ଓଡିଶା

ମହାପ୍ରୟାଣ ଲୋକାର୍ପିତ, ସମାଜ ସେବାରେ ସମର୍ପିତ ଜିଲ୍ଲା ସାମ୍ବାଦିକ ସଂଘ : ଅସିତ ତ୍ରିପାଠୀ

ବଲାଙ୍ଗୀର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରଦତ ପାଣ୍ଠିରେ ଏବଂ ଜିଲ୍ଲା ସାମ୍ବାଦିକ ସଂଘ ଓ ଜର୍ନାଲିଷ୍ଟ ୱଲଫାୟାର ଟ୍ରଷ୍ଟ ପରିଚାଳନାରେ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ମହାପ୍ରୟାଣ ଯାନ ଲୋକାର୍ପିତ ହୋଇଯାଇଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଲୋକାର୍ପିତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି ରିଷିକେଶ ଖିଲାରୀ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡଃ. ଅଜିତ କୁମାର ମିଶ୍ର ଯୋଗଦେଇ ଥିଲେ । ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ମହାପ୍ରୟାଣ ଯାନ ଲୋକାର୍ପିତ କରି ସାମ୍ବାଦିକ ସଂଘ ଓ ଜର୍ନାଲିଷ୍ଟ ୱଲଫାୟାର ଟ୍ରଷ୍ଟ ମାନବ ସେବାରେ ସମର୍ପିତ ମନୋଭାବକୁ ସାଧୁବାଦ ଜଣାଇଥିଲେ । କାର୍ଯ୍ୟକ୍ରମରେ ଜର୍ନାଲିଷ୍ଟ ୱଲଫାୟାର ଟ୍ରଷ୍ଟର ଅଧ୍ୟକ୍ଷ ସତ୍ୟ ସୁନ୍ଦର ଭଞ୍ଜ, ସମ୍ପାଦକ ହରିନାରାୟଣ ପୁଜାରୀ, ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଶିଶିରକାନ୍ତ ସତପଥୀ, ସାଙ୍ଗଠନିକ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ସୁନୀଲ ମହାନ୍ତି, ବରିଷ୍ଠ ସଦସ୍ୟ ଗୋପବନ୍ଧୁ ସତପଥୀ, ସୁଧୀର ଚନ୍ଦ୍ର ପଣ୍ଡା, ନବୀନ ପଶାୟତ, ଶରତ ମହାକୁର, ସୁଧୀର ମିଶ୍ର, ଗୋପାଳ ପ୍ରଧାନ, ମୁକେଶ ବହିଦାର,ଘଟେଶ୍ୱର ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିରେନ୍ଦ୍ର ଝାଙ୍କର, ପ୍ରଦିପ୍ତ ମିଶ୍ର, ଚିତରଞ୍ଜନ ମିଶ୍ର, ଚନ୍ଦ୍ରଭାନୁ ମୋଲାନା, ନୂତନ ମିଶ୍ର, ସାମ୍ବାଦିକ ଅରୁଣ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବୁଦ୍ଧିଜୀବୀ, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତାମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଆଜିଠାରୁ ଏହି ମହାପ୍ରୟାଣ ଯାନ ସ୍ୱଳ୍ପ ମୁଲ୍ୟରେ ଲୋକଙ୍କ ସେବାରେ ଯୋଗାଇଦେବ ବୋଲି କୁହାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button