କଣ ଅଣ୍ଟା ବିନ୍ଧା ବା Back Pain ପାଇଁ ବସି ଉଠି ପାରୁ ନାହାଁନ୍ତି ?

। ସୂଚନା ଅନୁସାରେ ଏକାଧିକ ଅଙ୍ଗକୁ ନେଇ ଆମ ଶରୀର ଗଠିତ ହୋଇଥାଏ । ସମସ୍ତ ଅଙ୍ଗର କାର୍ଯ୍ୟଧାରା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଯଦି କୌଣସି ଅଙ୍ଗରେ ତ୍ରୁଟି ପରିଲକ୍ଷିତ ହୋଇଥାଏ । ତେବେ ଆମ ଶରୀରରେ ସ୍ଵାସ୍ଥ ସମ୍ବଧୀୟ ସମସ୍ଯା ଅନୁଭୂତ ହୋଇଥାଏ । ସେଥିମଧ୍ୟରୁ ଅଣ୍ଟା ବିନ୍ଧା ଭଳି ସମସ୍ଯା ପ୍ରାୟତଃ ସବୁ ଲୋକ ମାନଙ୍କ ପାଖରେ ଦେଖିବାକୁ ମିଳିଥାଏ ।
ଅଣ୍ଟା ବିନ୍ଧା ଅନେକ କାରଣରୁ ହୋଇଥାଏ । ହାଡର ମଝି ଜାଗାରେ ଯେଉଁ ସ୍ଲିପ ଡିସ୍କ ରହିଥାଏ । ତାହାର ଦୁଇଟି ଲେୟର ରହିଥାଏ । ପ୍ରଥମ ବାହାର ଲେୟରଟି ଫାଇବରରେ ହୋଇଥାଏ । ଭିତରଟି ଜେଲିରେ ଭରି ହୋଇଥାଏ । ଯେତେବେଳେ ସେହି ସ୍ଥାନରେ କୌଣସି ଆଘାତ ହୋଇଥାଏ । ସେତେବେଳେ ଫାଇବର ଫାଟି ସେଥିରେ ଥିବା ଜେଲି ପଦାକୁ ବାହାରି ଆସିଥାଏ । ଏହା ଏକ କାରଣ ଯାହା ଦ୍ଵାରା ଅଣ୍ଟାରେ ଯନ୍ତ୍ରଣା ହୋଇଥାଏ । ସିୟାଟୀକା ଭଳି ସମସ୍ଯା ଯୋଗୁ ମଧ୍ୟ ଅଣ୍ଟା ବିନ୍ଧା ହୋଇଥାଏ ।
ଖାଦ୍ୟରେ ମଧ୍ୟ କ୍ୟାଲସିୟମ ଓ ଭିଟାମିନ- d ର ଅଭାବରେ ହାଡ ଜନିତ ପ୍ରୋବ୍ଲେମ ଆସିଥାଏ । ଆଜି କାଲିର ଯୁବ ସମାଜ ଠିକ ସମୟରେ ଖାଦ୍ୟ ଗ୍ରହଣ କରୁନାହାନ୍ତି । ତାହା ସହିତ ବହୁତ ସମୟ ପର୍ଯ୍ୟନ୍ତ ବସି ଏକ ଜାଗାରେ କାମ କରୁଛନ୍ତି ଓ ଏକ୍ସସରସାଇଜ କରୁନାହାନ୍ତି । ଏହିପରି କାରଣ ଯୋଗୁ ଲୋକେ ଜଏଣ୍ଟ ପେନ୍ ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି ।
ପ୍ରାୟ ଲୋକ ଅଣ୍ଟା ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବହୁ ମାତ୍ରାରେ ପେନ୍ କିଲରର ସେବନ ତଥା ଅନ୍ୟାନ୍ୟ ମେଡ଼ିସିନର ସେବନ କରିଥାନ୍ତି । ଏପରି କରିବା ଦ୍ଵାରା କିଛି ସମୟ ପାଇଁ ଯନ୍ତ୍ରଣାରୁ ଉପଶମ ମିଳିଥାଏ ସତ କିନ୍ତୁ ଏହାର ସାଇଡଡିଫେକ୍ଟ ଅଧିକ ମାତ୍ରାରେ ଲୋକ ମାନଙ୍କ ଠାରେ ପ୍ରକାଶ ପାଇଥାଏ । ତେଣୁ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ପ୍ରକାର ଔଷଧ ସେବନ ବାରଣ ହୋଇଥାଏ । ଯେଉଁ ମାନେ ଅଧିକ ସମୟ କୌଣସି ଜାଗାରେ ବସି କାର୍ଯ୍ୟ କରୁଥାନ୍ତି ।
ତେବେ ସେମାନେ ପ୍ରତି ଅଧ ଘଣ୍ଟା କିମ୍ବା ଘଣ୍ଟାଏରେ ଟିକେ ରିଲାକ୍ସ ହୋଇ ବଡିକୁ ରେସ୍ଟ ଦିଅନ୍ତୁ । କ୍ଷୀର ପିଅନ୍ତୁ କିନ୍ତୁ ତାହାର ଶର ପ୍ରତିଦିନ ସେବନ କରନ୍ତୁ ନାହିଁ । ମାଛ ଖାଆନ୍ତୁ, ପ୍ରଚୁର ପାଣି ପିଅନ୍ତୁ ଏହା ସହିତ ସକାଳେ କିଛି ସମୟ ପାଇଁ ସୂର୍ଯ୍ୟ କିରଣ ଶରୀରରେ ପଡିବା ପାଇଁ ଦିଅନ୍ତୁ । ତକିଆ ଓ ଗଦିରେ ବହୁ ସମୟ ପାଇଁ ଶୋଇ ରହିବାରୁ ନିଜକୁ ଦୂରେଇ ରଖନ୍ତୁ ।
ଦୁଇ ହାଡ ମଝିରେ ଯେଉଁ ଡିସ୍କ ରହିଥାଏ । ଯଦି କୌଣସି କାରଣରୁ ହାଡ ଉପରେ ପ୍ରେସର ପଡିଥାଏ । ତେବେ ହାଡ ସାମାନ୍ୟ ଯୋଡି ହୋଇଯିବା ଫଳରେ ଯାହାର ପ୍ରଭାବ ତା ଭିତରେ ଥିବା ସ୍ନାୟୁ ଉପରେ ପଡିଥାଏ । ସ୍ନାୟୁ ଦବିବା କାରଣରୁ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ । ତେବେ ଅଣ୍ଟା ସମସ୍ଯା ହୋଇଥିବା ବ୍ୟକ୍ତି ଡାକ୍ତରଙ୍କର ପରାମର୍ଶରେ ନିଜର ଡାଇଗ୍ନୋସିସ କରି ଉପଯୁକ୍ତ ଚିକିତ୍ସା କରନ୍ତୁ ।