ଧର୍ମ

ଘରେ ସତ୍ୟନାରାୟଣ କଥା କରେଇବାକୁ ଚାହୁଁଥିଲେ ତାହା ଆଗରୁ କରନ୍ତୁ ଏହି ୩ଟି କାମ- ମିଳିବ ଅଧିକ ଲାଭ

ସମସ୍ତେ ଚାହାନ୍ତି ଯେ ତାଙ୍କ ଘରେ ସକାରାତ୍ମକ ଊର୍ଜା ସବୁବେଳେ ରହୁ ଯାହା ଦ୍ଵାରା ଘରେ ଶାନ୍ତି ସୃଖଂଳା ରହୁ, ଘରେ ସକାରାତ୍ମକ ଊର୍ଜା ରଖିବା ପାଇଁ ସବୁ ଠାରୁ ଭଲ ଉପାୟ ପୂଜା ପାଠ ବୋଲି କୁହା ଯାଏ । ଏମିତି ମାନ୍ୟତା ଅଛି ଯେ ଯେଉଁ ଜାଗା ରେ ଠାକୁରଙ୍କ ନା ସବୁ ବେଳେ ଜାପ ହଉଥାଏ ସେହି ଜାଗା ରେ ସବୁବେଳେ ସକାରାତ୍ମକ ଊର୍ଜା ରହି ଥାଏ ।

କେତେକ ଥର ଏମିତି ନକାରାତ୍ମକ ଊର୍ଜା ଘରେ ଆସିଥାଏ ଯାହାକୁ ପବିତ୍ର କରିବା ପାଇଁ ସାମାନ୍ୟ ପୂଜା ଯଥେଷ୍ଟ ନୁହ ।

ଏହି ନକାରାତ୍ମକ ଊର୍ଜା ବାହାର କରିବା ପାଇଁ ଲୋକ ସତ୍ୟନାରାୟଣ ପୂଜା କରେଇ ଥାନ୍ତି ଯାହା ଦ୍ଵାରା ତାଙ୍କ ଘର ପବିତ୍ର ହୋଇଥାଏ ଓ ତାଙ୍କ ସବୁ ପ୍ରକାର ଅସୁବିଧା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ସତ୍ଯନାରାୟଣ ପୂଜା ଆଗରୁ କଣ କରିବା ଉଚିତ ଯାହା ଦ୍ଵାରା ଘରେ ସୁଖ ଶାନ୍ତି ଫେରି ଆସେ ।

ସତ୍ୟନାରାୟଣ କଥା ଆଗରୁ ଏହି ୩ଟି କାମ କରିବା ଉଚିତ ଅଟେ :

୧. ଘର ସଫା କରିବା :

ଯଦି ଆପଣ ସତ୍ଯନାରାୟଣ ପୂଜା କରେଇବା ପାଇଁ ଚାହନ୍ତି ତେବେ ଆପଣଙ୍କୁ ଘର ବା ଅଫିସ ଯେଉଁ ଜାଗା ରେ ପୂଜା ହବ ସେଠିକା କଣ କଣ ସଫା କରିବା ଦରକାର ଅଟେ । କଚଡା ଜିନିଷ ଷ୍ଟୋର କରିବା ଆପଣଙ୍କ ପାଇଁ ହାନିକାରକ ଅଟେ । ଯଦି ଆପଣ ଘର ସଫା ରଖନ୍ତି ତେବେ ଆପଣଙ୍କୁ ସତ୍ଯନାରାୟଣ ପୂଜା ଲାଭ ଦୁଇ ଗୁଣ ଅଧିକ ପ୍ରାପ୍ତ ହୋଇଥାଏ ।

୨. ଗଙ୍ଗାଜଳ ସବୁ ଜାଗା ରେ ପକାନ୍ତୁ :

ସତ୍ଯନାରାୟଣ ପୂଜା କରିବା ଆଗରୁ ଘର ସଫା ହେଲା ପରେ ସବୁ ଜାଗାରେ ଗଙ୍ଗାଜଳ ପକେଇ ସବୁ ଜାଗା ପବିତ୍ର କରନ୍ତୁ, ଗଙ୍ଗାଜଳ ପକେଇଲେ ଘରେ ଉପସ୍ଥିତ ନକାରାତ୍ମକ ଊର୍ଜା ଘରୁ ଦୂରେଇ ଯାନ୍ତି ଏହା ପରେ ଘର ପବିତ୍ର ହୋଇଯାଏ । ଗଙ୍ଗାଜଳ ଲୋକଙ୍କ ମନ ଭିତରେ ରହୁଥିବା ଖରାପ ବିଚାର ମଧ୍ୟ ସମାପ୍ତ କରି ଥାଏ ।

୩. ଚା ପାଣି ବ୍ୟବସ୍ତା :

ସମସ୍ତେ ଯେତେବେଳେ ସତ୍ଯନାରାୟଣ ପୂଜା ଘରେ କରିଥାନ୍ତି ତେବେ ବାହାର ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇ ଥାନ୍ତି, ଏହା ଛଡା ପୂଜା କରିବା ପାଇଁ ପଣ୍ଡିତ ମଧ୍ୟ ଆସନ୍ତି । ଏମିତି ରେ କଥା ସମାପ୍ତ ହେଲା ପରେ ଘରେ ଆସିଥିବା ଅତିଥିମାନଙ୍କ ଭଲ ଭାବରେ ଧ୍ୟାନ ରଖିବା ଉଚିତ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button