ରାଜନୀତି

ସୋଶାଲ ମିଡ଼ିଆରେ ଧମକ ଦେବା ଅଭିଯୋଗ, ୨ ବିଜେଡି କର୍ମୀଙ୍କୁ ଉଠାଇ ନେଲା ପୁଲିସ୍‌

ଦାଦାବଟି ମାଗିବା ଏବଂ ସୋଶାଲ ମିଡ଼ିଆରେ ଧମକ ଚମକ ଦେବା ଅଭିଯୋଗରେ ୨ ବିଜେଡି କର୍ମକର୍ତ୍ତାଙ୍କୁ ଉଠାଇ ନେଲା ପୁଲିସ୍ । ପଚରାଉଚରା ପରେ ପୁଲିସ୍ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାଯାଇଛି। ଏପରି ଏକ ଘଟଣା ଗତକାଲି ଯାଜପୁର ଜିଲ୍ଲା ଧର୍ମଶାଳାରେ ଘଟିଛି।

ପୁଲିସ୍ ଉଠାଇ ନେଇଥିବା ୨ ଯୁବକ ହେଲେ ଧର୍ମଶାଳା ଥାନା ପାଟପୁର ଗ୍ରାମର ପୂର୍ବତନ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ସୁବ୍ରତ କୁମାର ଧଳ ଓ ଚହଟା ଗ୍ରାମର ଛାତ୍ର ବିଜେଡିର କର୍ମକର୍ତ୍ତା ମାନସ ରଞ୍ଜନ ମହାନ୍ତି ।

ଉଭୟ ଦେଉଳି ଗ୍ରାମର ବିଶ୍ୱଜିତ ସ୍ୱାଇଁଙ୍କୁ ବଟି ମାଗିବା ସହ ସୋଶାଲ ମିଡିଆରେ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଥିଲା। ଏନେଇ ବିଶ୍ୱଜିତ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ ଥାନାକୁ ଉଠାଇ ଆଣି ପଚାର ଉଚରା କରିଥିଲା। ଖବର ପାଇ ପୂର୍ବତନ ବିଧାୟକ ପ୍ରଣବ ବଲବନ୍ତରାୟ ଥାନାରେ ପହଞ୍ଚି ପୁଲିସ୍ ସହିତ ଆଲୋଚନା କରିଥିଲେ । ପରେ ପୁଲିସ ଉଭୟଙ୍କୁ ନୋଟିସ ଦେଇ ଛାଡି ଦେଇଛି ।

ତେବେ ପୁଲିସ ଘଟଣାର ସଠିକ ତଦନ୍ତ ନକରି ଏକତରଫା ଭାବେ ତଦନ୍ତ କରୁଛି । ପୁଲିସ ଏଭଳି କାର୍ଯ୍ୟରୁ ନିବୃତ ନ ହେଲେ ବିଜେଡି ପକ୍ଷରୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବ ବୋଲି ପୂର୍ବତନ ବିଧାୟକ ସୂଚନା ଦେଇଛନ୍ତି। ଏହାକୁ ନେଇ ପୁଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button