Uncategorized

ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ: ଝାରମୁଣ୍ଡାରୁ ବୌଦ୍ଧକୁ ଗଡ଼ିବ ଟ୍ରେନ୍‌

ଭୁବନେଶ୍ୱର: ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳଲାଇନ୍ ପ୍ରକଳ୍ପ ଆଉ ପାଦେ ଆଗେଇଛି। ଝାରମୁଣ୍ଡାଠାରୁ ବୌଦ୍ଧ ଷ୍ଟେସନ ମଧ୍ୟରେ ୧୬.୨୭୦ କିଲୋମିଟର ଦୈର୍ଘ୍ୟ ନୂତନ ଭାବେ ନିର୍ମିତ ଟ୍ରେନ୍ ଲାଇନ୍ରେ ଇଞ୍ଜିନ୍ ଗଡ଼ିବା ସହ ରେଳ ନିରାପତ୍ତା ଆୟୁକ୍ତଙ୍କ ନିରୀକ୍ଷଣ ସଫଳତାର ସହିତ ଶେଷ ହୋଇଛି। ଏହାବ୍ୟତୀତ ନୂତନ ଭାବେ ନିର୍ମିତ ବୌଦ୍ଧ-ଚମ୍ପାପୁର ୧୩.୭୦୧ କିମି ରେଳ ସେକ୍ସନ ଓ ଚମ୍ପାପୁର-ପୁରୁଣାକଟକ ୧୩.୪୩୭ କିମି ରେଳ ସେକ୍ସନର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁଛି।

ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ଲକ୍ଷ୍ୟରେ ଉଭୟ ପ୍ରାନ୍ତରୁ ଏକକାଳୀନ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପର ୩୦୧ କିମି ମଧ୍ୟରୁ ଆଜି ପର୍ଯ୍ୟନ୍ତ ୧୯୯ କିମି କାର୍ଯ୍ୟ ଶେଷ ହେବା ସହ କାର୍ଯ୍ୟକ୍ଷମ ହୋଇଛି। ସେଥିମଧ୍ୟରୁ ଖୋର୍ଦ୍ଧାରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୬ କିମି ଓ ବଲାଙ୍ଗୀର ପାର୍ଶ୍ୱରୁ ବୌଦ୍ଧ ପର୍ଯ୍ୟନ୍ତ ପ୍ରାୟ ୯୩ କିମିର ରେଳଲାଇନ୍ କାର୍ଯ୍ୟକ୍ଷମ ହୋଇଛି। ଏଥିସହ ବୌଦ୍ଧରୁ ପୁରୁଣାକଟକ ପର୍ଯ୍ୟନ୍ତ ୨୭ କିମି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ନିର୍ମାଣାଧୀନ ରହିଛି, ଯାହାକି ଶୀଘ୍ର ଶେଷ ହେବାକୁ ଯାଉଛି। ପୁରୁଣାକଟକରୁ ଦଶପଲ୍ଲା ପର୍ଯ୍ୟନ୍ତ ଅବଶିଷ୍ଟ ୭୫ କିମି ରେଳଲାଇନ୍, ଯାହା ଟନେଲ୍ ନିର୍ମାଣ ସହ ଜଡ଼ିତ ତଥା ଜଙ୍ଗଲ ଓ ଅଭୟାରଣ୍ୟ ଅଞ୍ଚଳ ଦେଇ ଗତି କରୁଛି। ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ବୋଲି ରେଳପଥ ଦୃଢ଼କ୍ତି ପ୍ରକାଶ କରିଛି। ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ସଫଳ ଯାଞ୍ଚ ଏବଂ ଅନୁମତି ପରେ ଝାରମୁଣ୍ଡା-ବୌଦ୍ଧ ରେଳ ସେକ୍ସନରେ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ମିଳିଛି। ଏଥିପାଇଁ ଟ୍ରାକର ସମ୍ଭାବ୍ୟତାକୁ ଆକଳନ କରିବାକୁ ଏକ ଟ୍ରେନ ଇଞ୍ଜିନ୍ର ପରୀକ୍ଷାମୂଳକ ଚଳାଚଳ ଏହି ନିରୀକ୍ଷଣ ସମୟ ମଧ୍ୟରେ ହୋଇସାରିଛି। ତେବେ ଏହି ସେକ୍ସନରେ ଭିତ୍ତିଭୂମି ସହ ଯାତ୍ରୀ ସୁବିଧା ଉପଲବ୍ଧ ପରେ ଟ୍ରେନ ଚଳାଚଳ ଦିଗରେ ପଦକ୍ଷେପ ନିଆଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button