ରାଜନୀତି

ଆସନ୍ତାକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ୍‌

ମୁମ୍ବାଇ: ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟାଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଦେବେନ୍ଦ୍ର ଫଡନାଭିସ୍‌। ସେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ବୁଧବାର ଦିନ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସହମତି ପ୍ରକାଶ ପାଇବା ପରେ ଫଡନାଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଛି। ତେବେ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଏନସିପିର ଅଜିତ ପାୱାରଙ୍କ ସହ ଉପମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି।

ବିଜେପି ଓ ମହାୟୁତି ବିଧାୟକ ଦଳ ବୈଠକ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଜୟ ରୁପାନୀ ମୁମ୍ବାଇରେ ପହଞ୍ଚିଥିଲେ। ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ପାଇଁ ରାଜି ହୋଇଥିବା କୁହାଯାଉଛି । ଏବେ ଚର୍ଚ୍ଚା ହେଉଛି ଯେ ବିଜେପିକୁ ୨୧ରୁ ୨୨ ଓ ଶିବସେନାକୁ ୧୨ଟି ମନ୍ତ୍ରୀ ପଦ ମିଳିପାରେ । ସେହିପରି ଏନସିପିକୁ ୯ରୁ ୧୦ଟି ମନ୍ତ୍ରୀ ପଦ ମିଳିପାରେ । ମହାରାଷ୍ଟ୍ରରେ ଶପଥ ସମାରୋହ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତାକାଲି ଶପଥ ସମାରୋହ ଅନୁଷ୍ଠିତ ହେବ। କେବଳ ମୁଖ୍ୟମନ୍ତ୍ରୀ ଓ ତାଙ୍କର ଦୁଇ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ।

ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ମୁମ୍ବାଇର ଆଜାଦ ମଇଦାନରେ ଜୋରଦାର ପ୍ରସ୍ତୁତି ଚାଲିଛି। ଶପଥ ଗ୍ରହଣ କାର୍ଯ୍ୟକ୍ରମ ପରେ ବିଜେପି, ଶିବସେନା ଏବଂ ଏନ୍‌ସିପି ମଧ୍ୟରେ ବିଭାଗ ବଣ୍ଟନ ହେବ। ଶିବସେନା ନେତା ସଂଜୟ ଶିରସତ କହିଛନ୍ତି, ମହାୟୁତି ମେଣ୍ଟରେ ସବୁକିଛି ଠିକ୍‌ ଅଛି ଏବଂ ଯୋଜନା ମୁତାବକ ଶପଥ ଗ୍ରହଣ ଉତ୍ସବ ହେବ। ବି‌ଜେପିକୁ ଗୃହ ଏବଂ ରାଜସ୍ବ ସମେତ ୨୧-୨୨ ମନ୍ତ୍ରୀ ପଦ ମିଳିପାରେ। ଶିବସେନାକୁ ସହରାଞ୍ଚଳ ବିକାଶ ସମେତ ୧୨ଟି ମନ୍ତ୍ରୀ ପଦ ମିଳିପାରେ। ଅନ୍ୟପକ୍ଷେ ଏନ୍‌ସିପି ଦଳରୁ ୯ରୁ ୧୦ ଜଣ ମନ୍ତ୍ରୀ ହୋଇପାରନ୍ତି। ତେବେ ଏନ୍‌ସିପି ନେତା ଅଜିତ ପାୱାର ଆଜି ରାତିରେ କେତେକ ନୂଆ ଦାବି ରଖିଥିବା ଜଣାପଡ଼ିଛି। ଶିବସେନାକୁ ଯେତିକି ମନ୍ତ୍ରୀପଦ ମିଳିବ ତାଙ୍କ ଦଳକୁ ମଧ୍ୟ ସମାନ ପରିମାଣର ପଦ ଦେବାପାଇଁ ସେ ଦାବି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button