କେଶ ଝଡିବା ଯୋଗୁ ଚିନ୍ତିତ କି? ତେବେ ଲଗାନ୍ତୁ ଏହି ତେଲ

ବାୟୁ ପ୍ରଦୂଷଣ ଦିନକୁ ଦିନ ବଢିବାକୁ ଲାଗୁଛି। ଯଦି ଆମେ ଦେଖିବା ତେବେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପାଇଁ ଲୋକମାନେ ନାନାପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଆପଣ କଣ ଜାଣିଛନ୍ତି ବାୟୁ ପ୍ରଦୂଷଣର ସ୍ତର ବୃଦ୍ଧି ଆମ କେଶ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ, ଯାହା କେଶ ଝଡ଼ିବା ଠାରୁ ଆରମ୍ଭ କରି ରୁପି ଭଳି ଅନେକ ସମସ୍ୟା ସୃଷ୍ଟି କରେ। ଏଭଳି ପରିସ୍ଥିତିରେ ରୋଜମେରୀ ଭଲ କାମ କରେ। ଅନେକ ସ୍ୱାସ୍ଥ୍ୟ ଉପକାର ସହିତ କେଶର ଯତ୍ନ ପାଇଁ ଏହା ଏକ ପ୍ରାକୃତିକ ଉପଚାର। ଏହାର ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଆପଣଙ୍କ କେଶକୁ ପ୍ରଦୂଷଣର କ୍ଷତିକାରକ ପ୍ରଭାବରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ଏବଂ ସୁସ୍ଥ କେଶ ବଢିବାରେ ସହାୟକ ହେବ।
ଯଦି ଆପଣ କେଶ ଝଡିବା କେଶ ପତଳା ହେବା ପାଇଁ ଚିନ୍ତିତ ତେବେ ସପ୍ତାହକୁ ଦୁଇଥର କେଶରେ ତେଲ ମାଲିସ କରନ୍ତୁ। ତେଲ ଲଗାଇବା ଦ୍ବାରା କେଶ ବଢିଥାଏ। ଏଥିପାଇଁ ଲୋକମାନେ ଅନେକ ଉପଚାର କରନ୍ତି। ତେବେ ଆପଣ କୌଣସି ବି ତେଲରେ ରୋଜମେରୀ ଅଏଲ୍ ର କିଛି ବୁନ୍ଦା ପକାଇ କେଶରେ ଲଗାନ୍ତୁ। ତେବେ ଆସନ୍ତୁ ଜାଣିବା ରୋଜମେରୀ ଅଏଲର ଉପକାରିତା ବିଷୟରେ। ଆପଣ ଜାଣିଛନ୍ତି ରୋଜମେରୀ ହେଉଛି ଏକ ଏସେନ୍ସିଆଲ ଅଏଲ୍ ଯାହାକୁ ଆପଣ ଯେକୌଣସି ତେଲ ସହ ମିଶାଇ ଲଗାଇ ପାରିବେ। ଯଦି ଆପଣ ନଡିଆ ତେଲ ଲଗାଉଛନ୍ତି ତେବେ ସେଥିରେ 5ରୁ 6 ବୁନ୍ଦା ରୋଜମେରୀ ଅଏଲ୍ ପକାଇ ତାକୁ କେଶରେ ଭଲରେ ଲଗାନ୍ତୁ। ତେଲ ଲଗାଇ 2ରୁ 3 ଘଣ୍ଟା ପରେ ସାମ୍ପୁ କରନ୍ତୁ। କେଶରେ ରୋଜମେରୀ ଲଗାଇବା ଦ୍ବାରା ମୁଣ୍ତରେ ସର୍କୁଲେସନ ଭଲ ହୁଏ। କେବଳ ଏତିକି ନୁହେଁ, ଏହା କେଶ ଝଡିବା ମଧ୍ୟ ନିୟନ୍ତ୍ରଣ କରେ।
ରୋଜମେରୀ ଅଏଲରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ, ହେୟାର ଡ୍ୟାମେଜକୁ ରୋକେ। ରୋଜମେରୀ ଅଏଲ୍ ଲଗାଇବା ଦ୍ବାରା କେଶ ଦ୍ରୁତ ଗତିରେ ବଢିବ। ଆପଣ ଚାହିଁଲେ ରୋଜମେରୀ ପତ୍ରକୁ ବି ଲଗାଇ ପାରିବେ। କିଛି ପତ୍ରକୁ 1 କପ ପାଣି ଦେଇ ଭଲ ଭାବରେ ଫୁଟାନ୍ତୁ। ଥଣ୍ତା ହେବା ପରେ ସ୍ପ୍ରେ ବୋତଲରେ ଭରି କେଶରେ ଲଗାନ୍ତୁ। ଯଦ୍ବାରା ଆପଣଙ୍କ କେଶକୁ ଅତ୍ୟନ୍ତ ଲାଭ ମିଳିବ।