ବିଚାର

World Earth Day ପୃଥିବୀ ପାଇଁ ଦିନଟିଏ, ଜାଣନ୍ତୁ କାହିଁକି କରାଯାଏ ପାଳନ

ଆଜି ହେଉଛି ଏପ୍ରିଲ ୨୨। ଏହି ତାରିଖକୁ ଆର୍ଥ ଡେ’ ବା ବିଶ୍ୱ ପୃଥିବୀ ଦିବସ ଭାବେ ପାଳନ କରାଯାଉଛି। ସମଗ୍ର ବିଶ୍ୱରେ ପରିବେଶ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବାକୁ ‘ପୃଥିବୀ ଦିବସ’ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ପୃଥିବୀକୁ ରକ୍ଷା କରିବା।

ସମଗ୍ର ବିଶ୍ୱରେ ପରିବେଶ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବାକୁ ‘ପୃଥିବୀ ଦିବସ’ ପାଳନ କରାଯାଏ। ଏହି ଦିବସର ମୂଳ ଉଦ୍ଦେଶ୍ୟ ପୃଥିବୀକୁ ରକ୍ଷା କରିବା। ଏହି ଦିନ ପରିବେଶକୁ ସୁରକ୍ଷା ଦେବା ପାଇଁ ଲୋକେ ସଂକଳ୍ପ କରିଥାନ୍ତି।

କେବେଠୁ ପାଳିତ ହେଉଛି?

୧୯୭୦ ମସିହାରେ ପ୍ରଥମେ ଆର୍ଥ-ଡ଼େ ପାଳନ କରାଯାଇଥିଲା । ପରିବେଶବିତ୍ ତଥା ଆମେରିକାର ସିନେଟର ଗେଲର୍ଡ ନେଲସନ ପ୍ରଥମେ ଏହି ଦିବସ ପାଳନ କରିଥିଲେ । ପରେ ୧୯୯୦ ମସିହାରେ ପୃଥିବୀର ୧୪୧ଟି ଦେଶରେ ଏହି ଦିବସ ପାଳନ ହୋଇଥିଲା । ବର୍ତ୍ତମାନ ବିଶ୍ୱର ପ୍ରାୟ ୧୯୫ଟି ଦେଶରେ ପୃଥିବୀ ଦିବସ ପାଳିତ ହେଉଛି । ଆମେରିକା ଏହି ଦିବସକୁ ବୃକ୍ଷ ଦିବସ ଭାବେ ପାଳନ କରିଥାଏ।

ଏହି ଦିନ ପରିବେଶକୁ ସୁରକ୍ଷା ଦେବା ପାଇଁ ଲୋକେ ସଂକଳ୍ପ କରିଥାନ୍ତି। ପ୍ରଦୂଷଣ କମ୍‌ କରିବାକୁ ଓ ଗଛ ଲଗାଇବାକୁ ଲୋକଙ୍କୁ ଏହି ଦିବସ ମାଧ୍ୟମରେ ବାର୍ତ୍ତା ଦିଆଯାଇଥାଏ। ଯଦି ଆମେ ବର୍ତ୍ତମାନ ଦେଖିବା,ବୈଶାଖ ମାସ ଆରମ୍ଭ ନହେଉଣୁ ପ୍ରଚଣ୍ଡ ଖରାରେ ଲୋକ ହନ୍ତସନ୍ତ ହେଉଛନ୍ତି । ପ୍ରକୃତି ଯେମିତି ଦିନକୁ ଦିନ ଗମ୍ଭୀର ରୂପ ନେବାରେ ଲାଗିଛି ।

ତେଣୁ ବିଶ୍ୱବାସୀଙ୍କୁ ସଚେତନ କରିବାକୁ ୧୯୭୦ ମସିହାରେ ପ୍ରଥମେ ଆମେରିକାରେ ବିଶ୍ୱ ପୃଥିବୀ ଦିବସ ବା ଆର୍ଥ ଡ଼େ ପାଳନ କରାଯାଇଥିଲା।

ପ୍ରତ୍ୟେକ ବିଶେଷ ଦିନ ପାଳନ କରିବାକୁ ଏକ ସ୍ୱତନ୍ତ୍ର ଥିମ୍ ସ୍ଥିର ହୋଇଛି। ଏହି ବର୍ଷର ବିଷୟବସ୍ତୁ ଥିଲା ‘ପ୍ଲାନେଟ୍ ବନାମ ପ୍ଲାଷ୍ଟିକ୍’ । ପ୍ଲାନେଟ୍ ଭର୍ସସ୍ ର ଲକ୍ଷ୍ୟ ହେଉଛି ଲୋକଙ୍କୁ ଏକକ ବ୍ୟବହାର ପ୍ଲାଷ୍ଟିକ୍ ବିଷୟରେ ଅବଗତ କରାଇବା । ଏହାକୁ କିପରି ବନ୍ଦ କରିବା ଏହା ଉପରେ ଅବଗତ କରାଇବା ଆଜିର ମୁଖ୍ୟ ଲକ୍ଷ୍ୟ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button