ଶୀଘ୍ର ବାର୍ଦ୍ଧକ୍ୟର କାରଣ ସାଜିଛି ଧୁମ୍ରପାନ

ଆଜିକାଲିର ଆଧୁନିକ ଯୁଗରେ ଅନେକ ଲୋକ ଧୁମ୍ରପାନ ତଥା ନିଶା ସେବନ ଆଡକୁ ମୁହାଉଁଛନ୍ତି l ଖୁବ କମ ବୟସରୁ ପିଲାମାନେ ଧୁମ୍ରପାନ ଅଭ୍ୟାସ ଆରମ୍ଭ କରିଦେଉଛନ୍ତି l ତେବେ ନିକଟରେ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଧୂମ୍ରପାନ ସାଜୁଛି ଶୀଘ୍ର ବାର୍ଦ୍ଧକ୍ୟର କାରଣ । ତେବେ ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁବା ଅବସ୍ଥାରେ ଏବଂ ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ଧୂମ୍ରପାନ ତ୍ୟାଗକରିବା ନିତ୍ୟାନ୍ତ ଆବଶ୍ୟକ । କାରଣ ଏହା ଫୁସଫୁସ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକେଇବା ସହ ଆପଣଙ୍କୁ ଶୀଘ୍ର ବୟସ୍କ ମଧ୍ୟ କରିବାର ସକ୍ଷମ ରଖୁଛି ।
ଏହି ଅଧ୍ୟୟନରୁ ଜଣାପଡିଛି ଯେ ଧୁମ୍ରପାନ ଆମ ରୋଗ ପ୍ରତିରୋଧକ ଶକ୍ତି ସହିତ ଜଡିତ ରକ୍ତ କଣିକାର ସଂଖ୍ୟାକୁ ହ୍ରାସ କରିଥାଏ । ତେବେ ଏହି ପ୍ରକାର ରୋଗକୁ ଏହାକୁ ଟେଲୋମେରେଓସ୍ କୁହାଯାଇଥାଏ । ଏହା ସୂଚାଇଥାଏ କି ମଣିଷ କେତେ ଜଲଦି ବୁଢା ହୁଏ ଏବଂ ମଣିଷର କୋଶିକା ଗୁଡିକର ମରାମତି ଏବଂ ପୁନର୍ଜୀବିତ ହେବାର କ୍ଷମତା କେତେ ରହିଛି ।
ପ୍ରାୟ ୫୦୦,୦୦୦ ଲୋକଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ଏହା ପରେ ଚାଇନାର ହାଙ୍ଗଜୋ ନର୍ମାଲ୍ ୟୁନିଭର୍ସିଟିର ସ୍କୁଲ୍ ଅଫ୍ କ୍ଲିନିକାଲ୍ ମେଡିସିନ୍ ର ସହକାରୀ ପ୍ରଫେସର ସିୟୁ ଡାଏ କହିଛନ୍ତି, “ଆମର ଅଧ୍ୟୟନ ଦର୍ଶାଏ ଯେ ଧୂମପାନ ସ୍ଥିତି ଏବଂ ସିଗାରେଟ୍ ପରିମାଣ ଅଧିକରୁ ଲ୍ୟୁକୋସିଏଟ୍ ଟେଲୋମେର ଲମ୍ବ ହ୍ରାସ ପାଇପାରେ, ଯାହା ଟିସୁ ସ୍ୱୟଂ ମରାମତି କରିବାର ଶକ୍ତିରେ ବାଧା ଦେଇଥାଏ । ପ୍ରତ୍ୟେକ ଥର ଶରୀରରେ କୋଷ ବିଭାଜନ ହେଲେ ଟେଲୋମେରସ୍ ଟିକେ ଛୋଟ ହୋଇଯାଏ । ଶେଷରେ ଏତେ ଛୋଟ ହୋଇଯାଏ ଯେ କୋଷଟି ଆଉ ସଫଳତାର ସହିତ ବିଭାଜିତ ହୋଇପାରିବା ସମ୍ଭବ ହୁଏ ନାହିଁ ଏବଂ ଶେଷରେ ଡେଡ୍ ବା ମୃତ କୋଷରେ ପରିଣତ ହୋଇଯାଏ । ଯାହାକି ବାର୍ଦ୍ଧକ୍ୟ ପ୍ରକ୍ରିୟାର ଏକ ଅଂଶ ବୋଲି କୁହାଯାଇପାରିବ । ଧୂମପାନ ପୂର୍ବରୁ ଟେଲୋମେରସ୍ର ଦୈର୍ଘ୍ୟ ସହିତ ଜଡିତ ଥିଲା ।
ବାରମ୍ବାର ବିଭିନ୍ନ ପ୍ରକାର ଜରିଆରେ ଲୋକମାନଙ୍କୁ ଧୁମ୍ରପାନ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ବୋଲି ଦର୍ଶାଯାଉଛି l ଏସବୁ ସତ୍ୱେ ବି ଧୁମ୍ରପାନ କରୁଥିବା ଲୋକଙ୍କ ସଂଖ୍ୟା ବଢୁଛି ହେଲେ କମିବାର ନାମ ନେଉନାହିଁ l ବିଭିନ୍ନ ସମୟରେ ଏପରି ବିଭିନ୍ନ ପ୍ରକାର ଅଧ୍ୟୟନ କରି ମଧ୍ୟ ଲୋକମାନଙ୍କୁ ସଚେତନ କରାଯାଉଛି l