ଓଡିଶା

୧୦ ଦଫା ଦାବି ନେଇ ଧାରଣା ଦେଲେ ପାରାଦୀପ ପୋର୍ଟ ଶ୍ରମିକ – Utkal Mail



ପାରାଦୀପ: ପାରାଦୀପ ପୋର୍ଟ ଶ୍ରମିକ ସଂଘର ଧାରଣା । ଅନେକ ଥର ଶ୍ରମିକ ମାନେ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ ମଧ୍ୟ ଏହାକୁ କମ୍ପାନୀ କତ୍ତୃପକ୍ଷ ଗ୍ରହଣ କରିନାହିଁ । ଯେଉଁଥିପାଇଁ ଆଜି ୧୦ ଦଫା ଦାବି ନେଇ ପିଆଇସିଟି (PICT) ଫାଟକ ସମ୍ମୁଖରେ ଧାରଣାରେ ବସିଲେ ଶ୍ରମିକ ।

ଖବର ମୁତାବକ, ଶ୍ରମିକଙ୍କ ଦରମା ବୃଦ୍ଧି, ବୋନସ, ଡ଼୍ୟୁଟି ସମୟ, ବିଭିନ୍ନ ସହାୟକ ରାଶିର ଅନିୟମିତତା କୁ ବାରମ୍ବାର କମ୍ପାନୀ ଓ ପ୍ରଶାସନ କୁ ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା । ଯାହାକୁନେଇ ଦିନକୁ ଦିନ ଶ୍ରମିକ ଅସନ୍ତୋଷ ବଢ଼ିଚାଲିଛି ।

ତେବେ ଆଜି ସକାଳୁ ପାରାଦୀପ ପୋର୍ଟ କର୍ମଚାରୀ ଶ୍ରମିକ ସଂଘ ଏହି ସବୁ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ କମ୍ପାନୀ ର ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଭାବରେ ଧାରଣାରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ଶ୍ରମିକ କୁ ଉଚିତ୍ ପ୍ରାପ୍ୟ ମିଳିନାହିଁ ସେପର୍ଯ୍ୟନ୍ତ ଧାରଣା ରହିବ ବୋଲି କହିଛନ୍ତି ଶ୍ରମିକ ସଂଘ ସଭାପତି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button