ଦିଲ୍ଲୀ ସିରିଜ୍ ବିସ୍ଫୋରଣକୁ ୧୯ ବର୍ଷ; ଧନତେରାସରେ ଥରିଥିଲା ରାଜଧାନୀ, ପ୍ରାଣ ହରାଇଥିଲେ ୬୭ଜଣ

ନୂଆଦିଲ୍ଲୀ: ସେ ଦିନ ଥିଲା ୨୦୦୫ ମସିହା ଅକ୍ଟୋବର ୨୯ ତାରିଖ ଅର୍ଥାତ୍ ଧନ୍ବନ୍ତରୀର ଦିନ । ଧନତେରସରେ ରାଜଧାନୀ ଦିଲ୍ଲୀ ଅଧିକ ଚଳଚଞ୍ଚଳ ଥିଲା । ସୁନା ଅଳଙ୍କାର କିଣିବାକୁ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମୁଥାଏ । ଏହି ସମୟରେ ବିସ୍ଫୋରଣ ଶବ୍ଦରେ ଥରି ଉଠିଥିଲା ସରୋଜିନ୍ ନଗର, ପାହାଡ଼ଗଞ୍ଜ ଏବଂ କାଲକାଜି ଅଞ୍ଚଳ । ରାଜଧାନୀର ଛାତି ଉପରେ ସିରିଜ୍ ବ୍ଲାଷ୍ଟ ହୋଇଥିଲା ।
ଡିଟିସି ବସରେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ ୬୭ଜଣ ପ୍ରାଣ ହରାଇଥିଲେ ଏବଂ ୨୦୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ ।
କେମିତି ହୋଇଥିଲା ବିସ୍ଫୋରଣ:
ପ୍ରଥମେ ବିସ୍ଫୋରଣ ସଂଧ୍ୟା ୫.୩୮ ମିନିଟରେ ଦିଲ୍ଲୀର ପାହାଡ଼ଗଞ୍ଜରେ ଥିବା ନେହରୁ ମାର୍କେଟରେ ହୋଇଥିଲା । ଏକ ଜୁଏଲରୀ ଦୋକାନରେ ବ୍ଲାଷ୍ଟ ହୋଇଥିଲା । ଏହି ଭୟଙ୍କର ଧମାକାରେ ବହୁ ଲୋକ ପ୍ରାଣ ହରାଇଥିଲେ । ଲୋକଙ୍କୁ ଚିହ୍ନିବା ମୁସ୍କିଲ୍ ହୋଇଯାଇଥିଲା । ନିକଟରେ ଥିବା ବିଲ୍ଡିଂ ଗୁଡ଼ିକ କବାଟ ଏବଂ ଝରକା ଭାଙ୍ଗି ଯାଇଥିଲା । ବିସ୍ଫୋରଣ କେତେ ଭୟଙ୍କର ଥିଲା ଏଥିରେ ଆପଣମାନେ ଜାଣି ପାରୁଥିବେ । ବୋମା ବିସ୍ଫୋରଣ ବେଳେ ନିକଟରେ ଥିବା କିଛି ଲୋକ ନିଆଁରେ ଜଳିଯାଇଥିଲା ।
ଦ୍ବିତୀୟ ବିସ୍ପୋରଣ:
ଧନତେରାସରେ ଦ୍ବିତୀୟ ବିସ୍ଫୋରଣ ୫.୫୨ ମିନିଟରେ ହୋଇଥିଲା । ଡିଟିସି ବାହାରେ ମୁଦ୍ରିକାର ଏକ ବସରେ ହୋଇଥିଲା । ବସ୍ ଓଖାଲା ଫେସ ବନ-ଗୋବିନ୍ଦପୁରୀ ଅଞ୍ଚଳରେ ଯାଉଥିବା ବେଳେ ବୋମା ବିସ୍ଫୋରଣ ହୋଇଥିଲା । ଏକ ବ୍ୟାଗ୍ କିଛି ସନ୍ଦିଗ୍ଧ ସାମଗ୍ରୀ କଣ୍ଡକ୍ଟରଙ୍କ ସିଟ୍ ତଳେ ଥିଲା, ଏହାକୁ ଦେଖି କଣ୍ଡକ୍ଟର ତୁରନ୍ତ ବସ୍ ଅଟକାଇବାକୁ କହିଥିଲେ । ଡ୍ରାଇଭର ବ୍ୟାଗକୁ ବାହାରକୁ ଫିଙ୍ଗିବା ବେଳେ ବ୍ଲାଷ୍ଟ ହୋଇଥିଲା । ଏଥିରେ ଡ୍ରାଇଭର କୁଳଦୀପର ସିଂହ ଗୁରୁତର ଭାବେ ଆହତ ହୋଇଥିଲେ ।
ତୃତୀୟ ବିସ୍ଫୋରଣ:
ଦିଲ୍ଲୀର ଜନଗହଳିପୂର୍ଣ୍ଣ ବଜାର ସରୋଜିନ ମାର୍କେଟରେ ତୃତୀୟ ବସ୍ଫୋରଣ ହୋଇଥିଲା । ଏହି ଧମାକା ପ୍ରାୟ ୫.୫୬ ମିନିଟରେ ହୋଇଥିଲେ । ଏଠାରେ ସର୍ବାଧିକ ୩୭ଜଣ ପ୍ରାଣ ହରାଇଥିଲେ । ପୋଲିସର କହିବା ଅନୁଯାୟୀ, ବମ୍ ଥିବା ଏକ ବ୍ୟାଗକୁ ଆତଙ୍କବାଦୀମାନେ ଏକ ଜୁସ୍ ଏବଂ ଚାଟ୍ ଷ୍ଟଲ ନିକଟରେ ଛାଡ଼ି ଦେଇଥିଲେ । ଜଣେ ଛୋଟ ପିଲା ଏହି ବ୍ୟାଗ୍ ବାବଦରେ ସେଠାରେ ଥିବା ଲୋକଙ୍କୁ ପଚାରିବା ବେଳେ ବିସ୍ଫୋରଣ ହୋଇଥିଲା । ଲସ୍କର-ଏ-ତୈବା ବିସ୍ଫୋରଣକୁ ନେଇ ନିଜକୁ ଦାୟୀ କରିଥିଲା