ମନୋରଞ୍ଜନ

ମା’ ବନିସାରିଛନ୍ତି ବିଦ୍ୟା ବାଲାନ? ଅଜଣା ଝିଅ ସହ ଫଟୋ ଭାଇରାଲ ପରେ ଆରମ୍ଭ ହେଲା ଚର୍ଚ୍ଚା – Utkal Mail


ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ୍ ମା’ ‌ବନିସାରିଛନ୍ତି କି? ମା’ ହେବା ପରେ ସେ ନିଜ ଝିଅକୁ ଦୁନିଆରୁ ଲୁଚାଇ ରଖିଛନ୍ତି କି? ଯଦି ସେ ଏଭଳି କରିଛନ୍ତି ତେବେ ଏହା ପଛର କାରଣ କ’ଣ? ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏହି ଆଲୋଚନା ଚାଲିଛି। ବିମାନବନ୍ଦରରେ ଜଣେ ଝିଅ ସହିତ ୪୪ବର୍ଷ ବୟସ୍କା ଅଭିନେତ୍ରୀଙ୍କୁ ଦେଖାଯିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା।  ବର୍ତ୍ତମାନ ଅଭିନେତ୍ରୀ ନିଜେ ଏହି ଗୁଜବ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଝିଅଟି ସହିତ ତାଙ୍କର ସମ୍ପର୍କ କ’ଣ ତାହା ଜଣାଇଛନ୍ତି।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅଭିନେତ୍ରୀ ବିଦ୍ୟା ବାଲାନ କହିଛନ୍ତି, “ସେ ମୋ ଭଉଣୀଙ୍କ ଝିଅ ଇରା! ତାଙ୍କର ଯାଆଁଳା ସନ୍ତାନ ଅଛନ୍ତି। ପୁଅ ରୁହାନ ଏବଂ ଝିଅ ଇରା ।” ବିଦ୍ୟାଙ୍କ ଏହି ଖୁଲାସା ପରେ ଏହା ସ୍ପଷ୍ଟ ହୋଇଛି ଯେ ଅଭିନେତ୍ରୀଙ୍କର କୌଣସି ସନ୍ତାନ ନାହାନ୍ତି ବା ସେ ଲୁଚି ଲୁଚି ମା’ ବନି ନାହାନ୍ତି ।

Vidya Balan reacts to rumours of having a 'daughter': She is my…| EXCLUSIVE | Bollywood - Hindustan Times

କିଛି ଦିନ ତଳେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଅଭିନେତ୍ରୀ ବିଦ୍ୟା ବାଲାନ ନିଜ ଭଉଣୀଙ୍କ ଝିଅ ସହ ବିମାନବନ୍ଦରରେ ନଜର ଆସିଥିଲେ । ଦୁହିଁଙ୍କୁ ଏକା ସାଙ୍ଗରେ ଦେଖିବା ପରେ ଝିଅଟି ବିଦ୍ୟାଙ୍କର ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହି ଭିଡିଓକୁ ନେଇ ଚର୍ଚ୍ଚା ବଢ଼ିବାରୁ ଏବେ ଅଭିନେତ୍ରୀ ନିଜର ପକ୍ଷ ସ୍ପଷ୍ଟ କରିଛନ୍ତି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button