ରାଜନୀତି

ସୋରସ୍‌ଙ୍କ ସହ ସଂପର୍କ ପ୍ରସଂଗରେ ପ୍ରତିକ୍ରିୟା ରଖିଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ହଙ୍ଗେରୀ-ଆମେରିକୀୟ ବ୍ୟବସାୟୀ ଜର୍ଜ ସୋରୋସଙ୍କ ମଧ୍ୟରେ ସଂଯୋଗ ରହିଛି ବୋଲି ଅଭିଯୋଗ ଏକ ଚିନ୍ତାର ବିଷୟ ପାଲଟିଛି। ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ। ତେବେ ବିରୋଧୀ ଦଳର ନେତାମାନେ ବିଜେପିର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ବିଜେପିର ଅଭିଯୋଗକୁ ଖଣ୍ଡନ କରି ସେମାନଙ୍କୁ “ଅନ୍ଧାର କଳ୍ପନା” ବୋଲି କହିଛନ୍ତି। ସେହିପରି ସମାଜବାଦୀ ପାର୍ଟିର ସାଂଦ ରାମ ଗୋପାଳ ବର୍ମା ମଧ୍ୟ ଏହାକୁ ଅସ୍ବୀକାର କରି କହିଛନ୍ତି ଯେ ‘ବିଜେପିର ଏପରି ଅଭିଯୋଗ ଏକ ନିତିଦିନିଆ କଥା’’।

ସୋନିଆଙ୍କ ବିରୋଧରେ ଏପରି ଏକ ଅଭିଯୋଗ ଆଣିବା ସହ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଏହାକୁ ‘ରାଜନୈତିକ ଦୃଷ୍ଟିରେ’ ଦେଖିବା ଉଚିତ ନୁହେଁ। ‘‘ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହା ଉପରେ ମୁଁ ରାଜନୀତି କରିବାକୁ ଚାହୁଁନାହିଁ। ସୋନିଆ ଗାନ୍ଧୀ ଏବଂ ଜର୍ଜ ସୋରେସଙ୍କ ମଧ୍ୟରେ ସ‌ଂଯୋଗ ଗମ୍ଭୀର ଅଟେ’’ ବୋଲି ରିଜିଜୁ ଦଶାଇଛନ୍ତି।

ଜର୍ଜ ସୋରୋସଙ୍କ ଫାଉଣ୍ଡେସନ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ସୋନିଆ ଗାନ୍ଧୀଙ୍କ ସମ୍ପର୍କ ରହିଛି ବୋଲି ବିଜେପି ଅଭିଯୋଗ ଆଣିଛି। ଶାସକ ଦଳ ଦାବି କରିଛି ଯେ ଜର୍ଜ ସୋରେସଙ୍କ ସଂସ୍ଥାଗୁଡ଼ିକ କଶ୍ମୀରକୁ ଭାରତରୁ ପୃଥକ ବୋଲି ବିବାଦୀୟ ଆଭିମୁଖ୍ୟକୁ ସମର୍ଥନ କରିଥିବା ବେଳେ ସୋନିଆ ଗାନ୍ଧୀ ତାହା ସହ ସଂପର୍କ ରଖିଛନ୍ତି।

ଫୋରମ୍ ଅଫ୍ ଡେମୋକ୍ରାଟିକ୍ ଲିଡର୍ସ ଅଫ୍ ଏସିଆ ପାସିଫିକ୍ (ଏଫ୍ଡିଏଲ୍-ଏପି) ଫାଉଣ୍ଡେସନର ସହ-ସଭାପତି ଭାବରେ ସୋନିଆ ଗାନ୍ଧୀଙ୍କ ଅତୀତର ଭୂମିକା ବିଜେପି ଦାବି କରିଛି। ଏଥିସହ, ଦଳ ରାଜୀବ ଗାନ୍ଧୀ ଫାଉଣ୍ଡେସନ ଏବଂ ସୋରୋସ୍ ସଂଯୁକ୍ତ ସଂଗଠନ ମଧ୍ୟରେ ସହଭାଗିତାକୁ ଘରୋଇ କାର୍ଯ୍ୟରେ ବିଦେଶୀ ପ୍ରଭାବର ପ୍ରମାଣ ବୋଲି ସୂଚୀତ କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button