ନୀତି

ମଳମାସରେ ହୁଏନାହିଁ କୌଣସି ଶୁଭକାର୍ଯ୍ୟ, କିନ୍ତୁ ଆପଣ କରିପାରିବେ ଏହି ପାଞ୍ଚଟି କାମ

ହିନ୍ଦୁ ଧର୍ମରେ ତିଥି ଏବଂ ମୂହୁର୍ତ୍ତର ବହୁତ ବଡ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟ ଶୁଭ ସମୟ ଦେଖି କରାଯାଏ। ଆଜିଠାରୁ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି, ତେଣୁ ଆଜିଠାରୁ ମଳମାସ ଆରମ୍ଭ ହେଉଛି। ଆଜିଠାରୁ ଜାନୁଆରୀ ୧୫ ତାରିଖ ଯାଏଁ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ। କିନ୍ତୁ ଅନେକ କାର୍ଯ୍ୟ ରହିଛି, ଯାହା ଆପଣଙ୍କ ଏହି ମାସରେ କରିପାରିବେ। କିନ୍ତୁ କିଛି ବିଶେଷ ପରିସ୍ଥିତିରେ ଆପଣ ଆବଶ୍ୟକୀୟ ଶୁଭକାର୍ଯ୍ୟ ସଂପନ୍ନ କରିପାରିବେ।

– ଯଦି ଆପଣ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ମାସରେ କୋର୍ଟ ମ୍ୟାରେଜ କିମ୍ବା ମନ୍ଦିରରେ ବିବାହ କରିପାରିବେ।

– ଯଦି ଆପଣଙ୍କ କୁଣ୍ଡଳୀରେ ଧନୁ ରାଶି ରହିଛନ୍ତି ତେବେ ଆପଣ ଏହି ମାସରେ ଶୁଭକାର୍ଯ୍ୟ କରିପାରିବେ।

masa

– ନିୟମିତ ଭାବେ କରାଯାଉଥିବା ଶୁଭ କାର୍ଯ୍ୟ କିମ୍ବା ଧାର୍ମିକ ଅନୁଷ୍ଠାନରେ ମଳମାସରେ ସବୁ କାର୍ଯ୍ୟ କରିପାରିବେ। ଏଠାରେ ମଳମାସରେ କୌଣସି ବାରଣ ନଥାଏ।

– ଜାତକ କର୍ମ ଏବଂ ଅନ୍ନପ୍ରସନ ଇତ୍ୟାଦି କାମ ମଧ୍ୟ ଏହି ମାସରେ କରିପାରିବେ।

– ଯଦି ଆପଣ ଗୟାରେ କାହାର ଶ୍ରାଦ୍ଧ ଦେବାକୁ ଚାହୁଁଛନ୍ତି, ତେବେ ମଳମାସରେ ଏପରି କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button