ଓଡିଶା

ଶ୍ରୀହରି ନାମଯଜ୍ଞ ଓ ରାମଲୀଳା ମହୋତ୍ସବ ପାଇଁ ଶୁଭ ସ୍ତମ୍ଭ ସ୍ଥାପନ

ବରଗଡ଼: ଶ୍ରୀହରି ନାମଯଜ୍ଞ ଓ ରାମଲୀଳା ମହୋତ୍ସବ ପାଇଁ ଶୁଭ ସ୍ତramମ୍ଭ ସ୍ଥାପନ । ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭେଡେନ ଗ୍ରାମ ଠାରେ ହେବାକୁଥିବା ଶ୍ରୀହରି ନାମଯଜ୍ଞ ଓ ବିରାଟ ରାମଲୀଳା ମହୋତ୍ସବ ପାଇଁ ଗତକାଲି ସୋମବାର ଏହି ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି । ଆସନ୍ତା ଜାନୁୟାରୀ ୨୦ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ରାମଲୀଳା ମହୋତ୍ସବ ସହ ଅଖଣ୍ଡ ଶ୍ରୀହରି ନାମ ସଂକୀର୍ତ୍ତନ ।

ବାବା ସିଦ୍ଧେଶ୍ୱର ମନ୍ଦିରରୁ ଭଜନ ସଂକୀର୍ତ୍ତନ ସହ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯିବା ପରେ ସିଦ୍ଧେଶ୍ୱର ମନ୍ଦିରରେ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଥିଲା । ବରଗଡ଼ ଜୀରା ନଦୀ କୂଳ ରାଧା ମାଧବ ଆଶ୍ରମର ମହନ୍ତ ଭଗବାନ ଦାଶଙ୍କ ସହ ଅନେକ ସାଧୁ ସନ୍ଥ ଉପସ୍ଥିତ ଥିଲେ ।

ପଣ୍ତିତ ଦୀଲିପ ଶତପଥି ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଗୋପୀକୃଷ୍ଣ ରଥ ତାଙ୍କ ସହଧର୍ମିଣୀ ଶାନ୍ତିଲତା ରଥ ଏବଂ ସୁଧୀର ବେହେରା ଏବଂ ତାଙ୍କ ସହଧର୍ମିଣୀ ଜ୍ୟୋତିର୍ମୟୀ ବେହେରା କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିଲେ । ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବ ରେ କମିଟିର ସମସ୍ତ ସଦସ୍ୟ , କଳାକାର , ଗ୍ରାମବାସୀ ଉପସ୍ଥିତ ଥିଲେ । ଏପଟେ ଚଳିତ ଥର ୨୨ ବର୍ଷରେ ପଦାର୍ପଣ କରିବ ଶ୍ରୀହରି ନାମଯଜ୍ଞ ଓ ବିରାଟ ରାମଲୀଳା ମହୋତ୍ସବ । ଯାହାକୁ ନେଇ ଗ୍ରାମରେ ଏକ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button