ଓଡିଶା

ପ୍ୟାନ କାର୍ଡ ସହ ଆଧାର କାର୍ଡ ଯଦି ଲିଙ୍କ କରାଇ ନାହାନ୍ତି ତେବେ ଜାଣି ନିଅନ୍ତୁ କଣ ରହିଛି ନିୟମ ?

ସରି ଆସୁଛି ସମୟ ସୀମା । ଜଲ୍ଦି କରାଇ ନିଅନ୍ତୁ ଆଧାର ସହ ପ୍ୟାନ କାର୍ଡ ଲିଙ୍କ । ନଚେତ ରଦ୍ଦ ହୋଇପାରେ ଆପଣଙ୍କ ପ୍ୟାନ କାର୍ଡ । ହଁ ଦର୍ଶକ ବନ୍ଧୁ ଯଦି ଆପଣ ନିଜର ଆଧାର ସହ ପ୍ୟାନ ଲିଙ୍କ କରି ନାହାନ୍ତି ତେବେ ଜଲ୍ଦି କରି ନିଅନ୍ତୁ । କାରଣ ଆଉ ମାତ୍ର କିଛି ଦିନ ବାକି ରହିଲା । ଜୁନ 30 ରେ ଆଧାର ସହ ପ୍ୟାନ କାର୍ଡ ଲିଙ୍କ କରିବାର ଶେଷ ତାରିଖ ରଖାଯାଇଛି । ଯଦି ଏହି ଶେଷ ତାରିଖ ଭିତରେ ଆପଣ ନିଜର ଆଧାର ସହ ପ୍ୟାନ କାର୍ଡ ଲିଙ୍କ ନ କରନ୍ତି ।

ତେବେ ପ୍ୟାନ କାର୍ଡ ଅଚଳ ହେବା ସହ ପ୍ୟାନ କାର୍ଡ ବ୍ୟବହାର କରିବା ପାଇଁ 1000 ଟଙ୍କା ଜୋରିମାନା ଦେବାକୁ ପଡିବ । ପ୍ୟାନ କାର୍ଡ ସହ ଆଧାର ଲିଙ୍କ କରିବାର ଶେଷ ତାରିଖ 5 ବର୍ଷ ମଧ୍ୟରେ 15 ଥର ଘୁଞ୍ଚା ଯାଇଛି । 2017 ଜୁଲାଇ 1ରେ ପ୍ରଥମେ ଧାର୍ଯ୍ୟ କରାଯାଇଥିଲା ଯେ ପ୍ୟାନ ସହ ଆଧାର ଲିଙ୍କ ଜରୁରୀ ବୋଲି । ଏହାପରେ ଏହି ଡେଟ ଘୁଞ୍ଚାଯାଇ 2023 ଜୁନ 30 କୁ ଆସିଛି ।

ତେବେ ଏହି ତାରିଖରେ ପାରିବର୍ତ୍ତନ ନ ହୋଇପାରେ ବୋଲି କୁହା ଯାଇଛି । ତେଣୁ ଏହି ସମୟ ଭିତରେ ପ୍ୟାନ ସହ ଆଧାର ଲିଙ୍କ କରାଇ ନିଅନ୍ତୁ । ଇନକମ ଟ୍ୟାକ୍ସ ର ଧାରା 361 ଅନୁସାରେ ପ୍ୟାନ ସହ ଆଧାର ଲିଙ୍କ କରିବା ବାଧ୍ୟତାମୂଳକ ଅଟେ । ଏମିତି ନ କରିଲେ ଆପଣନୁ ଜୋରିମାନା କରିବାକୁ ହେବ । ପ୍ୟାନ ଆଧାର ଲିଙ୍କ ନ ହେଲେ ଅନେକ କାମ ଅଟକି ଯାଇପାରେ ।

ତେଣୁ ଡେରି ନ କରି କିଛି ସମୟ ଅମଧ୍ୟରେ ଆପଣ ନିଜର ପ୍ୟାନ ସହ ଆଧାର ଲିଙ୍କ କରିପାରିବେ । ଏଥିପାଇଁ ଅନ ଲାଇନ ଅପସନ ଅଛି ଯେଉଁଠି କିଛି ସ୍ଟେପ ଫାଲୋ କରି ଆପଣ ଏହା କରିପାରିବେ । ଅନ ଲାଇନରେ ପ୍ୟାନ ସହ ଆଧାର ଲିଙ୍କ ପାଇଁ ପ୍ରଥମେ ଆପଣଙ୍କୁ ଇନକମ ଟ୍ୟାକ୍ସର ଇ-ଫିଲିଙ୍ଗ ୱେବସାଇଟକୁ ଯିବାକୁ ହେବ । ଫର୍ମରେ ନିଜର ଆଧାର ଓ ପ୍ୟାନ ନମ୍ବର ଦେବାକୁ ହେବ ।

ପରେ ଆପଣଙ୍କ ନାଁ ପୂରଣ କରିବେ, ଯାହା ଆଧାର କାର୍ଡରେ ଉଲ୍ଲେଖ ଥିବ । ଆପଣଙ୍କ ଆଧାର କାର୍ଡରେ ଯଦି କେବଳ ଜନ୍ମ ବର୍ଷ ଲେଖା ଥିବ ତେବେ ଆପଣ “ଆଇ ହାଭ ଓନଲି ଇୟର ଅଫ ବାର୍ଥ ଇନ ଆଧାର କାର୍ଡ” କୁ ସିଲେକ୍ଟ କରିବେ । ଏହାପରେ ଭେରିଫାଇ ପାଇଁ ଫୋଟୋରେ ଦିଆଯାଇଥିଲା କ୍ୟାପଚା କୁ ପୂରଣ କରିବେ ଆଉ ଲିଙ୍କ ଆଧାର ଉପରେ କ୍ଲିକ କରିବେ ।

ଶେଷରେ ଆପଣଙ୍କୁ ଫୋନକୁ ମ୍ଯାସେଜ ଆସିବ ଯେ ଆପଣଙ୍କ ପ୍ୟାନ କାର୍ଡ ଆଧାର କାର୍ଡ ସଫଳତା ପୂର୍ଣ୍ଣ ଲିଙ୍କ ହୋଇଯାଇଛି । ଯଦି ଆପଣ ଆପଣଙ୍କ ପ୍ୟାନ ସହ ଆଧାର ଲିଙ୍କ ନ କରନ୍ତି ତେବେ ଅନେକ ଅସୁବିଧାର ସମୁଖିନ୍ନ ହେବାକୁ ପଡିବ । ଯଦି ଆପଣ ବ୍ୟାଙ୍କରୁ 50 ହଜାରରୁ ଅଧିକ ଲୋନ ଆଣନ୍ତି ତେବେ ପ୍ୟାନ-ଆଧାର ଲିଙ୍କ ଜରୁରୀ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button