ଅଚାନକ ହାର୍ଟଆଟାକରୁ ବଞ୍ଚାଇବ ଏହି ୫ଟି ଅଭ୍ୟାସ, ଜାଣି ରଖନ୍ତୁ ଜୀବନ ବଞ୍ଚାଇଦେବ ଏହି ଉପାୟ
ଆଜିକାଲି ହୃଦଘାତରେ ଅନେକଙ୍କ ଅକାଳରେ ମୃତ୍ୟୁ ହୋଇ ଯାଉଥିବା ଦେଖିବାକୁ ମିଳୁଛି। ଏପରିକି ସେଲିବ୍ରିଟିମାନେ ଖାସ୍ କରି ଚଳଚିତ୍ର ଜଗତର ଅନେକ ନାମୀ କଳାକାର ଗତ କିଛି ବର୍ଷ ମଧ୍ୟରେ ହୃଦଘାତରେ ମୃତ୍ୟୁ ବରଣ କରୁଛନ୍ତି। ଗତକାଲି ହିଁ ବାଲିଉଡ଼ ଅଭିନେତା ସତୀଶ କୌଶିକଙ୍କର ୬୬ ବର୍ଷ ବୟସରେ ହୃଦଘାତ ହେତୁ ମୃତ୍ୟୁ ଘଟିଛି।
୧. ନିଜ ହାର୍ଟକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ୪୫ ମିନିଟ ଚାଲିବା ନିତ୍ୟାନ୍ତ ଜରୁରୀ ଅଟେ। ଚାଲିବାର ଗତି ମଧ୍ୟମ ଧାରଣର ହେବା ଉଚିତ ଏପରିକି ଯେଉଁଥିରେ ଆପଣ ଠିକ୍ ଭାବରେ ନିଶ୍ୱାସ ନେଇ ପାରୁଥିବେ ଏବଂ ଦେହରୁ ହାଲୁକା ଝାଳ ମଧ୍ୟ ବାହାରୁଥିବା ଆବଶ୍ୟକ।
୨. ଠିକ୍ ସମୟରେ ସୁସ୍ଥ ଖାଦ୍ୟ ଖାଇବା ଅଭ୍ୟାସ କରନ୍ତୁ। ନିଜ ଖାଦ୍ୟରେ ତଟକା ଫଳ ଆଦି ଖାଇବା ଅଭ୍ୟାସ କରନ୍ତୁ।
୩. ପ୍ରତିଦିନ ଅତିକମରେ ୮-୯ ଘଣ୍ଟା ଭଲ ନିଦରେ ଶୁଅନ୍ତୁ। ରାତିରେ ବିଳମ୍ବରେ ଶୋଇବା ଆପଣଙ୍କ ଶରୀର ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇପାରେ।
୪. ଧୂମ୍ରପାନ ଅଭ୍ୟାସ ରହିଥିଲେ ତୁରନ୍ତ ଏହାକୁ ଛାଡ଼ିବାକୁ ଚେଷ୍ଟା କରନ୍ତୁ। ହାର୍ଟଆଟାକ୍ ହେବାର ଏହା ଏକ ପ୍ରମୁଖ କାରଣ ହୋଇଥାଏ।
୫. ଆପଣଙ୍କୁ ବିପି ଏବଂ ସୁଗର ସମସ୍ୟା ରହିଥିଲେ ଏହାର ଔଷଧ ଖାଇବାକୁ କଦାପି ଭୁଲନ୍ତୁ ନାହିଁ।