ସ୍ୱାସ୍ଥ୍ୟ

ଯଦି ଆପଣ ମଧୁମେହ ରୋଗୀ, ତେବେ ପିଅନ୍ତୁ ଏହି ଜୁସ୍

ବର୍ତ୍ତମାନ ଡାଇବେଟିସ ବା ମଧୁମେହ ଏକ ସାଧାରଣ ରୋଗ ପାଲଟିଛି। ଆଉ ଏବେ ଲକ୍ଷ ଲକ୍ଷ ଲୋକ ଡାଇବେଟିସରେ ପୀଡିତ। ଛୋଟ ଛୋଟ ପିଲାଙ୍କ ଠାରେ ମଧ୍ୟ ଏହି ରୋଗ ଦେଖିବାକୁ ମିଳୁଛି। ଏହି ରୋଗୀମାନେ ସର୍ବଦା ନିଜ ବ୍ଲଡସୁଗାର ନିୟନ୍ତ୍ରଣ ରଖିବା ଜରୁରୀ ହୋଇଥାଏ। କାରଣ ସୁଗାର ସ୍ତର ଅଧିକ ବଢିଲେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ। ତେଣୁ ବ୍ଲଡସୁଗାର ବଢିବାରୁ ରୋକିବା ପାଇଁ ଡାଇବେଟିସ ରୋଗୀ ନିଜ ଖାଦ୍ ପ୍ରତି ଧ୍ୟାନ ଦେବେ ଆବଶ୍ୟକ। ଏମିତି କିଛି ପନିପରିବା ଅଛି ଯାହାକୁ ଜୁସ୍ କରି ପିଇଲେ ବ୍ଲଡସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ, ଏବଂ ଡାଇବେଟିସକୁ ନିଯନ୍ତ୍ରଣ କରେ। ତେବେ ଆସନ୍ତୁ ଜାଣିବା ସେହି ପରିବାଗୁଡିକ ସମ୍ପର୍କରେ।

ଅଁଳା ଜୁସ୍-
ଡାଇବେଟିସ ରୋଗୀଙ୍କ ଅଁଳା ଜୁସ୍ ସେବନ ଅତ୍ୟନ୍ତ ଲାଭକାରୀ ମନେକରାଯାଏ। ଯଦି ଆପଣଙ୍କୁ ଡାଇବେଟିସ୍ ତାହେଲେ ଖାଲି ଅଁଳା ଜୁସ୍ ନହେଲେ ଅଁଳା ଓ ଆଲୋଭେରା ଜୁସ୍ ମିଶାଇ ପିଇପାରିବେ। ଏହା ଶୀତ ଦିନେ ବ୍ଲଡସୁଗାର ସ୍ତରକୁ କମ୍ କରିବାରେ ସାହାଯ୍ୟ କରେ। କାରଣ ଅଁଳା ଔଷଧୀୟ ଗୁଣରେ ଭରପୂର ହୋଇଥାଏ । ଏହା ରକ୍ତରେ ଗ୍ଲୁକୋଜ ବୃଦ୍ଧି କରେ। ଅଁଳାରେ ଆଣ୍ଟିଡାଇବେଟିକ, ଆଣ୍ଟିକ୍ୟାନ୍ସର ଓ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି।

କଲରା ଜୁସ୍-
କଲରା ପାଟିକୁ ପିତା କିନ୍ତୁ ଦେହ ପାଇଁ ଭାରି ହିତକାରୀ। ବିଶେଷକରି ଡାଇବେଟିସ ରୋଗୀଙ୍କ ପାଇଁ ଏହା କୌଣସି ଔଷଧଠୁ କମ୍ ନୁହେଁ। ଡାଇବେଟିସ ପୀଡିତ ଲୋକ କଲରା ଜୁସ  ନିହାତି ପିଇବା ଆବଶ୍ୟକ। ଏହା କେବଳ ବ୍ଲଡସୁଗାର କମ୍ କରେନି ବରଂ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ମଧ୍ୟ ବାହାର କରେ।  ଶରୀରରେ ଥିବା ଦୂଷିତ ରକ୍ତ ପରିଷ୍କାର କରେ। କଲରା ଜୁସ୍ ନିୟମିତ ପିଇଲେ ଇନସୁଲିନ ସ୍ତର ସନ୍ତୁଳିତ ରହିଥାଏ। ଅତିକମରେ ସପ୍ତାହକୁ ଦୁଇରୁ ତିନି ଥର କଲରା ଜୁସ୍ ପିଅନ୍ତୁ।

କାକୁଡି ଜୁସ-
କାକୁଡି ଜୁସ ଡାଏଟାରୀ ଫାଇବର ଓ ଭିଟାମିନ ସିରେ ଭରପୂର। କାକୁଡି ଜୁସ୍ ପିଇଲେ ଆପଣଙ୍କ ବ୍ଲଡସୁଗାର ସ୍ତର ନିୟନ୍ତ୍ରିତ ରହିଥାଏ। ତେଣୁ ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ଭଲ ବିକଳ୍ପ। କାକୁଡିରେ କମ୍ କାର୍ବୋହାଇଡ୍ରେଟ ଓ ଅଧିକ ଜଳ ଥାଏ। ଏଥିସହ ପ୍ରଚୁର ମାତ୍ରାରେ ଭିଟାମିନ, ମିନେରାଲ ଓ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button