ଦେଶ ବିଦେଶ

ପଞ୍ଜାବ ର ଜଣେ ଚାଷୀ ହେଉଛନ୍ତି ଟ୍ରେନର ମାଲିକ ଜାଣନ୍ତୁ ଏହା କିପରି ସମ୍ଭବ ହୋଇଛି ?

ଚାଷୀ ବନିଲେ ଟ୍ରେନ ମାଲିକ । ଭୁଲ କରିଲା ରେଲୱେ ଟ୍ରେନର ମାଲିକ ହେଲେ ବନିଲେ ଚାଷୀ । ଜାଣନ୍ତୁ କଣ ରହିଛି ଏହା ପଛରେ ଅସଲ କାରଣ । ଦର୍ଶକ ବନ୍ଧୁ ରେଳବାହୀ ଦେଶର ସମ୍ପତି ଓ ସବୁ ଟ୍ରେନର ମାଲିକ ହେଉଛନ୍ତି ସରକାର । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଜଣେ ଚାଷୀ ଙ୍କ ମାଲିକାନା ରେ ଚାଲିଛି ଦେଶର ଏକ ଟ୍ରେନ । ଯାହା କୁ ଭାରତର ପ୍ରଥମ ଘରୋଇ ଟ୍ରେନ ବୋଲି କୁହାଯାଏ । ଏହା ସତ ଅଟେ ।

 

ତେବେ ରେଲୱେ ନାଁ ଶୁଣିବା ମାତ୍ରେ ମନରେ ନିଶ୍ଚୟ ପ୍ରଶ୍ନ ଆସିବ କି କିଭଳି ଚାଷୀ ଙ୍କ ପାଖକୁ ଚାଲି ଗଲା ଟ୍ରେନର ମାଲିକାନା । ପ୍ରାଇଭେଟ ଟ୍ରେନ କଥା କହିଲେ ଅନେକ ବିଶ୍ଵାସ କରି ନ ଥାନ୍ତି । କିନ୍ତୁ ରେଳବର ଗୋଟେ ଭୁଲ ପାଇଁ ଚାଷୀ ଆଣିଥିଲେ ଟ୍ରେନର ମାଲିକ । ଆଉ ଆଜି ବି ଚାଷୀଙ୍କ ନାଁ ରେ ଟ୍ରେନ ଚାଲିଛି । ଏବେ ଏହି ଟ୍ରେନରେ ନାଁ ହେଉଛି ସ୍ଵର୍ଣ୍ଣ ସପ୍ତାଦ୍ଦି ଏକ୍ସପ୍ରେସ । ଯାହାର ନମ୍ବର ହେଉଛି 12030 ।

ଏହି ଟ୍ରେନ ଅମୃତସର ରୁ ନୂଆଦିଲ୍ଲୀ କୁ ଚାଲିଛି । ସୂଚନା ଅନୁଯାୟୀ ଲୁଧିଆନା ଚଣ୍ଡୀଗଡ ରେଳ ଲାଇନ ନିର୍ମାଣ ସମୟରେ ବା 2007ରେ ଜଣେ ଚାଷୀଙ୍କ ଜମି ଅଧିଗ୍ରହଣ କରା ଯାଇଥିଲା । ତାଙ୍କ ବୀନା ଅନୁମତିରେ ରେଲୱେ ଚାଷୀଙ୍କ ଜମି ରେ ଟ୍ରାକ ବିଛାଇ ଥିଲା । ବାସ୍ତବରେ କିନ୍ତୁ ତାଙ୍କୁ ଉଚିତ କ୍ଷତିପୂରଣ ଦିଆଯାଇ ନ ଥିଲା । ତେବେ ପଞ୍ଜାବର ଏହି ଚାଷୀଙ୍କ ନାଁ ହେଉଛି ସଂପୂର୍ଣ୍ଣ ସିଂ ।

ସେ କ୍ଷତିପୂରଣ ପାଇଁ କୋର୍ଟରେ ମାମଲା ଦାୟର କରିଥିଲେ । 2007 ରେ ସେ ରେଲୱେ ନାଁ ରେ ଏକ କ୍ଷତିପୂରଣ ମାମଲା ଦାୟର କରିଥିଲେ । 2012 ରେ ତାଙ୍କର ବିଜୟ ହୋଇଥିଲା । ପରେ କୋର୍ଟ 1.02 କୋଟି ଟଙ୍କାର କ୍ଷତିପୂରଣ ଦେବାକୁ କହିଥିଲେ । କିନ୍ତୁ ରେଳବାହୀ ସଂପୂର୍ଣ୍ଣ ଏହି ରାଶି ଦେଇ ନ ଥିଲା ।

ପରେ 2015ରେ ଜିଲ୍ଲା ତଥା ସେଶନ ଜଜ ବଜପାଳ ବର୍ମା ଙ୍କ ଅଦାଲତ ଲୁଧିଆନା ଷ୍ଟେସନ ରେ ଥିବା ଟ୍ରେନର ନମ୍ବର 12030 ସ୍ଵର୍ଣ୍ଣ ସପ୍ତାଦ୍ଦି ଟ୍ରେନ କୁ ସଂପୂର୍ଣ୍ଣ ସିଂ ଙ୍କ ନାମରେ କରି ନେଇଥିଲେ । ଆଉ ଏଥିରୁ ଯାହା ରୋଜଗାର ହେଉଛି ସିଂ ପାଉଛନ୍ତି । ଅଡିଓ ଏହି ମାମଲା ଏବେ ବି କୋର୍ଟ ରେ ବିଚାରଧୀନ ରହିଛି ତଥାପି ସିଂହ ସ୍ଵର୍ଣ୍ଣ ସପ୍ତାଦ୍ଦି ଟ୍ରେନରେ ମାଲିକ ବୋଲି କୁହା ଯାଉଛି । ଏହି ଟ୍ରେନ ଟି ଏବେ ଅମୃତସର ରୁ ନୂଆଦିଲ୍ଲୀ ଯାତ୍ରା କରୁଛି ।

 

Related Articles

Leave a Reply

Your email address will not be published. Required fields are marked *

Back to top button