ଆପଣଙ୍କ ଦେହରେ କିମ୍ବା ମୁହଁରେ ଭାତୁଡି ହୋଇଥିଲେ ଏହି ଉପାୟ ମାଧ୍ୟମରେ ଦୂର ହୋଇଯିବ ୧୦୦% ଗ୍ୟାରେଣ୍ଟି
ଆପଣ ମାନେ ଦେଖିଥିବେ ଅନେକ ବ୍ୟକ୍ତିଙ୍କ ଚର୍ମରେ ଭାତୁଡି ଦେଖିବାକୁ ମିଳିଥାଏ ଏବଂ ଯେଉଁ ବ୍ୟକ୍ତିଙ୍କ ଚମଡା ଉପରେ ଯାହା ବି ଉଠିକି ବାହାରିଥାଏ ତାହାକୁ ଆମେ ଜେନେରାଲ ଟର୍ମରେ ଭାତୁଡି ବୋଲି କହିଥାଉ । କିନ୍ତୁ ମେଡିକାଲ ଟର୍ମରେ ଭାତୁଡିମାନେ ସ୍କିନ ଟ୍ୟାଗ ହୋଇଥାଏ । ମୁଖ୍ୟତଃ ଭାତୁଡି ଆମେ ଜଙ୍ଘ , ବେକ, କାନ୍ଧ ଏବଂ ସାଇଟରେ ଦେଖିବାକୁ ମିଳିଥାଏ ଏବଂ ଏହା ଆମ ସ୍କିନ କଲର୍ ର ହୋଇଥାଏ । ତେବେ ଆମେ ଏହାକୁ ଭାତୁଡି ବୋଲି କହିଥାଉ ।
ଭାତୁଡି ଆମ ସ୍କିନକୁ ଲାଗିକରି ରହିଥାଏ ଏବଂ ଏହା ଧୀରେ ଧୀରେ ବଢିବାରେ ଲାଗିଥାଏ । କିନ୍ତୁ ଭାତୁଡିର ଗୋଟିଏ ଭଲ ରହିଛି ଯାହା ଆମ ଶରୀରରେ କ୍ୟାନସର ହେବାର ସମ୍ଭାବନା ବହୁତ କମ ଥାଏ । ମୋଟା ଏବଂ ଡାଇବେଟିସ ବା ବୟସ୍କ ବ୍ୟକ୍ତିଙ୍କ ଠାରେ ଅଧିକ ଭାତୁଡି ଦେଖିବାକୁ ମିଳିଥାଏ । ଭାତୁଡି ଆମ ଚମଡାରେ ଏକ ମିରର୍ ଭଳି କାମ କରେ , ଏହା ବ୍ୟତୀତ ଆମ ଶରୀର ଭିତରେ କଣ ସିଷ୍ଟମ ଚାଲିଛି , କଣ ଅସୁବିଧା ହେଉଛି , କଣ କେମିକାଲ ଚେଞ୍ଜ ହେଉଛି ଏହା ଆମ ଭାତୁଡି ସୂଚାଇଥାଏ ।
ଅଳ୍ପ ବୟସର ବ୍ୟକ୍ତିଙ୍କ ଠାରେ ଏହା କମ ଦେଖାଦେଇଥାଏ ବା ଆଦୌ ନଥାଏ ମଧ୍ୟ କିନ୍ତୁ ଯେତେବେଳେ ଆପଣଙ୍କ ବୟସ ବଢେ ବା ଆପଣ ମୋଟା ହୋଇଯାଇଥିବେ ତାହା ଆମ ହେଲ୍ଥ ରେ ଅନେକ ପ୍ରକାର ସମସ୍ୟା ହୋଇଥାଏ । ଯଦି ଆପଣଙ୍କ ଠାରେ ଭାତୁଡିର ସଂଖ୍ୟା ବଢୁଛି ତେବେ ଆପଣ ତୁରନ୍ତ ଡକ୍ଟରଙ୍କ ପରାମର୍ଶ ନିଅନ୍ତୁ । ଭାତୁଡି ଅନେକ ପ୍ରକାର ହୋଇଥାଏ , ହଳଦିଆ ରଙ୍ଗର ଆଖି ଚାରିପଟେ ବାହିଥାଏ । ଧଳା ରଙ୍ଗର ଭାତୁଡି ଯାହା ଆମ ଶରୀରରେ ସାଇନ କରିଥାଏ , ତାହାର ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । କାରଣ ତାହା ଗୋଟିଏକୁ ଲାଗି ଅନେକ ଭାତୁଡି ବାହାରିଥାଏ ।
ସେଠାରେ ଛୁଇଁ ଆଉ କେଉଁଠି ଛୁଇଁଲେ ସେହି ସ୍ଥାନରେ ମଧ୍ୟ ବାହାରିଥାଏ , ଅନ୍ୟ କାହାକୁ ଛୁଇଁଲେ ମଧ୍ୟ ତାକୁ ବି ହୋଇପାରେ । ତେବେ ଏହାର ଉପଚାର ପାଇଁ ଅନେକ ବ୍ୟକ୍ତି ସୂତା ସାହାର୍ଯ୍ୟରେ ବାନ୍ଧି ଦିଅନ୍ତି କିନ୍ତୁ ସେମିତି ଭୁଲ କରିବେ ନାହିଁ । ଆପଣ ଡକ୍ଟରଙ୍କ ପରାମର୍ଶ ନେଇ ଯାହା କିଛି କରିବେ , କାରଣ ରେଡିଓ ଫ୍ରିକ୍ୟୁଏନ୍ସି କଟ୍ରେଜ ପେନ ମୁନ ଠାରୁ ମଧ୍ୟ ପତଳା ହୋଇଥାଏ । ତାହା ଭାତୁଡିକୁ ଗୋଟେ ସେକେଣ୍ଡରେ କାଟି ଦେଇଥାଏ , ଭାତୁଡି ବଡ ଥିଲେ ତାହାକୁ କାଟି ସେମାନେ ଷ୍ଟିଜ କରିଦେଇଥାନ୍ତି ।
ଯଦି ଆମ ଜୀବନଶୈଳୀକୁ ପରିବର୍ତ୍ତନ କରିବା ତାହେଲେ ଭାତୁଡି ହେବ ନାହିଁ । ଯଥା – ବାହର ତେଲୁଆ ଖାଦ୍ୟ ଖାଇବା ନାହିଁ , ଶରୀରର ଓଜନକୁ ମେଣ୍ଟନ କରିବା , ଡେଲି ଏକ୍ସ୍ରାସାଇଜ କରିବା ଏବଂ ଆମ ଶରୀରର ନୂଆ ସ୍କିନ ତିଆରି ପାଇଁ ସବୁ ପ୍ରକାରର ଭିଟାମିନ ଓ ମିନେରାଲ ଦରକାର ହୋଇଥାଏ । ସ୍କିନରେ ଗୋଟିଏ ଗୋଟିଏ ସେଲ ତିଆରି ପାଇଁ ଭିଟାମିନ ସି ଆବଶ୍ୟକ ହୋଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।