ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଶରଦ ପାଓ୍ୱାର ଗୋଷ୍ଠୀ ଅଦାଲତରେ ଆବେଦନ କରିଥିଲେ। ନିର୍ବାଚନରେ ନୂଆ ଚିହ୍ନ ବ୍ୟବହାର କରିବାକୁ ଅଜିତ ପାଓ୍ୱାର ଗୋଷ୍ଠୀଙ୍କୁ କୁହାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଚିହ୍ନକୁ ନେଇ ମାମଲା ବିଚାରାଧୀନ ଥିଲା ବେଳେ କେହି ବି ଏହାକୁ ବ୍ୟବହାର କରିପାରିବେନି ବୋଲି ଯୁକ୍ତି ଦର୍ଶାଇଥିଲା ଶରଦ ପାଓ୍ୱାରଙ୍କ ଗୋଷ୍ଠୀ। ଏନସିପିର ଏକ୍ସ ହ୍ୟାଣ୍ଡେଲ୍ ଓ ଫେସବୁକ୍ ପେଜରେ ଅଜିତ ପାଓ୍ୱାର ଗୋଷ୍ଠୀ ଘଣ୍ଟା ଚିହ୍ନ ରଖି କ୍ୟାମ୍ପେନ ପୋଷ୍ଟ କରୁଛନ୍ତି। ଶରଦ-ଅଜିତ ପାଓ୍ୱାରଙ୍କ ଭିତରେ ଏନସିପିର ଦଳୀୟ ଚିହ୍ନ ଘଣ୍ଟାକୁ ନେଇ ବିବାଦ ଉପୁଜିଥିଲା। ନିର୍ବାଚନ କମିଶନ କିନ୍ତୁ ଦଳୀୟ ଚିହ୍ନ ଅଜିତ ପାଓ୍ୱାର ଗୋଷ୍ଠୀଙ୍କୁ ଆଲଟ୍ କରିଥିଲେ। ଇସିଆଇଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରି ଶରଦ ପାଓ୍ୱାର ଗୋଷ୍ଠୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାର୍ଚ୍ଚ ୧୯ରେ ଅଜିତ ପାଓ୍ୱାର ଗୋଷ୍ଠୀକୁ ସର୍ତ୍ତମୂଳକ ଭାବେ ଘଣ୍ଟା ଚିହ୍ନ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ଏସଏଲପି ଶୁଣାଣୀ ବେଳେ ଶରଦ ପାଓ୍ୱାରଙ୍କ ନାଁ ଓ ଛବି କ୍ୟାମ୍ପେନ ମ୍ୟାଟେରିଆଲରେ ବ୍ୟବହାର ନ କରିବାକୁ ଖଣ୍ଡପୀଠ ଅଜିତ ପାଓ୍ୱାର ଗୋଷ୍ଠୀକୁ କହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button