ଦେଶ ବିଦେଶ

ବିବାହକୁ ନା!

କଲର୍ସ ଟିଭିରେ ପ୍ରସାରିତ ‘କମେଡି ନାଇଟ୍ସ ଉଇଥ୍ କପିଲ୍’ରେ ଦର୍ଶକଙ୍କୁ ହସେଇ ହସେଇ ବେଦମ୍ କରୁଥିବା ସୁମୋନା ଚକ୍ରବର୍ତ୍ତୀଙ୍କର ବିବାହ ହୋଇନାହିଁ। ଶୁଣିବାକୁ ମିଳୁଥିଲା ଯେ ସେ ତାଙ୍କଠାରୁ ୧୧ ବର୍ଷ ବଡ଼ ରାଣୀ ମୁଖାର୍ଜୀଙ୍କ ସଂପର୍କୀୟ ଭାଇ ସମ୍ରାଟ ମୁଖାର୍ଜୀଙ୍କୁ ବିବାହ କରିଛନ୍ତି। ମାତ୍ର ସୁମୋନା ୨୦୧୬ ମସିହାରେ ‘ଇଟାଇମ୍ସ’କୁ ଦେଇଥିବା ଏକ ସାକ୍ଷାତ୍କାରରେ କହିଥିଲେ ଯେ ସେ ସମ୍ରାଟ ମୁଖାର୍ଜୀଙ୍କୁ ଡେଟ୍ କରୁନାହାନ୍ତି।

ତାଙ୍କ ସହ ସଂପର୍କ ବାସ୍ ପାରିବାରିକ। ୩୬ ବର୍ଷୀୟା ସୁମୋନାଙ୍କୁ ଯିଏ ଯେବେ ବି ବିବାହକୁ ନେଇ ପ୍ରଶ୍ନ କରନ୍ତି ସେ ସେଥିରୁ ଏଡ଼େଇ ଯାଇ କହନ୍ତି, ସେ ତାଙ୍କ ଜୀବନକୁ ଏଭଳି ଭାବେ ଉପଭୋଗ କରୁଛନ୍ତି ଯେ ବିବାହ ବିଷୟରେ ଭାବିବାକୁ ତାଙ୍କ ନିକଟରେ ସମୟ ନାହିଁ। ଏପରିକି ସେ ଥରେ କହିଥିଲେ, ‘‘ମୁଁ ଏବେ କି ଭବିଷ୍ୟତରେ କେବେ ବି ବିବାହ କରିବି ନାହିଁ।’’
ଅନ୍ୟ ଏକ ସାକ୍ଷାତ୍କାରରେ ବି ସୁମୋନା କହିଥିଲେ, ‘‘ମୁଁ କାହାକୁ ଡେଟ୍ କରୁଛି, କାହା ସହ ରହୁଛି ଓ କାହାକୁ ବିବାହ କରିବି ତାହା ମୋର ବ୍ୟକ୍ତିଗତ କଥା। ଯଦି ଭବିଷ୍ୟତରେ କିଛି କଥା ଆଗକୁ ବଢ଼େ ତ ଆପଣମାନଙ୍କୁ ତୁରନ୍ତ ଖବର ମିଳିଯିବ।’’

Related Articles

Leave a Reply

Your email address will not be published. Required fields are marked *

Back to top button