ମନୋରଞ୍ଜନ

ରଶ୍ମିକା ଏବେ ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିଛନ୍ତି; ନିର୍ବନ୍ଧ ଭାଙ୍ଗିବା ପରେ ଏଭଳି କହିଲେ ରକସିତ୍ – Utkal Mail


ନୂଆଦିଲ୍ଲୀ: ରଶ୍ମିକା ଏବେ ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିଛନ୍ତି। ନିର୍ବନ୍ଧ ଭାଙ୍ଗିବା ପରେ ଏଭଳି କହିଲେ ‘୭୭୭ ଚାର୍ଲି’ର ଅଭିନେତା ରକସିତ ସେଟ୍ଟୀ। ନ୍ୟାସନାଲ କ୍ରସ୍ ତଥା ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆନିମଲ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏମଧ୍ୟରେ ତାଙ୍କର ପୂର୍ବ ପ୍ରେମିକ ରକସିତ୍ ସେଟ୍ଟୀ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଏକ ସାକ୍ଷାତକାର ସମୟରେ, ଯେତେବେଳେ କନ୍ନଡ ଅଭିନେତା ରକସିତଙ୍କୁ ପଚରାଗଲା ଯେ, ‘ରଶ୍ମିକାଙ୍କ ସହ ଏବେ ବି ତାଙ୍କର ଭଲ ସମ୍ପର୍କ ଅଛି କି?’ ଉତ୍ତରରେ ରକସିତ୍ କହିଥିଲେ, ‘ଆମେ ଏବେ ବି ଯୋଗାଯୋଗରେ ଅଛୁ। ଆମ ଭିତରେ ଭଲ ବନ୍ଧୁତା ରହିଛି। ହିନ୍ଦୀ ସିନେମାରେ ଅଭିନୟ କରିବାର ତାଙ୍କର ବଡ଼ ସ୍ୱପ୍ନ ଥିଲା, ଯାହା ସେ ବର୍ତ୍ତମାନ ପୂରଣ କରୁଛନ୍ତି। ମୁଁ ତାଙ୍କ ପାଇଁ ବହୁତ ଗର୍ବିତ ଅନୁଭବ କରୁଛି। ରଶ୍ମିକା ଏପର୍ଯ୍ୟନ୍ତ ଯାହା ହାସଲ କରିଛନ୍ତି, ସେଥିପାଇଁ ଆମେ ତାଙ୍କର ପ୍ରଶଂସା କରିବା ଉଚିତ୍।’

ଉଲ୍ଲେଖଯୋଗ୍ୟ, ରଶ୍ମିକା ଓ ରକସିତ ପ୍ରଥମେ ୨୦୧୬ରେ କନ୍ନଡ ଫିଲ୍ମ ‘କିରିକ୍ ପାର୍ଟି’ର ସେଟରେ ପରସ୍ପରକୁ ଭେଟିଥିଲେ। ଏହା ରଶ୍ମିକାଙ୍କ ଡେବ୍ୟୁ ଫିଲ୍ମ ଥିଲା। ଫିଲ୍ମର ସୁଟିଂ ସମୟରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିବା ସହ ଡେଟ୍ କରିବା ଆରମ୍ଭ କରିଥିଲା। ଜୁଲାଇ ୨୦୧୭ରେ ଉଭୟ କଳାକାର ନିଜ ସମ୍ପର୍କକୁ ପରବର୍ତ୍ତୀ ସ୍ତରକୁ ନେଇ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ। କର୍ଣ୍ଣାଟକର ବିରାଜପେଟରେ ଏକ ବଡ ସମାରୋହରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା। ରକସିତ ରଶ୍ମିକାଙ୍କଠାରୁ ୧୩ବର୍ଷ ବଡ଼ ଥିଲେ ବି ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ବର୍ଷେ ମଧ୍ୟରେ ରଶ୍ମିକା ୨୦୧୮ରେ ‌ରକସିତଙ୍କ ସହ ନିର୍ବନ୍ଧ ଭାଙ୍ଗିଥିଲେ। ଦୁହେଁ ଏହାର କାରଣ କହିନଥିଲେ ବି ଲୋକପ୍ରିୟତା ବଢ଼ିବା ସହ ବଡ଼ ବଡ଼ ତେଲୁଗୁ ଫିଲ୍ମ ମିଳିବାରୁ ରଶ୍ମିକା ନିର୍ବନ୍ଧ ଭାଙ୍ଗିଥିବା ଚର୍ଚ୍ଚା ହୋଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button