ଜୀବନଶୈଳୀ

ବେସନ ଠାରୁ ଭଲ କୌଣସି କ୍ରିମ ନାହିଁ , ଏହିଭଳି ଲଗାଇଲେ ଦୂର ହୋଇଯିବ ଏହିସବୁ ଅସୁବିଧା

ବେସନ ଏଭଳି ଏକ ଜିନିଷ ଅଟେ , ଯାହା ପ୍ରାୟତଃ ସମସ୍ତ ଘରର ରୋଷେଇ ଘରେ ଥିବ। ଚଣାକୁ ଗ୍ରାଇଣ୍ଡିଂ କରି ପ୍ରସ୍ତୁତ କରାଯାଇଥିବା ବେସନର ପ୍ରୟୋଗ ଅନେକ ପ୍ରକାରର ତରକାରୀ ତିଆରି ପାଇଁ କରାଯାଏ। ଏହା ବ୍ୟତୀତ ବେସନ ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ପ୍ରାଚୀନ କାଳରୁ ଚର୍ମର ସୁନ୍ଦରତା ପାଇଁ ବେସନ ବ୍ୟବହୃତ ହୋଇଆସୁଛି।

ଆପଣଙ୍କ ଚର୍ମ କଳା ହେଉ କିମ୍ବା ଗୋରା , ସମସ୍ତେ ମୁହଁରେ ବେସନ ଲଗାଇବାକୁ ପରାମର୍ଶ ଦେଇଥାନ୍ତି। ଆପଣଙ୍କ ଚର୍ମର ସୁନ୍ଦରତା ବ୍ୟତୀତ ବେସନ ଚର୍ମ ସମ୍ବନ୍ଧୀୟ ରୋଗରୁ ମୁକ୍ତି ଦେବା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଚର୍ମ ପାଇଁ ବେସନର ଉପକାର ବିଷୟରେ କହିବାକୁ ଯାଉଛୁ।

Google

ଚେହେରାରେ ଗୋରାପଣ ଆଣିବା ପାଇଁ:-

ଚେହେରାରେ ଉଜ୍ଜ୍ୱଳତା ଆଣିବା ପାଇଁ ଏବଂ ଚର୍ମକୁ ସୁନ୍ଦର କରିବା ପାଇଁ ବେସନର ପ୍ରୟୋଗ କରା ଯାଇଥାଏ। କଞ୍ଚା କ୍ଷୀର କିମ୍ବା ଦହିକୁ ବେସନରେ ମିଶାଇ ଏହି ପ୍ୟାକକୁ ପ୍ରତିଦିନ ମୁହଁରେ ଲଗାଇବା ଦ୍ୱାରା ଚର୍ମ କୋମଳ ଏବଂ ଉଜ୍ଜ୍ୱଳ ହୋଇଯାଏ।

ଦହି ଓ ବେସନ କିମ୍ବା କଞ୍ଚା କ୍ଷୀର ଓ ବେସନର ଫେସପ୍ୟାକ ମୁହଁରେ ଲଗାଇବା ଦ୍ୱାରା ଚର୍ମରେ ଉଜ୍ଜ୍ଵଳତା ଆସିଥାଏ ଏବଂ ବୟସ ବଢ଼ିବା ସହିତ ହେଉଥିବା ଚର୍ମରୋଗ ମଧ୍ୟ ଦୂର ହୋଇଯାଏ। ଆପଣ ନିଜ ଶରୀରରେ ବେସନ ଓ କଞ୍ଚା କ୍ଷୀରର ଫେସପ୍ୟାକକୁ ଲଗାଇ ପାରିବେ , ଏହାଦ୍ୱାରା ଆପଣଙ୍କ ଶରୀରରେ ସୁନ୍ଦରତା ଆସିଯିବ।

Google

ଶୁଷ୍କ ଚର୍ମ ପାଇଁ:-

ବେସନକୁ କ୍ଷୀରର ମଲାଇ ସହିତ ମିଶାଇ ଚର୍ମରେ ଲଗାଇବା ଦ୍ୱାରା ଏହା ଚର୍ମକୁ ମଶ୍ଚରାଇଜ୍ କରିଥାଏ। ଯେଉଁ କାରଣରୁ ଚର୍ମର ଆର୍ଦ୍ରତା ରହିଥାଏ ଏବଂ ଶୁଷ୍କ ଚର୍ମ ସମସ୍ୟା ଦୂର ହୋଇଥାଏ। ଏହି ଫେସମାସ୍କ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚା ଅଧିକ ସୁନ୍ଦର ଏବଂ ଉଜ୍ଜ୍ବଳଯୁକ୍ତ ଦେଖାଯାଏ। ଅନ୍ୟପକ୍ଷରେ ଆପଣ ଏହାକୁ ଏହି ଉପାୟରେ ବ୍ୟବହାର କରିପାରିବେ।

ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ ବଡ଼ ଚାମଚ ବେସନ ଆବଶ୍ୟକ ଏବଂ ଏହାକୁ ଦହି ଏବଂ ମହୁ ସହିତ ମିଶାନ୍ତୁ। ଯେତେବେଳେ ପେଷ୍ଟ ନରମ ହୋଇଯିବ , ସେତେବେଳେ ଏହାକୁ ନିଜ ମୁହଁରେ ଲଗାନ୍ତୁ। ଏବଂ ୧୫ ମିନିଟ ପରେ ଥଣ୍ଡା ପାଣିରେ ଏହାକୁ ଧୋଇ ଦିଅନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button