ବିଚାର

ତୁଳସୀ ଗଛ ଘରେ ଭଲ ବଢିଲେ, କେଉଁ ସଂକେତ ମିଳିଥାଏ ! ଏହା ସହ ଆହୁରି 20+ ଆଜିର ଅନୁଚିନ୍ତା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋମାତା, ଅଗ୍ନୀ ଏବଂ ଛୋଟ ପିଲାଙ୍କୁ କେବେ ପାଦରେ ଆଘାତ କରନ୍ତୁ ନାହିଁ । ଏହା ଦ୍ଵାରା ବ୍ୟକ୍ତିର ଅମଙ୍ଗଳ ହୋଇଥାଏ । ଭଗବାନ ଶିବଙ୍କ ଲିଙ୍ଗ ଉପରେ ଫଟା ଓ କଣା ବେଲପତ୍ର ଚଢାଇବା ଅନୁଚିତ । ଏହା ସହିତ ସର୍ବଦା ଡେମ୍ଫ ଛିଡାଇ ବେଲପତ୍ର ଚଢାଇବା ଉଚିତ । ଅଷ୍ଟମୀ ତିଥିରେ ନଡିଆ ଖାଇଲେ ଏବଂ ତୃତୀୟାରେ ପୋଟଳ ଖାଇଲେ, ବ୍ୟକ୍ତିର ବୁଦ୍ଧି ନଷ୍ଟ ହୋଇଥାଏ । ପିଲା ଜନ୍ମର ଏକ ବର୍ଷ ପର୍ଯ୍ୟନ୍ତ ପଣଷ, ଶୁଖୁଆ ଓ ତାଳ ଖାଆନ୍ତୁ ନାହିଁ ।

ହଳଦୀକୁ ଅଳ୍ପ ଗରମ କରି ବଥରେ ମାରିଲେ, ବଥ ଶୀଘ୍ର ଫାଟି ଯାଇଥାଏ । ପେଟ ବ୍ୟଥା ହେଉଥିଲେ । ଘୋଳଦହି ସହ ହଳଦୀ ବଟା ମିଶାଇ ପିଇଲେ, ତାହା ଦୂର ହୋଇଥାଏ । ଯଦି ଘର ଚାଳ ଉପରେ କଖାରୁ, ଲାଉ ଅଧିକା ଫଳିଥାଏ । ଏହା ଅଶୁଭ ହୋଇଥାଏ । ଅନ୍ୟକୁ କିଛି କିଛି ଏହା ବାଣ୍ଟିଦେବା ଆପଣଙ୍କ ପକ୍ଷେ ଭଲ ହୋଇଥାଏ । ଯାତ୍ରା ସମୟରେ ଯଦି ଗୋରୁ ପିଠି ଉପରେ କାଉ ବସିଥାଏ । ଯଦି ଏପରି ଦୃଶ୍ୟ ଦେଖନ୍ତି, ତେବେ ଏହା ବହୁତ ହିଁ ଶୁଭ ଅଟେ ।

ମନ୍ଦିରକୁ ଗଲେ ପ୍ରଥମେ ବାହନକୁ ମୁଣ୍ଡିଆ ମାରନ୍ତୁ । ତାପରେ ଘଣ୍ଟି ବଜାନ୍ତୁ । ଏହାପରେ ଠାକୁରଙ୍କୁ ଦର୍ଶନ କରି ମନ୍ଦିର ପରିକ୍ରମା ସାରି ଘରକୁ ଫେରନ୍ତୁ । ଗାଧେଇ ସାରିଲା ପରେ ନଖ, ଦାଢି, ଚୁଟି କାଟନ୍ତୁ ନାହିଁ । ଏବଂ ତେଲ ମଧ୍ୟ ଲଗାନ୍ତୁ ନାହିଁ ।  ୭ ଟି ଶୁକ୍ଳ ଦିତୀୟ ଚନ୍ଦ୍ର ଦର୍ଶନ କରିଲେ । ମନସ୍କମନା ପୂରଣ ହୋଇଥାଏ । ସୂର୍ଯ୍ୟକିରଣରେ ଗରମ ହୋଇଥିବା ପାଣିରେ ସ୍ନାନ କରିବା ସ୍ଵାସ୍ଥ ପକ୍ଷେ ହିତକର ହୋଇନଥାଏ ।

ପିଲା ଜନ୍ମ ପରେ ଅଧିକ ପରିମାଣରେ ଫଳ, ପନିପରିବା, ଶାଗ ଓ ଭିଟାମିନ ଯୁକ୍ତ ଖାଦ୍ୟ ଖାଇଲେ । ଏହା ସ୍ଵାସ୍ଥ ପାଇଁ ବହୁତ ହିତକର ଅଟେ । ନିଜର ବେକ କେବେବି ଖାଲି ରଖନ୍ତୁ ନାହିଁ । ଏହା ଦ୍ଵାରା ଲକ୍ଷ୍ମୀ ଅସନ୍ତୁଷ୍ଠ ହୋଇଥାନ୍ତି । ଖାଦ୍ୟ ଖାଇବା ପୂର୍ବରୁ ପ୍ରଭୁଙ୍କୁ ସମର୍ପଣ କରି ଖାଇଲେ, ରୋଗ ବୈରାଗ କମ୍ ହୋଇଥାଏ ।

ଦାନ୍ତରେ ନଖ ଛିଡାନ୍ତୁ ନାହିଁ କି ଗୋଡ ଆଙ୍ଗୁଠି ଫୁଟାନ୍ତୁ ନାହିଁ । ଏପରି ବ୍ୟକ୍ତି ଲକ୍ଷ୍ମୀ ଛଡା ହୋଇଯାଇଥାଏ । ପ୍ରତ୍ଯେକ ଦିନ ସକାଳୁ ହଳଦୀର ଟେଳା ଖାଇବା ଦ୍ଵାରା ଯୌବନ ରକ୍ଷା ହୋଇଥାଏ । ଯଦି ତୁଳସୀ ଗଛ ଆପଣଙ୍କ ଘରେ ଭଲ ବଢିଥାଏ ।

ତେବେ ଧନ ବୃଦ୍ଧିର ଏହା ସଂକେତ ଦେଇଥାଏ । ଏହା ସହିତ ସେହି ଘର ଉପରେ ମା’ ଅର୍ଣ୍ଣପୂର୍ଣ୍ଣଙ୍କର ଶୁଭ ଦ୍ରୁଷ୍ଟି ପଡିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button