ପିଏମ ମୋଦୀ ଗୁଗୁଲ, ଆମାଜନ ଏବଂ ବୋଇଙ୍ଗର ସିଇଓଙ୍କୁ ଭେଟିଲେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସିରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ, ଆମାଜନ ସିଇଓ ଆଣ୍ଡ୍ରିୟୁ ଜାସି ଏବଂ ବୋଇଙ୍ଗ ସିଇଓ ଡେଭିଡ କଲହୋନଙ୍କୁ ପୃଥକ ଭାବରେ ଭେଟିଛନ୍ତି । ମୋଦୀଙ୍କୁ ଭେଟିବା ପରେ ଗୁଗୁଲ ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀଙ୍କ ସହ ସେୟାର କରିଛନ୍ତି ଯେ ଗୁଗୁଲ ଭାରତର ଡିଜିଟାଇଜେସନ୍ ପାଣ୍ଠିରେ 10 ବିଲିୟନ ଡଲାର ବିନିଯୋଗ କରୁଛି । ଗୁଜୁରାଟର GIFT ସିଟିରେ ଗୁଗୁଲର ଗ୍ଲୋବାଲ୍ ଫିଣ୍ଟେକ୍ ଅପରେସନ୍ ସେଣ୍ଟର ଖୋଲିବାକୁ ସେ ଘୋଷଣା କରିଛନ୍ତି ।
ପିଚାଇ କହିଛନ୍ତି, ଡିଜିଟାଲ ଇଣ୍ଡିଆ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ତାଙ୍କ ସମୟଠାରୁ ଆଗରେ ଥିଲା ଏବଂ ସେ ବର୍ତ୍ତମାନ ଏହାକୁ ବ୍ଲୁ ପ୍ରିଣ୍ଟ ଭାବରେ ଦେଖୁଛନ୍ତି ଯାହା ଅନ୍ୟ ଦେଶମାନେ କରିବାକୁ ଚାହୁଁଛନ୍ତି । ଆମାଜନ ସିଇଓ ଆଣ୍ଡ୍ରିୟୁ ଜାସି କହିଛନ୍ତି ଯେ, ତାଙ୍କ କମ୍ପାନୀ ହେଉଛି ଭାରତର ସବୁଠାରୁ ବଡ ନିବେଶକ। ସେ କହିଛନ୍ତି ଯେ ସେମାନେ 11 ବିଲିୟନ ଡଲାର ବିନିଯୋଗ କରିସାରିଛନ୍ତି ଏବଂ ଅନ୍ୟ 15 ବିଲିୟନ ଡଲାର ବିନିଯୋଗ କରିବାର ଉଦ୍ଦେଶ୍ୟ ନେଇ ସମୁଦାୟ 26 ବିଲିୟନ ଡ଼ଲାରରେ ପହଞ୍ଚିଛନ୍ତି ।
ବୋଇଙ୍ଗର ସିଇଓ ଡେଭିଡ କାଲହୋନ୍ କହିଛନ୍ତି ଯେ, ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉତ୍ସାହ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ କହିଛନ୍ତି, ବିମାନ ଚଳାଚଳ, ଏରୋସ୍ପେସରେ ମୋଦୀଙ୍କର ଏକ ବିଶେଷ ଆଗ୍ରହ ରହିଛି ।