ଜୀବନଶୈଳୀ

ଅମ୍ଳଜାନ ସ୍ତର ପ୍ରତି ସଚେତନ ରୁହନ୍ତୁ , ଆପଣ ମଧ୍ୟ ଅମ୍ଳଜାନ ସ୍ତର ମାପି ପାରିବେ, ଜାଣନ୍ତୁ କେମିତି

ଡକ୍ଟର ବିବେକ କୁମାର ଭର୍ମା (ବରିଷ୍ଠ ଛାତି ଏବଂ ଶ୍ୱାସ ରୋଗ ବିଶେଷଜ୍ଞ , ୱେଲମେଡ ହସ୍ପିଟାଲ) କହିଛନ୍ତି ଯେ କରୋନା ଭୁତାଣୁ ଫୁସଫୁସକୁ ସବୁଠାରୁ ଅଧିକ ପ୍ରଭାବିତ କରିଥାଏ। ସଂକ୍ରମଣ ହେତୁ ଇନ୍ଫ୍ଲାମେସନ ହୋଇଯିବା ଦ୍ୱାରା ଫୁସଫୁସ ରକ୍ତରେ ଅମ୍ଳଜାନ ବହନ କରିବାରେ ଅସମର୍ଥ ହୋଇଯାଏ।  ଏହା ଦ୍ୱାରା ଶରୀରରେ ଅମ୍ଳଜାନ ସ୍ତର ହ୍ରାସ ହେବାକୁ ଲାଗିଥାଏ। ଏହି ପରିସ୍ଥିତିରେ ଅଧିକାଂଶ ରୋଗୀଙ୍କ ଅବସ୍ଥା ସ୍ୱାଭାବିକ ରହିଥାଏ , କିନ୍ତୁ କେତେକ ଗମ୍ଭୀର ରୋଗୀଙ୍କୁ ଅମ୍ଳଜାନ ଏବଂ ଭେଣ୍ଟିଲେଟରର ଆବଶ୍ୟକତା ପଡ଼ିଥାଏ। ବେଳେବେଳେ ରୋଗୀଙ୍କୁ ଅମ୍ଳଜାନ ସ୍ତର କମ ହେବାର ଅନୁଭବ ହୋଇପାରେ ନାହିଁ। ଏହାକୁ ହେପି ହାଇପୋକ୍ସିଆ କୁହାଯାଏ , ଯାହାର ପରିଣାମ ଅତ୍ୟନ୍ତ ଘାତକ ହୋଇଥାଏ।

Google

ଏଭଳି ପରିସ୍ଥିତିରେ ନିଜର ଅମ୍ଳଜାନ ସ୍ତର ପ୍ରତି ସତର୍କ ରୁହନ୍ତୁ। ଶରୀରରେ ଅମ୍ଳଜାନର ସ୍ତର ଅକ୍ସିମିଟର ମାଧ୍ୟମରେ ଜଣା ଯାଇପାରିବ। ବଜାରରେ ପଲ୍ସ ଅକ୍ସିମିଟର ସହଜରେ ଉପଲବ୍ଧ ରହିଛି। କରୋନା ପରି ଲକ୍ଷଣ ଦେଖାଯିବା ଦ୍ୱାରା ଏହାର ସାହାଯ୍ୟରେ ଅମ୍ଳଜାନ ସେଚୁରେସନ ନିୟମିତ ମାପିବା ଉଚିତ ଏବଂ ଅମ୍ଳଜାନ ସ୍ତର କମ୍ ହେବା ଦ୍ୱାରା ତୁରନ୍ତ ଚିକିତ୍ସକଙ୍କ ଠାରୁ ପରାମର୍ଶ ନିଆଯିବା ଉଚିତ।

Google

ସାଧାରଣତଃ ଜଣେ ସୁସ୍ଥ ବ୍ୟକ୍ତିଙ୍କ ରକ୍ତରେ ଅମ୍ଳଜାନର ସେଚୁରେସନ ସ୍ତର ୯୫ ରୁ ୧୦୦ ପ୍ରତିଶତ ମଧ୍ୟରେ ରହିଥାଏ। ଶ୍ୱାସ ସମ୍ବନ୍ଧୀୟ ପୁରୁଣା ରୋଗ ଯେପରିକି COPD ରେ ଏହି ସ୍ତର ହ୍ରାସ ହୋଇପାରେ। କରୋନା କାରଣରୁ ଯେଉଁ ମାମଲା ସାମ୍ନାକୁ ଆସୁଅଛି , ସେମାନଙ୍କ ମଧ୍ୟରେ ଏହି ସ୍ତର ୮୦ ପ୍ରତିଶତରୁ କମରେ ପହଞ୍ଚିଯାଏ। କରୋନା ହେତୁ ରକ୍ତ ଜମାଟ ମଧ୍ୟ ସୃଷ୍ଟି ହୋଇପାରେ। ଏହାଦ୍ୱାରା ମଧ୍ୟ ରକ୍ତରେ ଅମ୍ଳଜାନ କମ୍ ହୋଇଯାଏ ଏବଂ ଏହା ହୃଦଘାତର କାରଣ ହୋଇପାରେ। ନିମୋନିଆ ଏବଂ କିଡନୀ ରୋଗରେ ମଧ୍ୟ ଅମ୍ଳଜାନ ସ୍ତର କମିଯାଏ। ଏହି ସମୟରେ ଜ୍ୱର , କାଶ , ଶ୍ୱାସକ୍ରିୟାରେ ଅସୁବିଧାକୁ କରୋନାର ପ୍ରୋଟୋକଲ ଅନୁଯାୟୀ ଦେଖନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button