ସ୍ୱାସ୍ଥ୍ୟ

ମାତ୍ର ଗୋଟିଏ ବ୍ରୋକଲି ଦୂର କରିବ ଅନେକ ରୋଗ

ଫୁଲକୋବି ଭଳି ନଜର ଆସିଥିବା ସବୁଜ ରଙ୍ଗର କୋବିକୁ ବ୍ରୋକଲି କୁହାଯାଇଥାଏ। ତେବେ ଭାରତରେ ଏହି ପରିବା ଏତେତା ଲୋକପ୍ରିୟ ନୁହଁ। କିନ୍ତୁ ଆଜି ଆମେ ଏହାର ଏପରି ଫାଇଦା ବିଷୟରେ କହିବାକୁ ଯାଉଛୁ ଯାହା ପରେ ଆପଣ ମଧ୍ୟ ଏହି ପରିବାକୁ ଖାଇବା ପାଇଁ ଆଗ୍ରହୀ ହୋଇଯିବେ। ବ୍ରୋକଲିରେ ଭରପୁର ମାତ୍ରାର ପ୍ରୋଟିନ୍, କ୍ୟାଲସିୟମ୍, କାବ୍ରୋହାଇଡ଼୍ରୋଟ, ଆଇରନ, ଭିଟାମିନ ଏ, ସି ଏବଂ ଅନ୍ୟାନ ବିଭିନ୍ନ ପୋଷକ ରହିଛି। ଏହା ସମସ୍ତ ବର୍ଗର ଲୋକଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଆଜି ଆମେ ଏହାକୁ ଖାଇବା ଦ୍ବାରା ହୋଇଥିବା ଅନେକ ଫାଇଦା ବିଷୟରେ ବର୍ଣ୍ଣନା କରିବାକୁ ଯାଉଛୁ।

Broccoli-steamed

-ନିୟମିତ ଭାବେ ବ୍ରୋକଲି ଖାଇଲେ ହାର୍ଟଆଟକ ହୋଇନଥାଏ। ବ୍ରୋକଲି ରକ୍ତକୁ ଗାଢ଼ କରିବାରୁ ରକ୍ଷା କରିଥାଏ। ଯାହା ଫଳରେ ହାର୍ଟଆଟାର୍କର କମ ଆଶାଙ୍କା ରହିଥାଏ।

-ବ୍ରୋକଲିରେ କ୍ୟାନ୍ସରକୁ ରୋକିବାର ଅନେକ ଫାଇଦା ରହିଥାଏ। ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଏହାର ସେବନ ମୁଣ୍ଡ,ଗଳା , ସ୍ତନ କ୍ୟାନ୍ସର ଆଦିକୁ ଦୂର କରିଥାଏ।

broccoli (1)

-ଯଦି ଆପଣଙ୍କର ରକ୍ତଚାପ ଜନିତ ଅସୁବିଧା ରହିଛି ତେବେ ନିଜ ଖାଦ୍ୟରେ ନିଶ୍ଚିତ ବ୍ରୋକଲିକୁ ସାମିଲ କରନ୍ତୁ। ଏହା ଶରୀରରେ କେଲେଷ୍ଟ୍ରୋଲ ସହ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରିତ ରଖିଥାଏ।

-ବ୍ରୋକଲି ମଧୁମେହକୁ ମଧ୍ୟ ନିୟନ୍ତ୍ରିତ ରଖିଥାଏ। ଏହା ଓଜନ ବଢ଼ିବା ମଧ୍ୟ ନିୟନ୍ତ୍ରିତ କରିଥାଏ। ଏହାର ସେବନ ଗର୍ଭବତୀ ଏବଂ ବୟସ୍କଙ୍କ ପାଇଁ ମଧ୍ୟ ଖୁବ୍ ଲାଭକାରୀ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button