ସ୍ୱାସ୍ଥ୍ୟ

ଅତ୍ୟଧିକ ଗ୍ରୀନ୍‌ ଟି ସେବନ କଲେ ଖରାପ ହୋଇପାରେ ଲିଭର – Utkal Mail


ଗ୍ରୀନ୍ ଟି ଆମ ଶରୀର ପାଇଁ ଖୁବ୍ ଲାଭଦାୟୀ ହୋଇଥାଏ । ଏହା ଶରୀରକୁ ଡିଟକ୍ସ କରିବା ସହିତ ଓଜନ ମଧ୍ୟ ହ୍ରାସ କରିଥାଏ । ଗ୍ରୀନ୍ ଟିରେ ଅନେକ ସ୍ୱାସ୍ଥ୍ୟ ଉପକାରିତା ଗୁଣ ରହିଛି, ଯେଉଁ କାରଣରୁ ଏହା ଅତି ଲୋକପ୍ରିୟ ହୋଇପାରିଛି । ଏହା ସ୍କିନ୍ ପାଇଁ ମଧ୍ୟ ବହୁତ ଲାଭଦାୟୀ । କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି କି, ନିଜକୁ ଫିଟ୍ ତଥା ସୁସ୍ଥ ରଖିବା ପାଇଁ ପିଉଥିବା ଗ୍ରୀନ୍ ଟି ମଧ୍ୟ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ? ଆସନ୍ତୁ ଜାଣିବା ଏହା ବିଷୟରେ…।

ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ ଅତ୍ୟଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ଲିଭର ଖରାପ ହୋଇପାରେ । ଯଦି ଆପଣ ଦିନର ଆରମ୍ଭ ଗ୍ରୀନ୍ ଟିରୁ କରୁଛନ୍ତି, ତେବେ ସତର୍କ ହୋଇଯାନ୍ତୁ, କାରଣ ଏହା ଶରୀରକୁ ଅତ୍ୟନ୍ତ କ୍ଷତି ପହଞ୍ଚାଇଥାଏ । ଦି ଜର୍ନାଲ ଅଫ ଡାଏଟରୀ ସପ୍ଲିମେଣ୍ଟସ୍ ଅନୁଯାୟୀ, ଗ୍ରୀନ୍ ଟି ସେବନ ଦ୍ୱାରା ମୋଟାପଣ, କ୍ୟାନସର, ହୃଦ୍ରୋଗ, ଟାଇପ୍ ୨ ଡାଇବେଟିସ୍ରୁ କିଛି ପରିମାଣରେ ସୁରକ୍ଷା ମିଳିଥାଏ । କିନ୍ତୁ ଏହାର ଅତ୍ୟଧିକ ସେବନ ଆପଣଙ୍କ ଲିଭର ପାଇଁ କ୍ଷତିକାରକ ।

ଅଧିକ ଗ୍ରୀନ୍ ଟି ପିଇବାର ସାଇଡ ଇଫେକ୍ଟ:

-ଖାଲି ପେଟରେ କିମ୍ବା ଅତ୍ୟଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ପେଟରେ ଜ୍ୱଳନ ହୋଇପାରେ । ଏଥିରେ ଟାନିନ ଥାଏ, ଯାହା ଏସିଡର ମାତ୍ରା ବଢାଇଥାଏ । ଏସିଡ ବଢିବା ଦ୍ୱାରା କୋଷ୍ଠକାଠିନ୍ୟ, ଏସିଡ ରିଫ୍ଲକ୍ସ, ବାନ୍ତି ଏବଂ ହଜମ ପ୍ରକ୍ରିୟାରେ ସମସ୍ୟା ହୋଇପାରେ ।

– ଯଦି ଆପଣ ଦିନରେ ୨ରୁ ୩ କପ୍ ଗ୍ରୀନ୍ ଟି ପିଉଛନ୍ତି, ତେବେ ଏହା ମୁଣ୍ଡବିନ୍ଧାର କାରଣ ମଧ୍ୟ ହୋଇପାରେ । କାହିଁକି ନା, ଏଥିରେ କାଫେନ ଥାଏ । ମାଇଗ୍ରେନରେ ପୀଡିତ ବ୍ୟକ୍ତି ବେଳେବେଳେ ଗ୍ରୀନ୍ ଟି ସେବନ କରିପାରିବେ ।

– ଅଧିକ ପରିମାଣର ଗ୍ରୀନ୍ ଟି ସେବନ କଲେ ଆପଣଙ୍କ ନିଦ୍ରା ଉପରେ କୁପ୍ରଭାବ ପକାଇଥାଏ । ଯଦିଓ ଏଥିରେ କମ୍ ପରିମାଣର କାଫେନ ଥାଏ, ତଥାପି ଏହାକୁ ଅତ୍ୟଧିକ ପିଇବା ଦ୍ୱାରା ନିଦ୍ରା ଅଭାବ ସମସ୍ୟା ଦେଖାଦେଇପାରେ।

-ଗ୍ରୀନ୍ ଟିରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ, ଯାହା ମାନବ ଶରୀରରେ ଆଇରନ ଅବଶୋଷଣରେ ବାଧା ସୃଷ୍ଟି କରିଥାଏ । ଏକ ବିଶ୍ଲେଷଣରୁ ଜଣାପଡିଛି ଯେ ଏନିମିଆ ଓ ଆଇରନ କମ୍ ଥିବା ବ୍ୟକ୍ତିଙ୍କ ଉପରେ ଏହାର ସାଇଡ୍ ଇଫେକ୍ଟ ଅଧିକ ମାତ୍ରାରେ ପଡିପାରେ ।


Related Articles

Leave a Reply

Your email address will not be published. Required fields are marked *

Back to top button