ରାଜନୀତି

ରାହୁଲ ଗାନ୍ଧୀଙ୍କ ନାଗରିକତା ବିବାଦ କେନ୍ଦ୍ରକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ, ଜାନୁଆରି ୧୩ରେ ଶୁଣାଣି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ବୈତ ନାଗରିକତା ପ୍ରସଙ୍ଗରେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ କରିଥିବା ଆବେଦନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରକୁ ଜବାବ ମାଗିଛନ୍ତି। ଦିଲ୍ଲୀ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଭୁ ବାଖରୁ ଏବଂ ଜଷ୍ଟିସ ତୁଷାର ରାଓ ଗେଡ଼େଲାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଉକ୍ତ ପ୍ରସଙ୍ଗରେ ଜବାବ ରଖିବାପାଇଁ କହିଛନ୍ତି।

ମାମଲାରେ ଜଣେ ନୂଆ ଆଇନଜୀବୀଙ୍କୁ ନିଯୁକ୍ତି ଦେବାପାଇଁ କେନ୍ଦ୍ର ସରକାର କୋର୍ଟଙ୍କୁ ଅଧିକ ସମୟ ମାଗିବା ପରେ କୋର୍ଟ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦୨୫ ଜାନୁଆରି ୧୩ ତାରିଖରେ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ଭାରତୀୟ ସମ୍ବିଧାନର ଧାରା ୯ର ଉଲ୍ଲଂଘନ କରିଛନ୍ତି ବୋଲି ସୁବ୍ରମଣ୍ୟମ ସ୍ବାମୀ ଅଭିଯୋଗ କରିଛନ୍ତି। ରାହୁଲ ବ୍ରିଟିସ ନାଗରିକତା ଧାରଣ କରିଛନ୍ତି ବୋଲି ନିଜ ଆଡ଼ୁ ବ୍ରିଟିସ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରକାଶ କରିଥିବା ପ୍ରମାଣ ରହିଛି ବୋଲି ସ୍ବାମୀ ଦାବି କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button