ଦେଶ ବିଦେଶ

ସଂଜୟ ସିଂହଙ୍କ ଗିରଫକୁ ନେଇ ଆପ୍‌, ବିଜେପି ମୁହାଁମୁହିଁ – Utkal Mail


ଗିରଫ ବେଆଇନ : କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଜି ଆପ୍‌ ସାଂସଦ ସଂଜୟ ସିଂହଙ୍କୁ ଗିରଫ କରିଛି। ସଂଜୟ ସିଂହଙ୍କ ଗିରଫକୁ ନେଇ ଆପ୍‌-ବିଜେପି ଆଜି ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସଂଜୟ ସିଂହଙ୍କ ଗିରଫକୁ ବେଆଇନ କହିଛନ୍ତି। କେଜ୍ରିୱାଲ କହିଛନ୍ତି, ବିଜେପି ଆହୁରି ଅଧିକରୁ ଅଧିକ ବିରୋଧୀ ନେତାଙ୍କୁ ଗିରଫ କରିବ। ସଂଜୟ ସିଂହଙ୍କ ଗିରଫ ସମ୍ପୂର୍ଣ୍ଣ ଭାବେ ବେଆଇନ। ଏହା ମୋଦୀଜୀଙ୍କ ବିଷାଦକୁ ସ୍ପଷ୍ଟ କରିଦେଉଛି ବୋଲି କେଜ୍ରିୱାଲ ଏକ୍ସରେ କହିଛନ୍ତି। ବରିଷ୍ଠ ଆପ୍‌ ନେତାଙ୍କ ଗିରଫକୁ ବିରୋଧ କରି ଆଜି ଦଳୀୟ କର୍ମୀମାନେ ତାଙ୍କ ବାସଭବନ ବାହାରେ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେଇଛନ୍ତି। ସଂଜୟ ସିଂହଙ୍କୁ ଗିରଫ କରାଯିବାପରେ ଆପ୍‌ ମନ୍ତ୍ରୀ ଅତିଶୀ ଏବଂ ସୌରଭ ଭରଦ୍ବାଜ ବିଜେପି ଉପରେ ବର୍ଷିଛନ୍ତି।

ଅତିଶୀ କହିଛନ୍ତି, ସଂଜୟ ସିଂହଙ୍କୁ ବିନା ପ୍ରମାଣରେ ଗିରଫ କରାଯାଇଛି ଏବଂ ଏହା ବିଜେପିର ପୂର୍ବ ଯୋଜନାର ଏକ ଅଂଶ। ଅତିଶୀ କହିଛନ୍ତି, ସିଂହଙ୍କ ଗିରଫ ହେଉଛି ବିଜେପି ଶେଷର ଆରମ୍ଭ। ତେବେ ବିଜେପି ଆପ୍‌ ବିରୋଧରେ ବର୍ଷିଛି। ବିଜେପି କହିଛି ନାଁ ‘ଆମ୍‌ ଆଦ୍‌ମୀ’ ହୋଇଥିଲେ ବି ଏହା ‘ଖାସ୍‌ ଆଦ୍‌ମୀ’ ପାଇଁ କାମ କରୁଛି। ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ରାଠୋର କହିଛନ୍ତି, ବିଜେପି ଏହାର ନିର୍ବାଚନ ଇସ୍ତାହାରରେ ଦୁର୍ନୀତି ବିରୋଧରେ ଏହାର ଶୂନ୍ୟ ସହନଶୀଳତାକୁ ସ୍ପଷ୍ଟ ଭାବେ ଦର୍ଶାଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button