ରାଜନୀତି

ଅନ୍ୟ ଦଳରୁ ଧାର ଆଣିବା ଭୁଲ କରିଛି ବିଜେଡି: ବଦ୍ରି ପାତ୍ର

ଭୁବନେଶ୍ବର: ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ର ପୁଣି ବିସ୍ପୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଅତୀତରେ ବିଜେଡି ଭୁଲ କରିଛି | ବିଜେପିରେ ଟିକେଟ ପାଇଥିବା କିଛି ପ୍ରାର୍ଥୀଙ୍କୁ ଆଣିକି ଦଳରେ ନିଆଗଲା ଏବେ ସେମାନେ ବିଜେଡି ସାଂସଦମାନଙ୍କୁ ନେଇଯାଉଛନ୍ତି | ଏହା ଉଭୟ ଦଳ ପାଇଁ କ୍ଷତିକାରକ | ଏତେ ବର୍ଷ କ୍ଷମତାରେ ରହିଲା ପରେ ଗୋଟେ ନିର୍ବାଚନ ମଣ୍ଡଳୀ ପାଇଁ ଭଲ ସବଳ ପ୍ରାର୍ଥୀ ତିଆରି କରିପାରିଥାନ୍ତୁ | ଅନ୍ୟ ଦଳରୁ ଧାର ଆଣିବା ଆମେ ଭୁଲ କରିଛୁ | ବିଜେପି ଯାହା କରୁଛି ସେଟା ବି ଭୁଲ | ଏହା ବୁମେରାଂ ହେବ | ଆଦର୍ଶ ବଦଳିନଥିବା ଲୋକଙ୍କୁ ଆଣି ରାତି ଅଧରେ ଆଣି ସକାଳୁ ପ୍ରାର୍ଥୀ କଲେ ସେମାନେ ହାରୁଛନ୍ତି | ଆଦର୍ଶଜନିତ ସଙ୍କଟ ରହୁଛି | ସେମାନଙ୍କୁ ଭରସା କରି ଦଳ ଆଗେଇପାରିବ ନାହିଁ | ଏହା ଦ୍ୱାରା ଦଳର କ୍ଷତି ହେଉଛି | ଏହା ଭଲ ପରମ୍ପରା ନୁହେଁ |

ଏତେ ବର୍ଷ କ୍ଷମତାରେ ରହିଲା ପରେ ଗୋଟେ ନିର୍ବାଚନ ମଣ୍ଡଳୀ ପାଇଁ ଭଲ ସବଳ ପ୍ରାର୍ଥୀ ତିଆରି କରିପାରିଥାନ୍ତୁ | ଅନ୍ୟ ଦଳରୁ ଧାର ଆଣିବା ଆମେ ଭୁଲ କରିଛୁ | ବିଜେପି ଯାହା କରୁଛି ସେଟା ବି ଭୁଲ | ଏହା ବୁମେରାଂ ହେବ | ଆଦର୍ଶ ବଦଳିନଥିବା ଲୋକଙ୍କୁ ଆଣି ରାତି ଅଧରେ ଆଣି ସକାଳୁ ପ୍ରାର୍ଥୀ କଲେ ସେମାନେ ହାରୁଛନ୍ତି | ଆଦର୍ଶଜନିତ ସଙ୍କଟ ରହୁଛି | ସେମାନଙ୍କୁ ଭରସା କରି ଦଳ ଆଗେଇପାରିବ ନାହିଁ | ଏହା ଦ୍ୱାରା ଦଳର କ୍ଷତି ହେଉଛି | ଏହା ଭଲ ପରମ୍ପରା ନୁହେଁ |
ସେ ଆହୁରି କହିଛନ୍ତି, ନବୀନ ବାବୁ ବିଧାନସଭା ଆସିବା ଫଳରେ ଭଲ ମେସେଜ ଯାଉଛି | କର୍ମୀ ଉତ୍ସାହିତ ହେଉଛନ୍ତି | ନବୀନ ଜିଲ୍ଲା ଗସ୍ତ କଲେ ଭଲ | କର୍ମୀମାନଙ୍କ ମନୋବଳ ବଢିବ |କିଛି ଲୋକ ଆଶା ଛାଡ଼ି ଦଳ ଛାଡ଼ୁଛନ୍ତି |କିଛି ବ୍ଲକରେ ଅଧକ୍ଷ ଛାଡ଼ିକି ପଳେଇଲେଣି |

Related Articles

Leave a Reply

Your email address will not be published. Required fields are marked *

Back to top button