ଓଡିଶା

ସମ୍ବାଦପତ୍ର ସଂପାଦକ ସଂଘ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା

କଟକ, ୨୭/୮ କଟକସ୍ଥିତ ଜାତୀୟ ସମ୍ବାଦପତ୍ର ସଂପାଦକ ସଂଘ ପକ୍ଷରୁ ଆଜି ଗାନ୍ଧୀଭବନ ଠାରେ ଏକ ରାଜ୍ୟସ୍ତରୀୟ ସାମ୍ବାଦିକତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସଂଘର ସାଧାରଣ ସଂପାଦକ ପ୍ରସନ୍ନ କୁମାର ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କର୍ମଶାଳାରେ ଦୈନିକ କାଳାନ୍ତରର ସଂପାଦକ ସୈାମ୍ୟକାନ୍ତ ସାମନ୍ତରାୟ ଅଧ୍ୟକ୍ଷତା କରିଥିବା ବେଳେ ସନ୍ ଆରୋମେଟିକ୍‌ର ନିର୍ଦ୍ଦେଶକ ପ୍ରବୋଧ କୁମାର ବଡପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର ସମ୍ବାଦପତ୍ର ଓ ସାମ୍ବାଦିକତା କ୍ଷେତ୍ରରେ ନିୟୋଜିତ ଖବରଦାତାଙ୍କ ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଉପରେ ସରକାର ଦୃଷ୍ଟି ଦେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୱାର୍ଲ୍ଡ ୱାଚର ସଂପାଦକ ଦିଲ୍ଲିପ କୁମାର ଦାସ, ବରିଷ୍ଠ ସାମ୍ବାଦିକ ସୁରେଶ କୁମାର ଦାଶ, ସମ୍ବାଦର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର, ସମାଜସେବୀ ଦ୍ୱିପାୟନ ପଟ୍ଟନାୟକ ପ୍ରମୁଖ ଉଦବୋଧନ ଦେଇ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ସମସ୍ୟା, ସରକାରଙ୍କର ପ୍ରୋତ୍ସାହନ ଓ ଆକ୍ରୋଶର ଶିକାର ହେଉଥିବା ସାମ୍ବାଦିକମାନଙ୍କର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ର।।ଜ୍ୟର ବିଭିନ୍ନ ପ୍ରାନ୍ତରୁ କାର୍ଯ୍ୟ କରି ବେଶ ପ୍ରଶଂସିତ ହୋଇଥିବା ସାମ୍ବାଦିକ ଶ୍ରଦ୍ଧାଞ୍ଜଳି ରାୟ, ଅନଘ କୁମାର ପଣ୍ଡା, ଲକ୍ଷ୍ମୀପ୍ରିୟା ସାହାଣୀ, ପ୍ରଦୀପ୍ତ ଘଡେଇ, ସୋମନାଥ ମହାନ୍ତି, ନୃସିଂହ ଚରଣ ବାରିକ, ଅଶୋକ କୁମାର ସାହୁ ଓ ସାରଦା ପ୍ରସନ୍ନ ପରିଜାଙ୍କ ସହିତ ୨୦ରୁ ଊର୍ଦ୍ଧ୍ୱ ସାମ୍ବାଦିକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button