ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ: ଟସ୍ ଜିଣି ବ୍ୟାଟିଙ୍ଗ୍ କରୁଛି ଅଷ୍ଟ୍ରେଲିଆ – Utkal Mail
ରାଜକୋଟ୍: ଆଜି ରାଜକୋଟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆୟୋଜିତ ତୃତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ପ୍ରଥମେ ଅଷ୍ଟ୍ରେଲିଆ ବ୍ୟାଟିଙ୍ଗ୍ କରୁଛି।
ଟସ୍ ଜିଣିବା ପରେ ପ୍ରଥମେ ବ୍ୟାଟିଙ୍ଗ୍ କରିବେ ବୋଲି ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କୁମିନ୍ସ୍ ନିଷ୍ପତ୍ତି ଗ୍ରହଣ କରିଥିଲେ।
ସଦ୍ୟତମ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ୯.୩ ଓଭର୍ ଖେଳି କୌଣସି ୧ ୱିକେଟ୍ ବିନିମୟରେ ଅଷ୍ଟ୍ରେଲିଆ ୮୮ ରନ୍ ସଂଗ୍ରହ କରିଛି। ଓପେନିଙ୍ଗ୍ ଯୋଡ଼ି ଭାବେ ଯାଇଥିଲେ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର୍ ଓ ମିସେଲ୍ ମାର୍ସ। ଡେଭିଡ୍ ଆଉଟ୍ ହୋଇଯିବା ପରେ ତାଙ୍କ ସ୍ଥାନରେ ଷ୍ଟିଭେନ୍ ସ୍ମିଥ୍ ଖେଳୁଛନ୍ତି।
ଭାରତୀୟ ଟିମ୍ ପକ୍ଷରୁ ପ୍ରଥମେ ବୋଲିଙ୍ଗ୍ କରୁଥିଲେ ଜସ୍ପ୍ରୀତ୍ ବୁମ୍ରା ଓ ମହମ୍ମଦ ସିରାଜ। ଏବେ ବୋଲିଙ୍ଗ୍ କରୁଛନ୍ତି, ପ୍ରସିଦ୍ଧ କ୍ରିଷ୍ଣା ଓ ରବୀନ୍ଦ୍ର ଜାଦେଜା।
ଆଜି ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ରେ ଖେଳୁଛନ୍ତି: ମିସେଲ୍ ମାର୍ସ, ଡେଭିଡ୍ ୱାର୍ଣ୍ଣର୍, ଷ୍ଟିଭେନ୍ ସ୍ମିଥ୍, ମାର୍ନସ୍ ଲେବୁସେଜିନ୍, ଆଲେକ୍ସ୍ କେରି (ୱିକେଟ୍ ରକ୍ଷକ), ଗ୍ଲିନ୍ ମ୍ୟାକ୍ସ୍ୱେଲ୍, କ୍ୟାମେରନ୍ ଗ୍ରିନ୍, ପ୍ୟାଟ୍ କୁମିନ୍ସ୍ (ଅଧିନାୟକ), ମିସେଲ୍ ଷ୍ଟାର୍କ, ତନବୀର ସାଙ୍ଘା ଓ ଜୋସ୍ ହେଜେଲ୍ଉଡ୍।
ସେହିପରି ଭାରତୀୟ ଦଳରେ ଖେଳୁଛନ୍ତି: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଶ୍ରେୟସ୍ ଆୟେର୍, କେ. ଏଲ୍. ରାହୁଲ୍ (ୱିକେଟ୍ ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଦେଜା, ୱାସିଂଟନ୍ ସୁନ୍ଦର, କୁଳଦୀପ ଯାଦବ, ଜସ୍ପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା।