ଦେଶ ବିଦେଶ

ପୁଣି ଅଶାନ୍ତ ଆସାମ-ମେଘାଳୟ ସୀମା: ପୁଲିସ ଗୁଳିରେ ୬ ମୃତ

ଗୌହାଟି: ପୁଣି ଅଶାନ୍ତ ଆସାମ-ମେଘାଳୟ ସୀମା। ଆସାମ ଫରେଷ୍ଟ ଗାର୍ଡ ଏବଂ ପୋଲିସ ଗୁଳି ମାଡରେ ୬ଜଣଙ୍କର ମୃତ୍ୟୁ ହୋଇଛି। କାଠ ଚାଲାଣ ଟ୍ରକକୁ ଅଟକାଇ ପୋଲିସ-ସ୍ଥାନୀୟ ଲୋକ ମୁହାଁମୁହିଁ ହୋଇଥିଲେ। ଏହି ସଂଘର୍ଷରେ ୫ଜଣ ସାଧାରଣ ଜନତା ଓ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ସ୍ଥିତିକୁ ନଜରରେ ରଖି ମେଘାଳୟ ସରକାର ୪୮ଘଣ୍ଟା ପାଇଁ ୭ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛନ୍ତି।

ସୂଚନା ଅନୁଯାୟୀ ଏକ କାଠ ବୋଝେଇ ଟ୍ରକକୁ ମେଘାଳୟ ସୀମାରେ ଆସାମ ପୋଲିସ ଅଟକାଇ ଥିଲା। ମାତ୍ର ଟ୍ରକଟି ନଅଟକିବାରୁ ଆସାମ ବନବିଭାଗ ତରଫରୁ ଟ୍ରକ ଉପରକୁ ଗୁଳି ଚାଳନା କରାଯାଇଥିଲା। ତେବେ ଟ୍ରକ ଚକା ପମ୍ପଚର ହେବା ପରେ ଗାଡି ଚାଳକ ସମେତ ୩ଜଣଙ୍କୁ ଗିରଫ କରିଥିଲା ପୋଲିସ। ଯାହାକୁ ନେଇ ସ୍ଥାନୀୟ ଲୋକେ ପୋଲିସ ଉପରକୁ ଆକ୍ରମଣ କରିଥିଲେ। ଫଳରେ ପୋଲିସ ଗୁଳି ଚାଳନା କରିଥିଲା। ଯେଉଁଥିରେ ବନକର୍ମଚାରୀଙ୍କ ସମେତ ୫ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button