ରାଜନୀତି

ରାଜ୍ୟସଭାରେ ଆଶ୍ବସ୍ତ କ‌ଲେ କେନ୍ଦ୍ର କୃଷିମନ୍ତ୍ରୀ: ଏମ୍‌ଏସ୍‌ପିରେ ସମସ୍ତ ଚାଷ ଉତ୍ପାଦ କିଣିବେ ସରକାର

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାର ସମସ୍ତ ଚାଷ ଉତ୍ପାଦକୁ ଏମ୍‌ଏସ୍‌ପି ( ସର୍ବନିମ୍ନ ସହାୟକ ମୂଲ୍ୟ)ରେ କିଣିବାପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଆଜି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ‌ଚୌହାନ ରାଜ୍ୟସଭାରେ ନିଶ୍ଚିତ କରାଇଛନ୍ତି। ଗୃହରେ ଏମ୍‌ଏସ୍‌ପି ପାଇଁ ଆଇନଗତ ସ୍ବୀକୃତି ଦାବିରେ ପ୍ରଶ୍ନକାଳ ସମୟରେ ଆଲୋଚନା ସମୟରେ କୃଷିମନ୍ତ୍ରୀ ଏହି ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଚୌହାନ କହିଛନ୍ତି, ମୁଁ ଗୃହକୁ ଏହା ନିଶ୍ଚିତ କରିବାକୁ ଚାହୁଛି ଯେ କୃଷକଙ୍କର ସମସ୍ତ ଉତ୍ପାଦ ଏମ୍‌ଏସ୍‌ପିରେ କିଣାଯିବ। ଏହି ପ୍ରତିଶ୍ରୁତି ପୂରଣ କରିବା ମୋଦୀଙ୍କ ଗ୍ୟାରେଣ୍ଟି।

ଏମ୍‌ଏସ୍‌ପି ସଂକ୍ରାନ୍ତରେ କଂଗ୍ରେସ ସାଂସଦ ଜୟରାମ ରମେଶଙ୍କ ପ୍ରଶ୍ନର ଉତ୍ତର ଦେଇ ଚୌହାନ କହିଛନ୍ତି, ଆମେ ୫୦ ପ୍ରତିଶତରୁ ଅଧିକରେ ଏମ୍‌ଏସ୍‌ପି ସ୍ଥିର କରିବୁ ଏବଂ କୃଷି ଉତ୍ପାଦ କ୍ରୟ କରିବୁ। ପୂର୍ବ କଂଗ୍ରେସ ସରକାର କୃଷକଙ୍କୁ ଅବହେଳା କରିଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତ ଯେ କଂଗ୍ରେସ କ୍ଷମତାରେ ଥିବାବେଳେ କୃଷକମାନେ ଲୁହ ନୁହେଁ ରକ୍ତ ଝରାଉଥିଲେ। ମୋ ପାଇଁ କୃଷକଙ୍କ ସେବା ଭଗବାନଙ୍କ ସେବା ଭଳି ବୋଲି ଶିବରାଜ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button