ନୀତି

ଓୟୋ କମ୍ପାନି ଆରମ୍ଭ ସମୟର ଫଟୋ ସେୟାର କରି ଏଭଳି କଥା କହିଲେ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ – Utkal Mail


ନୂଆଦିଲ୍ଲୀ: ଓୟୋ ନାମ ତ ଆପଣ ନିଶ୍ଚୟ ଶୁଣିଥିବେ। ହୋଇପାରେ ଓୟୋରେ ଆପଣ ରୁମ ବି କେବେ ବୁକ କରିଥାଇ ପାରନ୍ତି।  ‌ତେବେ ଆପଣ ଜାଣିଛନ୍ତି କି ଓୟୋ କମ୍ପାନିର ପ୍ରତିଷ୍ଠାତା ତଥା ମୁଖ୍ୟ ସଂସ୍ଥାପକ ରିତେଶ ଅଗ୍ରୱାଲ ମାତ୍ର ୨୯ବର୍ଷ ବୟସରେ ୨୦୧୩ ଏହାର ଆରମ୍ଭ କରିଥିଲେ। ନିକଟରେ ରିତେଶ ଓୟୋ କମ୍ପାନି ଆରମ୍ଭ ସମୟର ଏକ ଫଟୋ ପୋଷ୍ଟ କରି ତାଙ୍କର ସୁନ୍ଦର ଅନୁଭବକୁ ଲୋକଙ୍କ ସହିତ ସେୟାର କରିଛନ୍ତି।

ଏହି ଫ‌ଟୋକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କିଛିଲୋକ କହିଛନ୍ତି, ‘ସ୍ବପ୍ନ ପୂରା ହୋଇଗଲା, କିଛି କରି ଦେଖାଇବାର ଉତ୍ସାହ ଓ ଆଗ୍ରହ ଆପଣଙ୍କୁ ଆଗକୁ ନେବାରେ ସାହାଯ୍ୟ କରେ। ଯେଉଁଲୋକ ବି ସଫଳତା ପାଇଛନ୍ତି, ତାଙ୍କ ସଫଳତା ପଛରେ ନିଶ୍ଚୟ ସଂଘର୍ଷ ରହିଥାଏ। ସଫଳତାର ସ୍ବାଦ ଚାଖିବା ଏତେ ସହଜ ହୋଇ ନଥାଏ। ଏଥିପାଇଁ ଅ‌ନେକ କଷ୍ଟ ଓ ପରିଶ୍ରମ କରିବାକୁ ପଡ଼ିଥାଏ।’

 

ଓୟୋର ପ୍ରତିଷ୍ଠାତା ଓ ସିଇଓ ରିତେଶ ଅଗ୍ରୱାଲ ଅଗଷ୍ଟ ୬ ତାରିଖ‌ରେ ଟୁଇଟରରେ ଏହି ଫଟୋ  ପୋଷ୍ଟ କରିଥିଲେ। ଆଉ କହିଥିଲେ କି,୨୦୧୩/୧୪ର ସ୍ମୃତି….. ଗୁଡଗ୍ରାମରେ ଆମର ତୃତୀୟ ପ୍ରପଣ୍ଟି ସମ୍ମୁଖରେ ଫ୍ରଣ୍ଟ ଅଫିସ ମ୍ୟାନେଜରଙ୍କ ସହିତ। ତେବେ ଏହି ଫଟୋରେ ମୁଁ କାହା ସହିତ ଫୋନରେ କଥା ହେଉଛି ମୋର ପୂରାପୂରି ମନେ ନାହିଁ।

ଆଶା କରୁଛି କି କେହିଜଣେ ଗ୍ରାହକ ବୋଧ ହୁଏ ଫୋନ କରିଛନ୍ତି। ରାତି ୧୨ଟା‌ରେ ସେ ହୋଟେଲ ବୁକ କରିବ‌ାକୁ ଚାହୁଁଥିଲେ କିନ୍ତୁ ଆମର ୱେବସାଇଟ କ୍ରାସ ହୋଇଯାଇଥିଲା। ଅଦ୍ଭୁଦ ସ୍ମୃତି! ଓୟୋର ଆରମ୍ଭ ସମୟରେ ମୋର ନମ୍ବର କଷ୍ଟମର କେୟାର ପେଜ‌ରେ ଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button