ଦେଶ ବିଦେଶ

IPL 2025 ମେଗା ନିଲାମ ପାଇଁ ତାରିଖ ଘୋଷଣା, ପଞ୍ଜୀକରଣ କରିଛନ୍ତି ୧୫୭୪ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଙ୍ଗଳବାର ଆଇପିଏଲ୍ ୨୦୨୫ ମେଗା ନିଲାମୀର ତାରିଖ ଘୋଷଣା କରିଛି। ନିଲାମୀ ନଭେମ୍ବର ୨୪ ଓ ୨୫ରେ ସାଉଦି ଆରବର ସହର ଜେଦ୍ଦାରେ ଆୟୋଜନ ହେବ। ନିଲାମ ପାଇଁ ମୋଟ୍ ୧୫୭୪ ଖେଳାଳି ନାଁ ପଞ୍ଜୀକରଣ କରିଛନ୍ତି। ତେବେ ସର୍ବାଧିକ ୨୦୪ ଖେଳାଳିଙ୍କ ଭାଗ୍ୟ ଚମକିପାରେ।

ଏଥିରେ ୭୦ ବିଦେଶୀ ଖେଳାଳି ସାମିଲ୍ ଅଛନ୍ତି। ୧୦ ଫ୍ରାଞ୍ଚାଇଜଙ୍କ ନିକଟରେ ଖର୍ଚ୍ଚ କରିବା ପାଇଁ ୬୪୧.୫ କୋଟି ଟଙ୍କା ରହିଛି। ପ୍ରତ୍ୟେକ ଦଳ ପାଖରେ ସର୍ବାଧିକ ୨୫ ଖେଳାଳି ରହି ପାରିବେ।

ନିକଟରେ ସମସ୍ତ ୧୦ ଫ୍ରାଞ୍ଚାଇଜ ୫୫୮.୫ କୋଟି ଟଙ୍କାରେ ମୋଟ୍ ୪୬ ଖେଳାଳିଙ୍କୁ ରିଟେନ୍ କରିଥିଲେ। ପ୍ରତ୍ୟେକ ଫ୍ରାଞ୍ଚାଇଜଙ୍କ ପାଖରେ ୧୨୦ କୋଟି ଟଙ୍କା ରହିଛି। ଦକ୍ଷିଣ ଆଫ୍ରିକାର ହେନରିକ କ୍ଲାସେନ ସବୁଠୁ ମହଙ୍ଗା ଖେଳାଳି ରହିଛନ୍ତି। ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)୨୩ କୋଟି ଟଙ୍କା ରିଟେନ୍ କରିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରାଟ କୋହଲିଙ୍କୁ ୨୧ କୋଟି ଟଙ୍କାରେ ନିଜ ଦଳରେ ରଖିଛି। କୋହଲି ବର୍ତ୍ତମାନ ଦ୍ଵିତୀୟ ମହଙ୍ଗା ଖେଳାଳି ରହିଛନ୍ତି।

ଦୁଃସ୍ଵପ୍ନ ପାଲଟିଲା ୨୦୨୪, ଜାଣନ୍ତୁ ୨୦୨୫ କେମିତି ହୋଇପାରେ କୋହଲିଙ୍କ କ୍ୟାରିୟରର ଶ୍ରେଷ୍ଠ ବର୍ଷ ?

ଆଇପିଏଲ୍ ୨୦୨୫ର ମେଗା ନିଲାମ ପାଇଁ ପଞ୍ଜାବ କିଙ୍ଗ୍ସର ପର୍ସରେ ଅଧିକ ଅର୍ଥ ରାଶି ରହିଛି। କାରଣ ନିଲାମ ପୂର୍ବରୁ ପିବିକେସ କେବଳ ଦୁଇ ଜଣ ଅନକ୍ୟାପ୍ଡ ଖେଳାଳି ପ୍ରଭସିମରନସିଂ ଓ ଶଶାଙ୍କ ସିଂଙ୍କୁ ଦଳରେ ରଖିଛି। ତେଣୁ ନିଲାମରେ ଦଳ ମନ ଖୋଲି ଟଙ୍କା ଖର୍ଚ୍ଚ କରିପାରେ। କାରଣ ଦଳ ପର୍ସରେ ୧୧୦.୫ କୋଟି ଟଙ୍କା ରହିଛି। ଆରସିବି ପର୍ସରେ ମଧ୍ୟ ଅଧିକ ଅର୍ଥ ରହିଛି। ଦଳ ରିଟେନ୍ ଖେଳାଳିଙ୍କ ପାଇଁ ୩୭ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ୮୩ କୋଟି ଟଙ୍କା ଉପଲବ୍ଧ ରହିଛି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ଏବେ ୭୩ କୋଟି ଟଙ୍କା ରହିଛି। ଦଳ ରିଟେନ କରିଥିବା ଖେଳାଳିଙ୍କ ଉପରେ ୪୭ କୋଟି ଖର୍ଚ୍ଚ କରିଛି।

ମେଗା ନିଲାମ ପୂର୍ବରୁ ଅନେକ ବଡ଼ ଖେଳାଳିଙ୍କୁ ସେମାନଙ୍କର ଫ୍ରାଞ୍ଚାଇଜ ରିଲିଜ୍ କରିଛନ୍ତି। ଏଥିରେ ଜୋସ୍ ବଟଲର, ଇଶାନ କିଶନ, କେଏଲ ରାହୁଲ, ଶ୍ରେୟସ ଆୟର, ଗ୍ଲେନ ମ୍ୟାକ୍ସଓ୍ଵେଲ୍ ଓ ଋଷଭ ପନ୍ତଙ୍କ ପରି ଖେଳାଳି ସାମିଲ। ଏହି ଖେଳାଳିଙ୍କ ଉପରେ ସବୁ ଫ୍ରାଞ୍ଚାଇଜ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି କରି ନିଜ ଦଳରେ ସାମିଲ କରି ପାରନ୍ତି। ଏହା ବ୍ୟତୀତ ଆଇପିଏଲ୍ ୨୦୨୫ରେ ୫ଟି ଦଳ ଏମିତି ରହିଛନ୍ତି ଯିଏ ନିଜର ନୂଆ ଅଧିନାୟକ ସନ୍ଧାନରେ ଅଛନ୍ତି। ଏଥିରେ ଆରସିବି, କେକେଆର, ଡିସି, ପଞ୍ଜାବ କିଙ୍ଗ୍ସ ଓ ଏଲଏସଜି ନାଁ ସାମିଲ।

Related Articles

Leave a Reply

Your email address will not be published. Required fields are marked *

Back to top button